ଉଜୁଡିଯାଉଛି ସ୍ମୃତିର ସ୍ମାରକୀ: ଅବହେଳିତ ଗାନ୍ଧିଜୀଙ୍କ ସ୍ମୃତି, ସ୍ମାରକୀ

ଭଦ୍ରକ ଅଫିସ, ୨ା୧୦- ସ୍ବାଧୀନତା ସଂଗ୍ରାମର ସ୍ମୃତି ଓ ବଳିଦାନ ଏ ମାଟିକୁ କରିଛି ଗୌରବାନ୍ବିତ। ଧାମନଗରରେ ଲୁଣିଆ ଓ ବାସୁଦେବପୁର ଇରମ ଗୁଳିକାଣ୍ଡ, ଭଣ୍ଡାରିପୋଖରୀ ଥାନା ପୋଡି ଭଳି ଘଟଣାରେ ସଂଗ୍ରାମୀଙ୍କ ଆମତ୍ବଳିଦାନ ଇତିହାସକୁ ଆଜି ବି ଏ ମାଟି ଝୁରୁଛି।ଜାତିର ଜନକ ମହାତ୍ମା ଗାନ୍ଧୀ ସେତେବେଳେ ଭଦ୍ରକ ଜିଲାକୁ ୩ ଥର ଗସ୍ତରେ ଆସି ସ୍ବାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲେ। ଗାନ୍ଧିଜୀଙ୍କ ଭଦ୍ରକ ଅବସ୍ଥାନ ସମୟର ଅନେକ ସ୍ମୃତିକୁ ଏମାଟି ମଧ୍ୟ ଧରି ରଖିଛି। ସଂଗ୍ରାମର ଶହୀଦ ସ୍ମୃତିସ୍ଥଳ ସମେତ ଗାନ୍ଧୀଙ୍କ ସ୍ମୃତିରକ୍ଷା ଲାଗି ନିର୍ମିତ ସ୍ମାରକୀ ସବୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କ୍ରମେ ଅବହେଳିତ ହୋଇ ପଡୁଥିବା ସଚେତନ ନାଗରିକ, ସଂଗ୍ରାମୀ ଓ ସେମାନଙ୍କ ଦାୟଦମାନେ ଅଭିଯୋଗ କରୁଛନ୍ତି।
ରାତି ପହିଲେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଲାଗି ପ୍ରଶାସନ ଏଥର ପୂଜ୍ୟପୂଜା କାର୍ଯ୍ୟକ୍ରମ ସମେତ ଅନେକ ପ୍ରସ୍ତୁତି କରିଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗାନ୍ଧୀଙ୍କ ଜୀବନାଦର୍ଶକୁ ନେଇ ପ୍ରତିଯୋଗିତା କରାଯାଇଛି। କିନ୍ତୁ ଗାନ୍ଧିଜୀଙ୍କ ସ୍ମୃତି ବହନ କରୁଥିବା ପୀଠ ଓ ସ୍ମାରକୀର ସୁରକ୍ଷା ଓ ବିକାଶ ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ ା ସ୍ଥାନୀୟ ସହରର ମଧ୍ୟଭାଗ ସାଳନ୍ଦୀ ନଦୀର ଅନତି ଦୂର ଭଦ୍ରକ ଗାନ୍ଧୀ ପଡିଆରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଏଠି ଏକ ଭିନ୍ନ ଚିତ୍ର ପ୍ରଦାନ କରୁଛି। ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ନିର୍ମିତ ଏହି ପ୍ରତିମୂର୍ତ୍ତି ଗତ ୧୦ ବର୍ଷ ହେଲା ଏକପ୍ରକାର ଭାଙ୍ଗିରୁଜି ଯାଇଛି। ପ୍ରତିମୂର୍ତ୍ତିରୁ ବି ଛାଡି ଯାଇଛି ରଙ୍ଗ । ପ୍ରତିମୂର୍ତ୍ତି ଉପରେ ନିର୍ମିତ ଛାତରୁ ପ୍ଲାଷ୍ଟର ବାହାରି ପଡିଛି। ଗାନ୍ଧୀ ବିଚାର ମଞ୍ଚ ତରଫରୁ ଏହି ପ୍ରତିମୂର୍ତ୍ତିର ସୁରକ୍ଷା ଓ ଏହାର ପାରିପାର୍ଶ୍ୱକ ଉନ୍ନତୀକରଣ ଲାଗି ଦାବି କରାଯାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଭଦ୍ରକର ଗାନ୍ଧୀ ମନ୍ଦିର ଓ ଗାନ୍ଧୀ ଓଡିଶା ବାଳାଶ୍ରମ ଭଳି ଅନ୍ୟସ୍ଥାନରେ ଗାନ୍ଧିଜୀଙ୍କ ସ୍ମୃତିକୁ ସୁରକ୍ଷିତ ରଖିବା ସକାଶେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ ା ଭଦ୍ରକ ଟାଉନ ଥାନା ସମ୍ମୁଖ ମହତାବ କୋଠାରେ ଗାନ୍ଧିଜୀ ୧୯୨୩ ଡିସେମ୍ବର ୧୭ ଏବଂ ୧୯୩୪ ଜୁଲାଇ ୩ ତାରିଖରେ ଅବସ୍ଥାନ କରିଥିଲେ। ଏହି ସ୍ମୃତିକୁ ମନେ ରଖିବା ଲାଗି କୋଠା ସମ୍ମୁଖରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି। ସବୁବେଳେ ଏହି ପ୍ରତିମୂର୍ତ୍ତିକୁ ଖରାବର୍ଷା ସହ୍ୟ କରି ପି ରହିଛି। ବର୍ଷରେ ଥରେ ମଧ୍ୟ ପ୍ରତିମୂର୍ତ୍ତିରେ ରଙ୍ଗ ଲାଗୁ ନାହିଁ।
ଗାନ୍ଧୀଙ୍କ ପଦାର୍ପଣ ସ୍ମୃତି ଭଦ୍ରକ ମାଟିକୁ କିଭଳି ମହିମାନ୍ବିତ କରିଛ ତାହାର ଏକ ନଜୀର ଗାନ୍ଧୀ ଓଡିଶା ବାଳାଶ୍ରମ । ଏଠାରେ ମହାତ୍ମା ଗାନ୍ଧୀ ୩ ଦିନ ଅବସ୍ଥାନ କରିଥିଲେ। ସେ ବ୍ୟବହାର କରିଥିବା ଖଦଡ ବସ୍ତ୍ର, ଅରଟ, ଚକି, ଶୋଇଥିବା ଖଟ ଏଭଳି କିଛି ସ୍ମୃତି ଛାଡି ଯାଇଥିଲେ। ଏସବୁ ଉପାଦାନକୁ ନେଇ ଗଢି ଉଠିଛି ଗାନ୍ଧୀ ସ୍ମୃତି ମନ୍ଦିର। ସେଠାରେ ଗୋଟିଏ ଘରେ ଗାନ୍ଧୀଙ୍କ ବ୍ୟବହୃତ ସାମଗ୍ରୀ ସାଇତା ହୋଇରହିଛି । ଅତ୍ୟାଧୁନିକ ଉପାୟରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଏଥିରେ ଉଇ ଲାଗିଯିବାର ଭୟ ଦେଖାଦେଇଛି। ଏହି ଘରକୁ ସଂଗ୍ରାହାଳୟ ଭାବେ ବ୍ୟବହାର କରି ଉଚିତ ସଂରକ୍ଷଣ କରା ନ ଗଲେ ଏଠାରୁ ଗାନ୍ଧୀଙ୍କ ଚିହ୍ନ ଖୁବଶୀଘ୍ର ନଷ୍ଟ ହୋଇଯିବାର ଆଶଙ୍କା ରହିଛି।
ଗାନ୍ଧିଜୀଙ୍କ ସ୍ମୃତି ରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ‘ଗାନ୍ଧୀ ସର୍କିଟ ଯୋଜନା’ ମଧ୍ୟ ଏଠି ବାଟବଣା ହୋଇପଡିଛି। ଗାନ୍ଧୀ ଜୟନ୍ତୀ ଆସିଲେ କେବଳ ଉତ୍ସବ ପାଳନ କରି ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନେ ନିଜ ଦାୟିତ୍ୱ ସାରି ଦେଉଛନ୍ତି ବୋଲି ସଚେତନ ନାଗରିକମାନେ ମତ ଦେଉଛନ୍ତି। ଗାନ୍ଧୀ ବାଳାଶ୍ରମର ମୁଖ୍ୟ ଅଶୋକ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛିନ୍ତି ଯେ, ଗାନ୍ଦିଜୀଙ୍କ ସ୍ମାରକୀର ସୁରକ୍ଷା ଲାଗି ଯୋଜନା ହେଉଛି, କିଛି କାମ ହେଉ ନାହିଁ ା ଏଥିଲାଗି ପ୍ରଶାସନିକ ଅବହେଳା ଦାୟୀ। ଏ ସମ୍ପର୍କରେ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ପଚାରିବାରୁ , ଜିଲାରେ ଗାନ୍ଧୀଙ୍କ ଐତିହ୍ୟ ପୀଠକୁ ଚିହ୍ନଟ କରାଯାଇ ଏହାର ସୁରକ୍ଷା ଓ ଉନ୍ନତିକରଣ ଲାଗି କେନ୍ଦ୍ରକୁ ପ୍ରସ୍ତାବ ପଠାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri