ଉଦୟକଣି ଗ୍ରାମ ନିକଟରେ ପୁଣି କୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଗଲା ଲୁଣାଜୁଆର, ଗ୍ରାମବାସୀ ଆତଙ୍କିତ

କାକଟପୁର,୩୦।୧୦(ଡି.ଏନ୍‌.ଏ.): ପୁଣି ଥରେ ଅସ୍ତରଙ୍ଗ ଉପକୂଳ ଉଦୟକଣି ଗ୍ରାମଠାରେ କୂଳ ଲଙ୍ଘିଛି ଅଶାନ୍ତ ସମୁଦ୍ର। ମେଲା ପଡ଼ିଥିବା ବେଳାଭୂମି ଦେଇ ବୁଧବାର ଲୁଣା ଜୁଆର ସ୍ଥଳଭାଗକୁ ମାଡ଼ି ଚାଲିଛି। ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ଉଦୟକଣି, ଛେନୁ, ତଣ୍ଡାହାର, କଟକଣା, ବାଘଡ଼ିହା ଗ୍ରାମର ଚାଷଜମିରେ ଲୁଣାଜୁଆର ପ୍ରବେଶ କରିଛି। ଲଘୁଚାପ ନ ଥିବା ବେଳେ ହଠାତ୍‌ ସମୁଦ୍ର ଅଶାନ୍ତ ହୋଇପଡ଼ିବା କାରଣକୁ ନେଇ ଏସବୁ ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨ ତାରିଖରେ ମଧ୍ୟ ଉକ୍ତ ସ୍ଥାନରେ ସମୁଦ୍ର କୂଳଲଙ୍ଘି ସ୍ଥଳଭାଗମୁହାଁ ହୋଇଥିଲା। ଏଣୁ ଏଠାରେ କାହିଁକି ବାରମ୍ବାର ସମୁଦ୍ର କୂଳ ଲଙ୍ଘୁଛି ସେ ନେଇ ଅନୁଧ୍ୟାନ କରିବାକୁ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ଏଠାରେ ଥିବା ଝାଉଁଜଙ୍ଗଲ ଏବଂ ପ୍ରାକୃତିକ ବାଲିସ୍ତୁପ ଧ୍ୱଂସପାଇଯାଇଥିବାରୁ ସମୁଦ୍ର ଅଶାନ୍ତ ହେଲେ ଲୁଣା ଜୁଆର ସ୍ଥଳଭାଗକୁ ପ୍ରବେଶ କରୁଛି ବୋଲି କାକଟପୁର ଜଳସମ୍ପଦ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ ପ୍ରକାଶ କରିଥିବା ବେଳେ ବନବିଭାଗ ପକ୍ଷରୁ ଏଠାରେ କିଆବାଡ଼ ନିର୍ମାଣ ଆରମ୍ଭ ହୋଇଛି। ଏଥିସହ ପ୍ରାକୃତିକ ବାଲିସ୍ତୁପ ନିର୍ମାଣ ପାଇଁ ଯୋଜନା କରାଯାଇଛି ବୋଲି କହଛନ୍ତି। ତେବେ ସରକାର ତୁରନ୍ତ ଏ ଦିଗରେ ସ୍ଥାୟୀ ପ୍ରତିକାର ଗ୍ରହଣ ନ କଲେ ଉକ୍ତ ପାଞ୍ଚଟି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଛେନୁ ଗ୍ରାମର ବାପି ପ୍ରଧାନ, ଉଦୟକଣି ଗ୍ରାମର ଭଗବାନ ବେହେରା, ତଣ୍ଡାହାର ଗ୍ରାମର ସୁବାସ ପ୍ରଧାନ ଆଦି ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଟେନସା/ବଣାଇଁ,୧୧।୪(ସମୀର କୁମାର ପାଢ଼ୀ/ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri