‘ଉତ୍ସବ ପ୍ରଧାନପାଟ-୨୦୨୦’ଉଦ୍‌ଘାଟିତ : ନୃତ୍ୟ ଓ ଗୀତର ତାଳେତାଳେ ଝୁମିଲେ ଦର୍ଶକ

ଦେବଗଡ, ୧୧ା୨(ଡି.ଏନ.ଏ) -ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଦେବଗଡ ଜିଲାର ଗର୍ବ ଓ ଗୌରବ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ନିର୍ମିତ ଶାଳବଣ ଘେରା ମୁକ୍ତାକାଶ ରଙ୍ଗମଞ୍ଚରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସୋମବାର ଦେବଗଡ ଜିଲାର ସାଂସ୍କୃତିକ ମହୋତ୍ସବ ‘ଉତ୍ସବ ପ୍ରଧାନପାଟ-୨୦୨୦’ ଉଦ୍‌ଘାଟିତ ହୋଇଯାଇଛି ା ସନ୍ଧ୍ୟାରେ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦେବଗଡ ଏସ୍‌.ପି.ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଧରମ ହାଁସଦା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା ଓ ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ଓ ଉପ ଜିଲାପାଳ ବ୍ରଜବନ୍ଧୁ ଭୋଇ ଯୋଗଦେଇ ବାମଣ୍ଡାର କଳା ସଂସ୍କୃତି ଓ ଐତିହ୍ୟ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ା ଏହି ଅବସରରେ ଅତିଥି ମାନେ ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଗୁରୁତ୍ୱାରୋପ କରିବାସହ ଏତିହ୍ୟ ସମ୍ପନ୍ନ ଦେବଗଡ ଜିଲାରେ ଏଭଳି ଉଚ୍ଚସ୍ତରର ସାଂସ୍କୃତିକ ମହୋତ୍ସବ ଜିଲା, ରାଜ୍ୟ ତଥା ଦେଶର କଳା ସଂସ୍କୃତିର ବିକାଶରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ା ଉଦ୍‌ଘାଟନୀ ଉତ୍ସବକୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ଅବସରରେ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ଓ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ା ସଭା ପ୍ରାରମ୍ଭରେ ହେମନ୍ତ ହସ୍ତୀ ଏବଂ ସାଥୀ ମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିଲା ା ଏହି ସାଂସ୍କୃତିକ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଆସାମର କ୍ରିଷ୍ଟି ଦ୍ୱାରା ବିହୁନୃତ୍ୟ, ଗଞ୍ଜାମ ଜିଲାର ରଣପା ଓ ଯୋଡିଶଙ୍ଖ, ଭୁବନେଶ୍ୱେରର ଦିଲ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଓଡିଶୀ ଓ ମାହାରୀ ନୃତ୍ୟ, ଜଗତସିଂପୁରର ଘୋଡାନାଚ, ନବରଙ୍ଗପୁରର ଢେମସା,ଦେବଗଡର ଏଞ୍ଜେଲ ଡ୍ୟାନ୍ସ ଗ୍ରୁପ ଓ ତିଲଇବଣି( ଦେବଗଡ ଜିଲା)ର ନୃତ୍ୟଦଳ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘୋଷକ ଉଦ୍‌ଘୋଷିକା ଭାବେ ବଂଶୀଧର ସାହୁ, ଜନ୍ମେଜୟ ନାୟକ, ବିରୁପାକ୍ଷ ପ୍ରଧାନ, ମିନାକ୍ଷୀ ଧର, ବିଦେଶୀ ସାହୁ, ପ୍ରିତମ ପ୍ରିୟ ବେହେରା, ସ୍ବସ୍ତି ସୌମ୍ୟା ଦାଶ, ସୁନିଶ୍ଚିତା ପାଢୀ ,ସୁମନ ମହାକୁଳ, ସ୍ବପ୍ନା ପୁରୋହିତ, ଜୟଶ୍ରୀ ଗଙ୍ଗଦେବ, ଖୁସି ସାହୁ, ଅଭୟ କୁମାର, ସୌମ୍ୟବ୍ରତା ଦଳବେହେରା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବ ଅବସରରେ ଓର୍‌ମାସ୍‌ ପକ୍ଷରୁ ଆକର୍ଷଣୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହେଉଥିବା ବେଳେ ଜିଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଦର୍ଶକ ଏବଂ ଜଣସାଧାରଣଙ୍କ ନିମନ୍ତେ ବେଶ ଉପଭୋଗ୍ୟ ହୋଇଥିଲା ା ଅବସରରେ ଦର୍ଶକମାନଙ୍କର ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଖଞ୍ଜାଯାଇଥିଲା ା ପ୍ରବଳ ଥଣ୍ଡା ସତ୍ତ୍ୱେ ଆଜି ହଜାର ହଜାର ଦର୍ଶକ ବିଭିନ୍ନ ନୃତ୍ୟ ଓ ଗୀତର ତାଳେତାଳେ ଝୁମି ଉଠୁଥିବା ଦେଖିବାକୁ ମିଳିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri