Posted inରାଜ୍ୟ

ଉତ୍ସବମୁଖର ହେବ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ:ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ

ଭୁବନେଶ୍ୱର,୯ା୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଦଳର ୨ ପ୍ରମୁଖ ଛାମୁଆ ସଙ୍ଗଠନ (ଛାତ୍ର ଓ ଯୁବ) କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଥିଲା। ଅନୁରୂପଭାବେ କ୍ୟାପିଟାଲ ହସ୍ପିଟାଲ ନିକଟସ୍ଥ ଯୁବ ଜନତା କାର୍ଯ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ(ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ ଓ ଦଳୀୟ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଯୋଗ ଦେଇ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ।

ଯୁବ ଜନତା କାର୍ଯ୍ୟାଳୟରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, କାର୍ଯ୍ୟକାରୀ ଯୁବ ବିଜେଡି ସଭାପତି ସଞ୍ଜିତ ମହାନ୍ତି, ପୂର୍ବତନ କର୍ପୋରେଟର ଅମରେଶ ଜେନା ପ୍ରମୁଖ ବିଭିନ୍ନ ଗଠନଧର୍ମୀ ପ୍ରସ୍ତାବ ଦେଇଥିଲେ। ଏତଦ୍‌ବ୍ୟତୀତ ବୈଠକକୁ ଆମନ୍ତ୍ରିତ ହୋଇଥିବା ଯୁବ ବିଜେଡି ରାଜ୍ୟ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ସାଙ୍ଗଠନିକ ଜିଲା ସଭାପତିମାନେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। କିଛିଦିନ ପୂର୍ବରୁ ଦଳର ବରିଷ୍ଠ ନେତାମାନଙ୍କର ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୫ରୁ ସପ୍ତାହେ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମଧ୍ୟରେ କଟକ ଏବଂ ସମ୍ବଲପୁରରେ ବିରାଟ ଜନସଭା ଆୟୋଜନ କରାଯିବା ନେଇ ଚିନ୍ତା କରାଯାଇଛି। ଖୁବ୍‌ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି କେତେକ ଯୁବ କର୍ମୀ ଏହି ଦିନ ସାମାଜିକ କାର୍ଯ୍ୟକ୍ରମ ଯଥା-ରକ୍ତଦାନ ଶିବିର, ବିଜେଡି ଏବଂ ରାଜ୍ୟ ସରକାରଙ୍କ ସଫଳତା ନେଇ ସେମିନାର, ସାଇକେଲ ଶୋଭାଯାତ୍ରା, ପଦଯାତ୍ରା, ଫଟୋ ପ୍ରଦର୍ଶନୀ, ସରକାରୀ ଯୋଜନା ସମ୍ପର୍କିତ ଆଶଙ୍କା ଦୂରୀକରଣ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତାବ ରଖିଥିଲେ। ଏହି ସବୁ ପ୍ରସ୍ତାବ ଖୁବ୍‌ଶୀଘ୍ର ଆଲୋଚନା କରାଯାଇ ଦଳର ଶୀର୍ଷ ନେତୃତ୍ୱଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ଜଣାପଡିଛି। ସେହିଭଳି ଛାତ୍ର ବିଜେଡି ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଯାଇଛି। ସମସ୍ତ ପ୍ରସ୍ତାବକୁ ତର୍ଜମା କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ବଛା ଯାଇଥିବା ପ୍ରସ୍ତାବ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବ ବୋଲି ଜଣାପଡିଛି। ଛାତ୍ର ବିଜେଡି ପକ୍ଷରୁ ହୋଇଥିବା ବୈଠକରେ ଦଳର ୨ ବରିଷ୍ଠ ସମ୍ପାଦକଙ୍କ ସମେତ ସଙ୍ଗଠନ ସଭାପତି ରାଣାପ୍ରତାପ ପାତ୍ର ଏବଂ ଉପଦେଷ୍ଟା ତଥା ଓଏସ୍‌ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ , ବିଧାୟକ ସୌଭିକ ବିଶ୍ୱାଳ, ଦେବୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମୂଲ୍ୟବାନ ପ୍ରସ୍ତାବ ଦେଇଥିଲେ। ଜିଲାସ୍ତରରୁ ଏବଂ ଛାତ୍ର ବିଜେଡିର ରାଜ୍ୟ କର୍ମକର୍ତ୍ତା ମଧ୍ୟ ଅନେକ ପ୍ରସ୍ତାବ ଦେଇଥିଲେ। ଆଗାମୀ ଦିନରେ ବିଜେଡି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ତୃଣମୂଳସ୍ତରରେ ବିଭିନ୍ନ ପ୍ରତିଭା,ବର୍ଷୀୟାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ପାଇଁ ଯୋଜନା କରାଯାଉଛି। ସେହିପରି ବିଜୁବାବୁଙ୍କ ପ୍ରସିଦ୍ଧ ‘ଡାକୋଟା’ ବିମାନ ଫେରାଇ ଆଣିବା ପାଇଁ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ୨ ପୃଥକ୍‌ ବୈଠକରେ ରଞ୍ଜିତ ମହାପାତ୍ର, ହରିଶଙ୍କର ରାଉତ, ଦେବାଶିଷ ସିଟ୍‌, ତନ୍ମୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri