ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ସ୍ମୃତିଶକ୍ତି ବଢ଼ାଇବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ମାଛ ଖାଇବା ଶରୀର ପାଇଁ ଭଲ। ଶୀତଦିନେ ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ। ଏସବୁ ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା ମିଳେ। ମାଛ ଶୀତଦିନେ ଶରୀର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ। ମାଛ ଖାଇଲେ ସ୍ତନ ଏବଂ ପ୍ରୋଷ୍ଟେଟ୍‌ କର୍କଟ ହେବାର ଆଶଙ୍କା କମିଯାଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍‌ ଏବଂ ଭିଟାମିନ୍‌ ଡି ଭରପୂର ମାତ୍ରାରେ ରହିଥାଏ। ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରେ। ଏହା ଶରୀରର ଟ୍ରାଇଗ୍ଲିସେରାଇଡ୍‌ସ୍ତରକୁ ହ୍ରାସ କରିଥାଏ। ଫଳରେ ହାର୍ଟଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ମାଛ ଯୋଗୁ ମସ୍ତିଷ୍କ କ୍ରିୟାଶୀଳ ରହିଥାଏ। ଫଳରେ ମାନସିକ ବିକାର ହେବାର ଆଶଙ୍କା କମ୍‌ ହୋଇଥାଏ। ମାଛରେ ଥିବା ପ୍ରୋଟିନ୍‌ ମସ୍ତିଷ୍କରେ ନୂଆ କୋଷିକା ତିଆରି କରେ। ଏହାଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ। ମାଛ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରୁଥିଲେ…

ସାଧାରଣତଃ ଦେଖାଯାଇଥାଏ, ହାତ ପରିଷ୍କାର କରିବାକୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ରାଣ୍ଡ୍‌ର ହ୍ୟାଣ୍ଡ୍‌ସାନିଟାଇଜର୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହାର ଉପଯୋଗ ଆପଣଙ୍କୁ ସୁସ୍ଥ ରଖିବା ପରିବର୍ତ୍ତେ...

ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ।...

ଏପରି ସ୍ତ୍ରୀ ଥିଲେ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟବାନ

ଗୋରା ରଙ୍ଗ ପାଇଁ ସାରା ଦୁନିଆ ପାଗଳ। ସମସ୍ତେ ଗୋରା ଝିଅକୁ ବିବାହ କରିବାକୁ ଚାହିଁଥାନ୍ତି। କିନ୍ତୁ ଯଦି ଆପଣଙ୍କର ଶ୍ୟାମଳ ରଙ୍ଗର ପ୍ରେମିକା କିମ୍ବା...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

ଶରୀରର ଓଜନ କମ୍ କରିବା ପାଇଁ.. ..

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଇଛି ମେଦବହୁଳତା । ଆଉ ଏହାକୁ କମାଇବାକୁ ଲୋକେ ଜିମ୍ ଯିବାଠାରୁ ଆରମ୍ଭ...

ଏସବୁ ସମସ୍ୟା ଦୂର କରେ କଳାଜିରା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।...

ସ୍ତ୍ରୀ-ସ୍ବାମୀ ଏହି ଦିଗର କୋଠରୀରେ ଶୋଇଲେ ବଢ଼ିଥାଏ କଳହ, ଜାଣନ୍ତୁ କେଉଁ କଥା ପ୍ରତି ଦେବେ ଧ୍ୟାନ

ବାସ୍ତୁ ଶାସ୍ତ୍ରରେ ଦିଗକୁ ମହତ୍ତ୍ୱ ଦିଆଯାଇଛି। ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ ପାର୍ଶ୍ୱରେ ଥିବା ଭୂମି ତୁଳନାତ୍ମକ ଭାବରେ ଉଚ୍ଚ ହେବା ଉଚିତ୍‌। ଏହି ଦିଗର...

କିଡ୍‌ନୀ ରୋଗୀ ଧ୍ୟାନ ଦିଅନ୍ତୁ

କିଡ୍‌ନୀ ରକ୍ତରୁ ନିର୍ଗତ ବିଷାକ୍ତ ପଦାର୍ଥକୁ ଛାଣି ଶରୀରରୁ ବାହାରକୁ ନିଷ୍କାସିତ କରେ। ଯେତେବେଳେ ଏହା କାମ କରିବା ବନ୍ଦ କରେ, ଶରୀରରେ ବିଷାକ୍ତ ପଦାର୍ଥ...

Advertisement
Archives

Model This Week