ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର ଅଫିସ, ୮।୨-ବାଲେଶ୍ୱର ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ପୁରୁଣା ଶୌଚାଳୟରେ ରଙ୍ଗ ଲଗାଇ ପଞ୍ଚାୟତରୁ ୧୫ହଜାର ଟଙ୍କା ହଡ଼ପ କରାଯାଇଥିବା, ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ର଼୍ୟାମ୍ପ ତିଆରିରେ ମାତ୍ର ୩/୪ହଜାର ଟଙ୍କା ଖର୍ଚ୍ଚ କରି ୨୦ହଜାର ଟଙ୍କାର ବିଲ୍‌ ଉଠାଣ କରାଯାଇଥିବା ଓ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ ଯୋଜନାରେ ମାଟି କାମ ପାଇଁ ଆସିଥିବା ୧ଲକ୍ଷ ୧୦ହଜାର ଟଙ୍କା କାର୍ଯ୍ୟକୁ ନିମ୍ନମାନର କରି ଅର୍ଥ ହଡପ କରାଯାଇଥିବା ଜଣାପଡ଼ିଛି। ଗତ ୨୦୧୯ ବିଧାନସଭା ନିର୍ବାଚନର ବିଜ୍ଞପ୍ତି ମାର୍ଚ୍ଚ ୧୦ରୁ ମେ’ ୨୭ ପର୍ଯ୍ୟନ୍ତ ଜାରି ଥିବା ସମୟରେ ଉକ୍ତ ୨ଟି ପ୍ରକଳ୍ପର ବିଲ୍‌କୁ ୨୦୧୯ ଏପ୍ରିଲ ୪ତାରିଖରେ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ପୁରସ୍ତମ କରଣ କୌଣସି କାରଣରୁ ଛୁଟିରେ ଥିବାବେଳେ ସରପଞ୍ଚ କାର୍ଯ୍ୟାଦେଶ ଦେଇ ନିର୍ଦ୍ଧାରିତ ଅର୍ଥକୁ ମଞ୍ଜୁର କରିଥିବା ଗ୍ରାମବାସୀ କାର୍ତ୍ତିକ ପାତ୍ର, ବିକାଶ କୁମାର ପରିଡ଼ା, ଦୀପକ ପାତ୍ର, ଶ୍ରୀଧର ପାତ୍ର ପ୍ରମୁଖ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଗତ ୩ ତାରିଖରେ ଜିଲାପାଳ ଅଫିସ୍‌ ଚିଠି (ନଂ. ୫୮୪)ରେ ଜିଲା ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ମହାନ୍ତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପକର୍ର୍ରେ ଗୋପୀନାଥପୁର ସରପଞ୍ଚ ସତ୍ୟଭାମା ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପରେ ଉକ୍ତ ବିଦ୍ୟାଳୟ ଦ୍ୱୟରେ ଭୋଟ କେନ୍ଦ୍ର ହେବାର ନିଷ୍ପତ୍ତି ହୋଇଥିଲା। ମାତ୍ର ସେଠାରେ ଶୌଚାଳୟ ଏବଂ ର଼୍ୟାମ୍ପ ନ ଥିବା ତଦନ୍ତ କରି ଜରୁରୀକାଳୀନ ପରିସ୍ଥିତିରେ ନିର୍ମାଣ କରାଯାଇଥିଲା। ଅନ୍ୟପକ୍ଷରେ ଗୋବିନ୍ଦପୁର ରାସ୍ତାରେ ଫଳକ ଦିଆଯାଇ ସମସ୍ତ ନିୟମ ସହ ଠିକ୍‌ କାର୍ଯ୍ୟ କରାଯାଇଛି। ଉଭୟ କାମକୁ ସରକାରୀ କନିଷ୍ଠଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ତଦନ୍ତ କରି ବିଲ୍‌ ପେମେଣ୍ଟ କରିଛନ୍ତି। ରାଜନୈତିକ ଆକ୍ରୋଶରେ ଏହା କରାଯାଇଥିବା ପାଲଟା ଅଭିଯୋଗ କରିଛନ୍ତି।
ଜିଲା ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ମହାନ୍ତିଙ୍କ କହିବାନୁସାରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଉକ୍ତ ପଞ୍ଚାୟତରେ ସରପଞ୍ଚଙ୍କ ଦ୍ୱାରା କରାଯାଇଥିବା ହଡ଼ପକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି। ତଦନ୍ତ କରାଯାଇ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri