ଉଚ୍ଛେଦ ନ ସରୁଣୁ ତରବରିଆ ନିର୍ମାଣ: ପୂର୍ତ୍ତ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ

ପୁରୁଣା ଭୁବନେଶ୍ୱର,୨୭।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଠିକ୍‌ ଭାବେ ସରିନାହିଁ। ଏଭଳିସ୍ଥଳେ ସମସ୍ତ ନୀତିନିୟମକୁ ଦଳିମକଚି ରାତିଅଧିଆ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଯେଉଁଠାରେ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟ କରାଯାଉଛି ସେଠାରେ ନିୟମ ପୂର୍ବକ ଫଳକ, ଠିକାଦାରଙ୍କ ନାମ, ବ୍ୟୟ ବରାଦ, ଅଟକଳ ମୂଲ୍ୟ ଓ କି ପ୍ରକାର କାର୍ଯ୍ୟ ଆଦି ସର୍ବସାଧାରଣଙ୍କ ଜାଣିବା ଲାଗି ନ ଲଗାଇବା ବିଭାଗୀୟ ଅଧିକାରୀଙ୍କ ଭୂମିକା ସନ୍ଦେହ ସୃଷ୍ଟି କରୁଛି। ପୁରୁଣା ମାର୍କେଟ ସ୍ଥଳ ମନ୍ଦିର ସମ୍ମୁଖ ସମେତ କେତେକ ସ୍ଥାନରେ କଂକ୍ରିଟ୍‌ ଟାଇଲ ବିଛାଇବା ପୂର୍ବରୁ ବାଲି ପୋତି ପାଣି ପକାଯାଇ ରୋଲର ସାହାଯ୍ୟରେ ସମତୁଲ କରାଯିବ। ପୁନର୍ବାର ପଥର ଡଷ୍ଟ ଓ ବାଲି ପୋତି ସମତୁଲ ପରେ ଆବଶ୍ୟକ ସ୍ଥଳେ କଂକ୍ରିଟ କରାଯାଇ ଟାଇଲ ବିଛା ଯିବା କଥା। ହେଲେ ରାତାରାତି ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ତଦାରଖରେ ଲାଇଟ୍‌ ଲଗାଇ କରାଯାଉଛି। ନାମକୁ ମାତ୍ର ବାଲି ଛିଞ୍ଚତ୍ ଏହା ଉପରେ ଟାଇଲ ବିଛାଯାଉଛି। ଯେହେତୁ ଏକାମ୍ର ଅଞ୍ଚଳରେ ଉଚ୍ଛେଦ ବ୍ୟବସାୟୀ, ଉଠାଦୋକାନୀ ଓ ସ୍ଥାନୀୟ ବାସିନ୍ଦା ବିକାଶ ନେଇ ସ୍ବାଗତ କରୁଛନ୍ତି। ସେପରି ସ୍ଥଳେ ପୂର୍ତ୍ତ ବିଭାଗର ଏପରି ରାତିଅଧିଆ ନିର୍ମାଣ ଏକାମ୍ରବାସୀଙ୍କୁ ବ୍ୟଥିତ କରିଛି।
୧୯୯୩ରେ ରାଜ୍ୟ ପୂର୍ତ୍ତ ବିଭାଗ କେବଳ ଇଞ୍ଜିନିୟର ଡିଗ୍ରୀଧାରୀ ଏ’ କ୍ଲାସ୍‌ କଣ୍ଟ୍ରାକ୍ଟର ଏବଂ ଡିପ୍ଲୋମାଧାରୀ ବି’ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ବିନା ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟାଦେଶ ଦେବା ନିୟମ ଆରମ୍ଭ ହୋଇଥିଲା। ପୁଣି ପୂର୍ତ୍ତ ବିଭାଗ ୨୦୧୮ ଅଗଷ୍ଟ ୨୧ରୁ ଲାଗୁ କରିଥିବା ନିଷ୍ପତ୍ତିକୁ ବିଭାଗୀୟ ଯନ୍ତ୍ରୀ ନିଜସ୍ବ ଫାଇଦା ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏଥିରେ ଡ଼ିଗ୍ରୀଧାରୀ ଏ’ କ୍ଲାସ୍‌ କଣ୍ଟ୍ରାକ୍ଟରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୩ଟି କାର୍ଯ୍ୟ ଓ ଡିପ୍ଲୋମାଧାରୀ ବି’ କ୍ଲାସ ଦୁଇଟି କାର୍ଯ୍ୟାଦେଶ କୌଣସି ଟେଣ୍ଡର ପ୍ରକ୍ରିୟା ବିନା ଦିଆଯିବା ନିଷ୍ପତ୍ତି ନିଆଯାଇଥିଲା। ସେହିପରି ୨୦୧୯ ଅକ୍ଟୋବର ୧ରୁ ଡ଼ିଗ୍ରୀ ଓ ଡିପ୍ଲୋମା କଣ୍ଟ୍ରାକ୍ଟରଙ୍କର ରେଜିଷ୍ଟ୍ରେଶନ ଫି ୨ ଗୁଣା କରି ଦିଆଗଲା। ବେକାର ଇଞ୍ଜିନିୟର କଣ୍ଟ୍ରାକ୍ଟର ନିମନ୍ତେ ରୋଜଗାରକ୍ଷମ କରିବାକୁ ସରକାର ଏହି ବ୍ୟବସ୍ଥା କରିଥିଲେ। ହେଲେ ଯନ୍ତ୍ରୀମାନେ ବିଭିନ୍ନ ଉପାୟରେ ଭାଗ ବାଣ୍ଟି ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ଫିଲ୍ଡ ଡିଭିଜନ ଦାୟିତ୍ୱରେ ଥିବା କ୍ୟାପିଟାଲ ମେଣ୍ଟେନାନ୍ସ ନିର୍ବାହୀଯନ୍ତ୍ରୀ ବି. ଜଗବନ୍ଧୁ ରାଓଙ୍କୁ ପଚାରିବାରେ ଲିଙ୍ଗରାଜ ମନ୍ଦିର ନିକଟରେ ବିଛା ଯାଉଥିବା ଟାଇଲ କାମ ଟେଣ୍ଡର କରାଯାଇଛି। ମାତ୍ର କେଉଁ ପରିସ୍ଥିତିରେ ଠିକାଦାରଙ୍କ ନାମ, କାର୍ଯ୍ୟାଦେଶ ଆଦି ଫଳକରେ ଲଗାଯାଇନାହିଁ ଏହାର ଉତ୍ତର ସେ ଦେଇ ପାରି ନ ଥିଲେ। ରାତି ଅଧିଆ କାର୍ଯ୍ୟ କେଉଁ ଉଦ୍ଦେଶ୍ୟରେ କରାଯାଉଛି ଏବଂ ସେ ସ୍ଥାନରେ ବିଭାଗୀୟ ଯନ୍ତ୍ରୀ ୪ର୍ଥ ଶ୍ରେଣୀଙ୍କ କର୍ମଚାରୀଙ୍କ ଜିମାଦେଇ ଅନୁପସ୍ଥିତ ରହିବା ବିଷୟରେ ଅନୁସନ୍ଧାନ ପରେ ଜଣାଇବେ ବୋଲି ରାଓ କହିଥିଲେ। ଡ଼ିଗ୍ରୀ ଓ ଡିପ୍ଲୋମାଧାରୀ ଇଞ୍ଜିନିୟର ତଥା ଠିକାଦାରଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦେବା ସମ୍ପର୍କରେ ବିଚାର କରାଯିବ।

ଶ୍ରୀଲିଙ୍ଗରାଜ ମନ୍ଦିର ପୂର୍ବ ଦିଗ ଦେପା ନିକଟରେ ଉଚ୍ଛେଦ:

ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଗୁରୁବାର ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ତଥା ଦେପା (ଦେବୀ ପାଦହରା ପୁଷ୍କରିଣୀ) ଶ୍ରୀଲିଙ୍ଗରାଜ ଥାନାର ପୁରାତନ କ୍ୱାର୍ଟର୍ସର ଭଗ୍ନାବଶେଷ ଆଦି ଉଚ୍ଛେଦ କରିଛି। ଉଚ୍ଛେଦ କରାଯିବା ସହ ଏହି ସ୍ଥାନରୁ ଭଙ୍ଗାହୋଇଥିବା ଅଂଶବିଶେଷକୁ ବିଏମ୍‌ସି ଗାଡ଼ି ଲଗାଇ ସଫା କରାଇଛି। ଯେହେତୁ ଏହସବୁ ବ୍ୟବସାୟ ପ୍ରତିଷ୍ଠାନ ଗୃହଗୁଡ଼ିକ ସ୍ଥିତିବାନ ରେକର୍ଡ଼ଭୁକ୍ତ ସମ୍ପତ୍ତି ଏଣୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ ନେଇ ଦାବି ହୋଇଥିଲା। ସେମାନଙ୍କ ମତରେ ସରକାର ନିର୍ଦ୍ଧାରିତ ବେଞ୍ଚମାର୍କ ଭାଲ୍ୟୁଏଶନ ପ୍ରକୃତ ବଜାର ଦରଠାରୁ ଯଥେଷ୍ଟ କମ୍‌ ରହିଛି। ଭଙ୍ଗା ଯାଉଥିବା ଘରଗୁଡ଼ିକର ଠିକ୍‌ ମୂଲ୍ୟାୟନ ନ କରି ଜୋର କରି ଭାଙ୍ଗିବା ଅନ୍ୟାୟ। ଏ ନେଇ ୨୦୧୧ରୁ କେତେଜଣ ଜମି ମାଲିକ ଅଭିଯୋଗ କରି ଆସୁଛନ୍ତି। ମାତ୍ର ଏକାମ୍ର ଲିଙ୍ଗରାଜ କ୍ଷେତ୍ରରେ ବିକାଶ କାରଣରୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏପରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri