ଉଡ଼ନ୍ତା ପାଉଁଶରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

”ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ବିଶେଷକରି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ କେବଳ ମୃତ୍ତିକା ପାଇଁ ନୁହେଁ ବରଂ ପରିବେଶ ପାଇଁ ମଧ୍ୟ ଏକ କ୍ଷତିକାରକ ପଦାର୍ଥ।“

ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ବିଶେଷକରି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ଏହି ପାଉଁଶ କେବଳ ମୃତ୍ତିକା ପାଇଁ ନୁହେଁ ବରଂ ପରିବେଶ ପାଇଁ ମଧ୍ୟ ଏକ କ୍ଷତିକାରକ ପଦାର୍ଥ।
କିନ୍ତୁ ବର୍ତ୍ତମାନ ଏହି ସମସ୍ୟାରୁ ଏକ ସମାଧାନ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଗବେଷକ। ପ୍ରତିଷ୍ଠାନର ଗବେଷକ ଡଃ. ମୁଦ୍ରିକା ଖଣ୍ଡଓ୍ବୋଲ ଓ ଡ. ଅତୁଲ ସୁରେଶ ଦେଶପାଣ୍ଡେଙ୍କ ମତରେ ଆମେ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ପାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ତିଆରି କରିପାରିବା। ଏହା ପୁଣି ଅପେକ୍ଷାକୃତ କମ୍‌ ଖର୍ଚ୍ଚରେ। କେବଳ ସେତିକି ନୁହେଁ, ଜଳ ନିରୋଧୀ ପଦାର୍ଥ (ଓ୍ବାଟର ପ୍ରୁଫ୍‌) ଏଥିରୁ ସହଜରେ ତିଆରି କରାଯାଇପାରିବ।
ଆମେ ଆମର ନିତ୍ୟ ବ୍ୟବହାର ପାଇଁ ସାବୁନ ଏବଂ ଶାମ୍ପୁ ଦେହରେ ପ୍ରଲେପ କରିଥାଉ। ଏହାଦ୍ୱାରା ଆମକୁ ସତେଜ ଓ ଫୁର୍ତ୍ତି ଲାଗିଥାଏ। ତେବେ ଏହି ସାବୁନ ଓ ଶାମ୍ପୁ ତିଆରି କରିବା ପାଇଁ ଷ୍ଟିଅରିକ୍‌ ଏସିଡ୍‌ ବ୍ୟବହାର କରାଯାଇଥାଏ। ଷ୍ଟିଅରିକ୍‌ ଏସିଡ୍‌ର ଗୁଣ ହେଲା ଏହା ଶରୀର ତଥା ଲୁଗାର ମଇଳା/ଅପରିଷ୍କାର ଅଂଶକୁ ଅଲଗା କରିଥାଏ। ଫଳରେ ତେଲ ଓ ପାଣିର ମିଶ୍ରଣରେ ଯେପରି ତେଲ ଓ ପାଣି ସହଜରେ ପୃଥକ୍‌ ହୋଇଯାଏ, ଠିକ୍‌ ସେହିପରି ଷ୍ଟ୍ରିଅରିକ୍‌ ଏସିଡ୍‌ କାମ କରିଥାଏ। ଷ୍ଟିଅରିକ୍‌ ଏସିଡ୍‌ ଓ ଉଡ଼ନ୍ତା ପାଉଁଶର ସମ୍ମିଶ୍ରଣରେ ବୈଜ୍ଞାନିକମାନେ ଉଡ଼ନ୍ତା ପାଉଁଶର ଏକ ବିଶେଷ କଣିକା ପ୍ରସ୍ତୁତ କରିପାରିଛନ୍ତି।
ବୈଜ୍ଞାନିକମାନେ ସର୍ବଦା ପ୍ରକୃତିକୁ ଅନୁକରଣ ତଥା ଗବେଷଣାକରି ନୂଆ ନୂଆ ଚିନ୍ତା ଓ ପରିକଳ୍ପନା କରିପାରନ୍ତି, ଯାହାକି ସେମାନଙ୍କୁ ଏକ ନୂତନ ଉଦ୍ଭାବନ ଆଡ଼କୁ ଟାଣିନିଏ। ଉଡ଼ନ୍ତା ପାଉଁଶର ବିବିଧ ରୂପ ଅନୁସାରେ ବିଭିନ୍ନ ଆକାର ଓ ପ୍ରକାରର ପଦାର୍ଥ ତିଆରି କରାଯାଇପାରିବ, ଯେପରିକି ପଦ୍ମଫୁଲର ପତ୍ର। ଏ ଭିତରକୁ ପାଣି ଆଦୌ ସହଜରେ ପଶିପାରେ ନାହିଁ। ସେହିପରି, ଯେତେବେଳେ ଉଡ଼ନ୍ତା ପାଉଁଶର ଆଉ ଏକ ରୂପ ରହେ। ଫଳରେ ଏହା ଗୋଲାପଫୁଲର ପତ୍ର ପରି କାର୍ଯ୍ୟ କରିବ।
ଏହାକୁ ଆମେ ସହଜରେ ବୁଝିପାରିବା। ପତ୍ରର କୌଣସି ଅଂଶରେ ପାଣି ପଡ଼ିଲେ ଏହା ସାଧାରଣତଃ ମଝିରେ ଜମା ହୁଏ ଏବଂ ମଝିରେ ଅପେକ୍ଷାକୃତ ମୋଟା ଅଂଶ ଥାଏ; ଯାହାର ଫଳ ସ୍ବରୂପ ପାଣି ପତ୍ରର ଆରପାରିକୁ ଯାଇପାରେ ନାହିଁ। ପାଣିକୁ ଶୋଷିପାରେ ନାହିଁ। ଏହାର ବ୍ୟାପକ ପ୍ରସ୍ତୁତି ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏମିତି ବି ଉଡ଼ନ୍ତା ପାଉଁଶ ଏକ ଅବ୍ୟବହୃତ ପଦାର୍ଥ ଏବଂ ଷ୍ଟିଅରିକ୍‌ ଏସିଡ୍‌ ମଧ୍ୟ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ।

ବିରାଟ ରାଜା ପଧାନ
-ବେଙ୍କମୁରା,ଝାରସୁଗୁଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri