ଉତ୍‌ଖନନ ପରେ ଭୁଲିଗଲେ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):କେବଳ ଉପକୂଳ ନୁହେଁ, ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଘଟିଥିଲା। ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଆଦିି ଜିଲାରେ ବୌଦ୍ଧ ଧର୍ମାବଲମ୍ବୀ ବସବାସ କରିବା ସହ ବୁଦ୍ଧଙ୍କ ମୂର୍ତ୍ତି ପୂଜାର୍ଚ୍ଚନା କରୁଥିଲେ। ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଉତ୍‌ଖନନ ଶାଖା ଏଭଳି ତଥ୍ୟ ହାସଲ କରିଥିଲା। ତେବେ ପ୍ରଚାର ପ୍ରସାର ଅଭାବରେ ଏ ସବୁ ତଥ୍ୟ ଲୋକଲୋଚନକୁ ଆସିପାରି ନାହିଁ। ଉଦାହରଣସ୍ବରୂପ ଅନୁଗୋଳ ଜିଲା ତାଳଚେର ନିକଟ ଝଡ଼ଇମ୍ବା ଗ୍ରାମରେ ଉତ୍‌ଖନନ କରିବା ପରେ କିଛି କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା, ଯାହା ଆଜି ମଧ୍ୟ ଲୁକ୍କାୟିତ ଅବସ୍ଥାରେ ରହିଛି। କାରଣ ଉତ୍‌ଖନନ କରି ଏଏସ୍‌ଆଇ ନିଜର କାମ ସାରି ଦେଇଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାର ପ୍ରଚାର ପ୍ରସାର ନ କରି ହାତ ବାନ୍ଧି ବସିଛି। ତେବେ ୯୦ ଦଶକ ଓ ପରବର୍ତ୍ତୀ ସମୟରେ ଲଳିତଗିରି, ଉଦୟଗିରି, ରତ୍ନଗିରି ଏବଂ ଲାଙ୍ଗୁଡ଼ିରେ ଉତ୍‌ଖନନ ପରେ ଏହାକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବା ସହ ଏହାର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏବେ ଏଏସ୍‌ଆଇ ଦ୍ୱାରା ଉତ୍‌ଖନନ ପରେ ବିଭାଗ କୌଣସି ପ୍ରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିନାହିଁ।

କେବଳ ବୌଦ୍ଧ କୀର୍ତ୍ତିରାଜି ନୁହେଁ, ଓଡ଼ିଶାର ଅନେକ ସ୍ଥାନରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଓ ଶିଳାଲେଖ ମିଳିଥିଲେ ମଧ୍ୟ ସେଗୁଡ଼ିକର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ବିଭାଗର ନିଘା ନାହିଁ। ଯାହାର ପ୍ରମୁଖ ଉଦାହରଣ ହେଉଛି ରାଜଧାନୀ ଉପକଣ୍ଠରେ ଥିବା ଶିଶୁପାଳଗଡ଼। ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୪ର୍ଥ ଶତାବ୍ଦୀ ମଧ୍ୟରେ ଗଢ଼ିଉଠିଥିବା ଶିଶୁପାଳଗଡ଼ରେ ପୁରାତନ ସଭ୍ୟତାର ସନ୍ଧାନ ମିଳିଥିଲେ ମଧ୍ୟ ତାହାର ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହି ଐତିହ୍ୟ ସହର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାବେଳେ ଏଠାର କୀର୍ତ୍ତିରାଜି କ୍ରମାଗତ ଧ୍ୱଂସ ହେବାରେ ଲାଗିଛି। ଯେଉଁଠି ତାମିଲନାଡ଼ୁରେ ଥିବା ମାମଲ୍ଲାପୁରମ୍‌ ଭଳି ସହର ଏହାର ପୁରାତନ କୀର୍ତ୍ତିରାଜିକୁ ବିଶ୍ୱ ଦରବାରରେ ଉପସ୍ଥାପନ କରି ଲକ୍ଷାଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେଠାରେ ଖୋଦ୍‌ ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଏତିହ୍ୟସ୍ଥଳୀ କିନ୍ତୁ ପର୍ଯ୍ୟଟକଙ୍କ ଅଗୋଚରରେ ରହିଯାଉଛି।
ଓଡ଼ିଶାରେ ବୌଦ୍ଧ ଐତିହ୍ୟସ୍ଥଳୀର ବ୍ୟାପକ ଉପସ୍ଥିତି
ଓଡ଼ିଶାର ରାଧାନଗର, ତାମ୍ପଡା, ଅସୁରଗଡ଼ ଓ ବୁଢ଼ୀଗଡ଼ରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ, ଶିଳାଲେଖ ଓ ସଂରକ୍ଷଣରୁ ବୌଦ୍ଧ ଧର୍ମ ସମ୍ପର୍କରେ ବ୍ୟାପକ ତଥ୍ୟ ମିଳିଥିଲା। ଅରାଗଡ଼, ଧଉଳି ଓ ଗଞ୍ଜାମର ଜଉଗଡ଼ରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ସାମଗ୍ରୀ ତଥା ବୌଦ୍ଧମୂର୍ତ୍ତି, ତାମ୍ର ମୁଦ୍ରା, ଶିଳାଲେଖ ଆଦିରୁ ଓଡ଼ିଶାର ସହରୀ ସଭ୍ୟତା ଖ୍ରୀଷ୍ଟପୂର୍ବ ୪ ଶହ ଶତବ୍ଦୀରୁ ଗଢ଼ି ଉଠିଥିବା ସୂଚନା ମିଳିଛି। ଓଡ଼ିଶାରେ ସହରୀ ସଭ୍ୟତା ଗଢ଼ିି ଉଠିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୌଦ୍ଧ ଧର୍ମ। ତତ୍‌କାଳୀନ ସମୟରେ ବୌଦ୍ଧ ଧର୍ମ ଏସିଆରୁ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଫଳରେ ଏହି ଅଞ୍ଚଳ ମଧ୍ୟରେ ବୌଦ୍ଧସ୍ଥଳୀମାନ ଗଢ଼ି ଉଠିଥିଲା। ବୌଦ୍ଧ ସନ୍ନ୍ୟାସୀମାନେ ଧର୍ମର ପ୍ରଚାର ପ୍ରସାର କରିବାସହ ବସତି ସ୍ଥାପନ କରିଥିଲେ। ଏହାର ପ୍ରଭାବରେ ସେଠାରେ ଧୀରେ ଧୀରେ ବାଣିଜି୍ୟକ କାରବାର ଗଢ଼ି ଉଠୁଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ତଥା ବୌଦ୍ଧ ଗବେଷକମାନେ ମତପ୍ରକାଶ କରିଛନ୍ତି।
ଚନ୍ଦକା-ଡମପଡ଼ାରେ ପୁରାତନ ଶିଳାଲିପି
ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ପୁରାତନ ଶିଳାଲିପିର ସନ୍ଧାନ ମିଳିଥିଲା। ୩ମାସ ଧରି ଏଏସ୍‌ଆଇ ଅଧିକାରୀମାନେ ଏହି ଅଞ୍ଚଳରେ ଅନୁଧ୍ୟାନ କରିବା ପରେ ରିପୋର୍ଟ ପ୍ରସ୍ତୁତ କରି ଜଙ୍ଗଲ ଓ ପରିବେଶ ବିଭାଗକୁ ଦେଇଥିଲେ। ତେବେ ଏହାପରେ ମଧ୍ୟ ଉକ୍ତ ସ୍ଥାନକୁ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ କରିବାକୁ ପଦକ୍ଷେପ ନିଆଗଲା ନାହିଁ।

ଅସୁରଗଡ଼ରେ ୨୩୦୦ବର୍ଷ ପ୍ରାଚୀନ ସଭ୍ୟତାର ଉପସ୍ଥିତି
କଳାହାଣ୍ଡି ଜିଲା ନର୍ଲା ନିକଟସ୍ଥ ଅସୁରଗଡ଼ରେ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ସମୟରେ ୨୩୦୦ ବର୍ଷ ପ୍ରାଚୀନ ସଭ୍ୟତାର ଅଭ୍ୟୁଦୟ ଦେଖିବାକୁ ମିଳିଥିଲା। ଶିଶୁପାଳଗଡ଼ଠାରୁ ମଧ୍ୟ ଏହା ପ୍ରାଚୀନ ସଭ୍ୟତା ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଅସୁରଗଡ଼ ଉତ୍‌ଖନନସ୍ଥଳୀରୁ ମୌର୍ଯ୍ୟ ସାମ୍ରାଜ୍ୟ ସମୟର ୫ଟି ରୌପ୍ୟମୁଦ୍ରା ଆବିଷ୍କୃତ ହୋଇଥିଲା। ମୌର୍ଯ୍ୟ ବଂଶର ସମସାମୟିକ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଥିବାବେଳେ ଏଠାରୁ ୭ଟି ଗୋଲାକାର, ଅର୍ଦ୍ଧ ବୃତ୍ତାକାର, ଆୟତାକାର ଘର ଆବିଷ୍କାର କରାଯାଇଥିଲା। ସେହିପରି ଲୌହଚକ୍ର ଓ ଦୁଇଟି ଲୌହ ତୀର ସହିତ ଗୋଡ଼ମୁଦି, ମୋତି, ଜାସ୍‌ପର, କାନଫୁଲ, ଆଦି ମଧ୍ୟ ଉତ୍‌ଖନନ ବେଳେ ମିଳିଥିଲା। ମାତ୍ର ଉତ୍‌ଖନନ ପରେ କିନ୍ତୁ ଏହି ଅଞ୍ଚଳର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦିଆଗଲା ନାହିଁ।

ଭାରତୀହୁଡାର ସୂର୍ଯ୍ୟ ଉପାସନା ପରମ୍ପରା

୩ ହଜାର ବର୍ଷ ପୂର୍ବରୁ ଓଡ଼ିଶାରେ ସୂର୍ଯ୍ୟ ଉପାସନା ରହିଆସିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାରେ ସୂର୍ଯ୍ୟ ଉପାସନା ପରମ୍ପରାକୁ ପ୍ରମାଣ କରୁଥିବାବେଳେ ଏହା ନିର୍ମାଣ ହେବାର ବହୁ ପୂର୍ବରୁ କିନ୍ତୁ ଏଠାରେ ଲୋକେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରୁଥିଲେ। ପ୍ରାଚୀ ନଦୀ ଅବବାହିକାରେ ଯେବେଠାରୁ ମନୁଷ୍ୟ ସଭ୍ୟତା ଆରମ୍ଭ ହୋଇଥିଲା ସେଠାକାର ଆଦିମ ଅଧିବାସୀମାନେ ସୂର୍ଯ୍ୟଙ୍କୁ ପୂଜା କରିଆସୁଥିଲେ। କେବଳ ଏତିକି ନୁହେଁ ଚନ୍ଦ୍ରଭାଗାରେ ଏବେ ଯେଉଁ ପ୍ରସିଦ୍ଧ ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ ହେଉଛି ତାହା ସେହି ସମୟରୁ ହୋଇଆସୁଥିବା ଅନୁମାନ କରାଯାଉଛି। ଖ୍ରୀଷ୍ଟପୂର୍ବ ୧୦୯୯ ବେଳକୁ ଓଡ଼ିଶାରେ ସୂର୍ଯ୍ୟ ଉପାସନା ହେଉଥିବା ନେଇ ଏଏସ୍‌ଆଇକୁ ବୈଜ୍ଞାନିକ ପ୍ରମାଣ ମିଳିଥିଲା। ନିଆଳ ନିକଟ ପ୍ରାଚୀ ନଦୀ କୂଳ ଭାରତୀହୁଡାରେ କରାଯାଇଥିବା ଉତ୍‌ଖନନରୁ ଏଏସ୍‌ଆଇକୁ ବହୁ ବିରଳ ସାମଗ୍ରୀର ସନ୍ଧାନ ମିଳିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଲୋକ ଆଢ଼ୁଆଳରେ ରହିଯାଇଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri