Posted inଖେଳ

ଉଚ୍ଚାଭିଳାଷୀ ଆର୍ଯ୍ୟନ

ଆଖିରେ ଅସୁମାରି ସ୍ବପ୍ନ, ଏହାକୁ ସାକାର କରିବା ପାଇଁ ଅସୀମ ମନୋବଳ । ରାଜ୍ୟରେ ଲୋକପ୍ରିୟ ନ ଥିବା ଏକ କ୍ରୀଡ଼ାକୁ କ୍ୟାରିୟର କରି ଆଗକୁ ବଢ଼ିବାର ଦୁର୍ବାର ପ୍ରୟାସ । ଲକ୍ଷ୍ୟ ପଥରେ ଅଗ୍ରସର ହେବାବେଳେ କିଛି ପାହାଚ ଚଢ଼ିଛନ୍ତି, ଆହୁରି ଅନେକ ବାଟ ବାକିଅଛି । ତେବେ ଦିନେନା ଦିନେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାର ଅଦମ୍ୟ ଇଚ୍ଛାଶକ୍ତି ରଖିଥିବା ସାହସୀ ବାଳକ ହେଲେ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ …

କ୍ରୀଡ଼ା ଭିତ୍ତିଭୂମି ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡ଼ିଶା ଏବେ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ଦେଶ ବିଦେଶରୁ ପ୍ରଶଂସା ସାଉଁଟିଛି ଆମ ରାଜ୍ୟ। ଏଠାରେ ଖେଳକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏବେ ମଧ୍ୟ ଏପରି କେତେକ କ୍ରୀଡ଼ା ଅଛି ଯାହାକି ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ଏହା ଅଲିମ୍ପିକ୍ସ କ୍ରୀଡ଼ା ହୋଇଥିଲେ ହେଁ ଆବଶ୍ୟକ ସମର୍ଥନ ପାଇନାହିଁ। ଫଳରେ ଏହାକୁ କ୍ୟାରିୟର କରିବାକୁ ଚାହୁଁଥିବା ଖେଳାଳି ଭବିଷ୍ୟତକୁ ନେଇ ସନ୍ଦିହାନ ରହୁଛି। ଏହି ପରିଧି ମଧ୍ୟରେ ଆଗକୁ ବଢ଼ୁଥିବା ରାଜ୍ୟର ଜଣେ ଉଦୀୟମାନ ଖେଳାଳି ହେଲେ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ। ଅପର୍ଣ୍ଣା ଓ ଗୌରୀଶଙ୍କର ମିଶ୍ରଙ୍କ ସୁପୁତ୍ର ଆର୍ଯ୍ୟନ ବ୍ୟକ୍ତିଗତ ଉଦ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ସୁନାମ ସାଉଣ୍ଟିଥିଲେ ହେଁ ତାଙ୍କ ପାଇଁ ଏଠାରେ ସୁଯୋଗର ଅଭାବ। ଖେଳ ତାଙ୍କ ଜୀବନ ପାଲଟି ଯାଇଛି। ତେଣୁ ଉପଯୁକ୍ତ ସୁବିଧା ସୁଯୋଗ ନ ମିଳିଲେ ସେହି ଖେଳ ପାଇଁ ରାଜ୍ୟ ଛାଡ଼ିବା କଥା ମଧ୍ୟ ଚିନ୍ତା କରୁଛନ୍ତି ଏହି କ୍ରୀଡ଼ା ପ୍ରତିଭା।
ଲଣ୍ଡନ ଅଲିମ୍ପିକ୍ସରୁ ହ୍ୟାଣ୍ଡବଲ ପ୍ରେମ
”ମୁଁ ୨୦୧୨ରୁ ଖେଳିବା ଆରମ୍ଭ କରିଛି। ଲଣ୍ଡନ ଅଲିମ୍ପିକ୍ସ ଦେଖି ସେଥିରୁ ଏହି ଗେମ୍‌ ପ୍ରତି ଅନୁପ୍ରାଣିତ ହୋଇଥିଲି। ପୂର୍ବରୁ ମୁଁ ବାସ୍କେଟବଲ ଓ ଫୁଟବଲ ଖେଳୁଥିଲି। ଫୁଟବଲରେ କ୍ୟାରିୟର କରିବି ବୋଲି ଇଚ୍ଛାଥିଲା। ତେବେ ଏହି ଗେମ୍‌ରେ ମୁଁ ବିଶେଷ କିଛି ଭଲ କରି ପାରିଲିନି। ତା’ ପରେ ବାସ୍କେଟବଲ ଉପରେ ଏକାଗ୍ର ହୋଇଥିଲି। ମାତ୍ର ଲଣ୍ଡନ ଅଲିମ୍ପିକ୍ସ ସମୟରେ ଟିଭିରେ ହ୍ୟାଣ୍ଡବଲ ଇଭେଣ୍ଟ ଦେଖି ଏହା ପ୍ରେମରେ ପଡ଼ିଗଲି। ବାପାଙ୍କୁ ନିଜ ଇଚ୍ଛା ଜଣାଇଲି। ବାପା ଜଣେ ଆଥଲେଟ୍‌ ଏବଂ ପୂର୍ବରୁ ହ୍ୟାଣ୍ଡବଲ ମଧ୍ୟ ଖେଳୁଥିଲେ। ଗେମ୍‌ ସମ୍ପର୍କରେ ତାଙ୍କର ଜ୍ଞାନ ଥିବାରୁ ସେ ମୋ ମନକଥା ବୁଝିଗଲେ ଏବଂ ସମ୍ମତି ଦେଲେ। ତାଙ୍କ ପ୍ରଶିକ୍ଷଣରେ ମୋର ହ୍ୟାଣ୍ଡବଲ ଖେଳ ମୂଳଦୁଆ ପଡ଼ିଥିଲା। ସେବେଠାରୁ କଠିନ ଅଭ୍ୟାସ କରି ମୁଁ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି“ ବୋଲି ପ୍ରକାଶ କରିଛନ୍ତି ଆର୍ଯ୍ୟନ।
ଦିଲ୍ଲୀ, ହରିୟାଣା ଉପରେ ନିର୍ଭର
ବାପା ହିଁ ମୋର ପ୍ରଥମ କୋଚ୍‌, ଗାଇଡ ଓ ଦିଗ୍‌ଦର୍ଶକ। ମୁଁ କଳିଙ୍ଗ ଷ୍ଟାଡିୟମକୁ ମଝିରେ ମଝିରେ ଯାଇ ଫିଟ୍‌ନେସ୍‌ ପ୍ରାକ୍ଟିସ କରୁଛି। ବିଜେବି କଲେଜ ଗ୍ରାଉଣ୍ଡକୁ ମଧ୍ୟ ବଲ୍‌ ଶୁଟିଂ ମାରିବାକୁ ଯାଉଛି। ତେବେ ହ୍ୟାଣ୍ଡବଲ ପ୍ରାକ୍ଟିସ ପାଇଁ ଏଠାରେ ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ କୌଣସି ଟୁର୍ନାମେଣ୍ଟ ପୂର୍ବରୁ ମୋତେ ଦିଲ୍ଲୀ ନଚେତ ହରିୟାଣା ଯିବାକୁ ପଡ଼ୁଛି। ସେଠାରେ ୨-୩ ମାସ ଅଭ୍ୟାସ କରି ଫେରୁଛି। ଏହା ଏକ ଟିମ୍‌ ଗେମ୍‌ ହୋଇଥିବାରୁ ଅଭ୍ୟାସ ପାଇଁ ପାର୍ଟନର ଆବଶ୍ୟକ। ଏଠାରେ ତାହା ସମ୍ଭବ ହେଉନି। ଦିଲ୍ଲୀ କିମ୍ବା ହରିୟାଣା ଗଲେ ଯାଇ ସେଠାକାର ପିଲାଙ୍କ ସହ ମିଶି ଭଲ ଅଭ୍ୟାସ ମିଳୁଛି। ଏଠାରେ କେବଳ ମୁଁ ଶୁଟିଂ ସ୍କିଲ୍‌ ଡେଭଲପ୍‌ କରିଥାଏ ବୋଲି ବିହାରସ୍ଥିତ ଓପନ ସ୍କୁଲରେ ୧୦ମ ଶ୍ରେଣୀରେ ଅଧ୍ୟୟନରତ ଆର୍ଯ୍ୟନ କହିଛନ୍ତି।
ଅଭ୍ୟାସ ପାଇଁ ପଡ଼ିଆ ଓ କୋଚ୍‌ ଆବଶ୍ୟକ: ପାଠପଢ଼ା ଓ ଖେଳ ସହିତ ବାଲାନ୍ସ କରିବାରେ ବିଶେଷ ଅସୁବିଧା ଅନୁଭବ କରୁ ନ ଥିବା କହିଛନ୍ତି ଏହି ଖେଳ ପ୍ରତିଭା। ଓଡ଼ିଶାର ଗ୍ରାମାଞ୍ଚଳରେ ହ୍ୟାଣ୍ଡବଲ ପାଇଁ କିଛି ଭିତ୍ତିଭୂମୀ ଥିଲେ ହେଁ ତାଙ୍କୁ କୋଚିଂ ଦେବାଭଳି ପେସାଦାର କୋଚ୍‌ ନାହାନ୍ତି। ସେ ପୁରୀକୁ ଯାଇ ଝାଡେଶ୍ୱରୀ କ୍ଲବରେ ଏବଂ ଭୁବନେଶ୍ୱରରେ ବାପାଙ୍କ ନିକଟରୁ କୋଚିଂ ନେଇଥାନ୍ତି। ହରିୟାଣା କିମ୍ବା ଦିଲ୍ଲୀ ଗଲେ ଯାଇ ସେଠାରେ ସାଇ କୋଚ୍‌ଙ୍କ ନିକଟରୁ ଟ୍ରେନିଂ ମିଳିଥାଏ। ତେଣୁ ଭୁବନେଶ୍ୱରରେ ଅଭ୍ୟାସ ପାଇଁ ପଡ଼ିଆ ଏବଂ ଉପଯୁକ୍ତ କୋଚ୍‌ ନିଯୁକ୍ତ କରାଗଲେ ରାଜ୍ୟରେ ହ୍ୟାଣ୍ଡବଲ ଖେଳ ଅଧିକ ଲୋକପ୍ରିୟ ହୋଇପାରିବ ଏବଂ ସେ ବ୍ୟକ୍ତିଗତଭାବେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି।
ଅଲିମ୍ପିକ୍ସ ସ୍ବପ୍ନ: ଲକ୍ଷ୍ୟ ବହୁଦୂର ଥିଲେ ହେଁ ଅଲିମ୍ପିକ୍ସ ସ୍ବପ୍ନରୁ ବିରତ ହୋଇ ନାହାନ୍ତି ଉଚ୍ଚାଭିଳାଷୀ ଆର୍ଯ୍ୟନ। ”ଭବିଷ୍ୟତରେ ବାର୍ସିଲୋନା ହ୍ୟାଣ୍ଡବଲ କ୍ଲବରୁ ଖେଳିବା ଏବଂ ଅଲିମ୍ପିକ୍ସରେ ପଦକ ଆଣିବା ମୋର ସ୍ବପ୍ନ ରହିଛି। ସ୍ବପ୍ନ ସାକାର କରିବା ପାଇଁ ମୋତେ କଠିନ ପରିଶ୍ରମ ଏବଂ ଅଭ୍ୟାସ କରିବାକୁ ପଡ଼ିବ। ଉପଯୁକ୍ତ ଭିତ୍ତିଭୂମୀ ଏବଂ କୋଚ୍‌ ଦିଆଗଲେ ମୁଁ ନିଶ୍ଚିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ପାରିବି“ ବୋଲି ସେ ଦୃଢ଼ତାର ସହ କହିଛନ୍ତି।
ସ୍ମରଣୀୟ: ୨୦୧୯ ଏପ୍ରିଲ ୧୩ରୁ ୧୮ ପର୍ଯ୍ୟନ୍ତ ସ୍ପେନ୍‌ରେ ଅନୁଷ୍ଠିତ ପାର୍ଟଲି କପ୍‌ରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଥିଲା। ମାତ୍ର ସେ ଯେଉଁ ପୋଜିଶନରେ ଖେଳୁତ୍ଥିଲେ ସେଥିରେ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସେଥିରେ ସେ ଅଧିକ ଗୋଲ ମାରିଥିଲେ ଏବଂ ଅନେକ ବନ୍ଧୁ ମିଳିଥିଲେ। ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି ବୋଲି ପ୍ରକାଶ କରିଛନ୍ତି। ଆସନ୍ତା ଫେବୃୟାରୀରେ କାଠମାଣ୍ଡୁରେ ଟୁର୍ନାମେଣ୍ଟ ଅଛି। ସେଥିରେ ଭାଗ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତା ପୂର୍ବରୁ ପଞ୍ଜାବ ହ୍ୟାଣ୍ଡବଲ ଆସୋସିଏଶନ ଖେଳାଳିଙ୍କ ସହ କାନାଡା ଯାଇ ପ୍ରାକ୍ଟିସ ମ୍ୟାଚ ଖେଳିବା ସହ ଟ୍ରେନିଂ ନେବାର ଯୋଜନା ରହିଛି। ଏଥିପାଇଁ ବାପା ଗୌରୀଶଙ୍କର ପଞ୍ଜାବ ଆସୋସିଏଶନକୁ ଅନୁରୋଧ କରିଥିଲେ ଏବଂ ସେମାନେ ତାହା ରକ୍ଷା କରି ତାଙ୍କୁ ସୁଯୋଗ ଦେଇଛନ୍ତି ବୋଲି ଆର୍ଯ୍ୟନ କହିଛନ୍ତି। ”ରାଜ୍ୟ ସରକାର ଖେଳ ପାଇଁ ଅନେକ କିଛି କରୁଛନ୍ତି। ହ୍ୟାଣ୍ଡବଲ ପ୍ରତି ଟିକେ ଧ୍ୟାନ ଦେବେ ବୋଲି ଆଶା ରହିଛି। ଭୁବନେଶ୍ୱରରେ ହ୍ୟାଣ୍ଡବଲ ପାଇଁ ଗ୍ରାଉଣ୍ଡ ହେଲେ ଅଧିକରୁ ଅଧିକ ପିଲା ବାହାରିବେ। କୋଚ୍‌ ରହିଲେ ଆମେ ମଧ୍ୟ ଶ୍ରେଷ୍ଠତ୍ୱ ଦେଖାଇ ପାରିବୁ“ ବୋଲି ଭିନ୍ନ କିଛି କରି ଦେଖାଇବା ପାଇଁ ଇଚ୍ଛା ରଖୁଥିବା ଆର୍ଯ୍ୟନ ପ୍ରକାଶ କରିଛନ୍ତି।

ସରକାର ଧ୍ୟାନଦେବା ସମୟ ଆସିଛି
”ଜଣେ ଆଥଲେଟ୍‌ ଭାବେ ସ୍ପ୍ରିଣ୍ଟ ଓ ହ୍ୟାଣ୍ଡବଲ ମୋର ପ୍ରିୟ ଇଭେଣ୍ଟ ଥିଲା। ମିଡିଲ ଡିଷ୍ଟାନ୍ସ ରନରଭାବେ ଅନେକ ସଫଳତା ମଧ୍ୟ ପାଇଥିଲି। ମାତ୍ର ମୋତେ ବିଶେଷ ସୁବିଧା ସୁଯୋଗ ମିଳି ନ ଥବାରୁ ପୁଅ ଖେଳକୁ ଆସୁବୋଲି ଚାହୁଁ ନ ଥିଲି। ମାତ୍ର ସମ୍ଭବତଃ ବିଧି ନିର୍ଦ୍ଦେଶ ଭିନ୍ନ ଥିଲା, ସେ ଖେଳକୁ ହିଁ କ୍ୟାରିୟର କଲା। ଏବେ ଆରମ୍ଭ ମାତ୍ର। ଆହୁରି ଅନେକ ଦୂର ଯିବାକୁ ଅଛି। ଖେଳରେ କ୍ୟାରିୟର କଲେ ଭାରତୀୟ ଜର୍ସି ପିନ୍ଧିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ମୋର ମଧ୍ୟ ଥିଲା। ମାତ୍ର ମୁଁ ତାହା କରିପାରି ନ ଥିଲି। ଏବେ ପୁଅ ତାହା କରୁବୋଲି ମୁଁ ଚାହୁଁଛି। ଭାରତୀୟ ଦଳର ସଦସ୍ୟଭାବେ ଏସିଆନ ପଦକ କିମ୍ବା ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ମୋର ପରିଶ୍ରମ ସାର୍ଥକ ହେବ“ ବୋଲି ଆର୍ଯ୍ୟନଙ୍କ ପିତା ତଥା କୋଚ୍‌ ଗୌରୀଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ଆର୍ଯ୍ୟନ କ୍ୟାରିୟର ପଥରେ ଅନେକ ପ୍ରତିବନ୍ଧକ ରହିଛି। ଏଠାରେ ହ୍ୟାଣ୍ଡବଲ ପ୍ରତିଭାଙ୍କୁ ଉତ୍ସାହିତ କରାଯାଉନି। ଭିତ୍ତିଭୂମି ନାହିଁ। ଏହି ଖେଳକୁ ପ୍ରମୋଟ ମଧ୍ୟ କରାଯାଉନି। ସାଇ କୋଚ୍‌ ନାହାନ୍ତି। ଓଡ଼ିଶାରେ ବହୁତ ପ୍ରତିଭା ସମ୍ପନ୍ନ ଖେଳାଳି ଅଛନ୍ତି, ମାତ୍ର ସୁଯୋଗ ନାହିଁ। ସରକାର ଏହି କ୍ରୀଡ଼ାପ୍ରତି ଧ୍ୟାନ ଦେବାର ସମୟ ଆସିଛି। ନ ହେଲେ ତା କ୍ୟାରିୟର ଅଧାରୁ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଏଠାରେ ଉପଯୁକ୍ତ ସୁବିଧା ସୁଯୋଗ ନ ମିଳିଲେ ବାଧ୍ୟ ହୋଇ ତାକୁ ଅନ୍ୟ ରାଜ୍ୟରୁ ଖେଳାଇବା କଥା ଚିନ୍ତା କରିବୁ ବୋଲି ଗୌରୀଶଙ୍କର ଦୁଃଖର ସହ ପ୍ରକାଶ କରିଛନ୍ତି।

ସଂକ୍ଷେପରେ…
ନାମ: ଆର୍ଯ୍ୟନ ବ୍ରାହ୍ମିନ
ଜନ୍ମ: ମାର୍ଚ୍ଚ ୧୦, ୨୦୦୪, ଭୁବନେଶ୍ୱର
ପରିବାର: ମା’-ଅପର୍ଣ୍ଣା ମିଶ୍ର, ବାପା: ଗୌରୀ ଶଙ୍କର ମିଶ୍ର।
ଶିକ୍ଷାଗତ ଯୋଗ୍ୟତା: ଦଶମ
ସ୍କୁଲ(ଓପନ ସ୍କୁଲ, ବିହାର)
କ୍ୟାରିୟର/ରାଜ୍ୟ
୨୦୧୬: ରାଜ୍ୟ ହ୍ୟାଣ୍ଡବଲ ପ୍ରତିଯୋଗିତା, ଭୁବନେଶ୍ୱର, ଚାମ୍ପିୟନ
୨୦୧୭: ରାଜ୍ୟ ହ୍ୟାଣ୍ଡବଲ (ଜୁନିୟର, ବାଳିକା/ବାଳକ),ଢେଙ୍କାନାଳ, ଚାମ୍ପିୟନ
ଜାତୀୟ
୨୦୧୬: ଜାତୀୟ ସବ୍‌ଜୁନିୟର ଚାମ୍ପିୟନଶିପ୍‌, ତାମିଲନାଡ଼ୁ
୨୦୧୬: ଜାତୀୟ ଜୁନିୟର (ବାଳକ) ହ୍ୟାଣ୍ଡବଲ, ପାଟ୍‌ନା, ବିହାର
୨୦୧୬: ଜାତୀୟ ସବ୍‌ଜୁନିୟର(ବାଳକ) ଚାମ୍ପିୟନଶିପ୍‌, ଝାଡ଼ଖଣ୍ଡ
୨୦୧୭: ଜାତୀୟ ସବ୍‌ଜୁନିୟର (ବାଳକ) ହ୍ୟାଣ୍ଡବଲ, ହରିୟାଣା
୨୦୧୭: ଜାତୀୟ ମିନି ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌, ତେଲେଙ୍ଗାନା, ୬ଷ୍ଠ ସ୍ଥାନ
୨୦୧୮: ୟୁନିଫାଏଡ ନ୍ୟାଶନାଲ କ୍ୟାମ୍ପ(ଜୁନ ୨୯ରୁ ଜୁଲାଇ ୩) ଅମୃତସର
୨୦୧୮: ଏକ୍‌ ଭାରତ ଶ୍ରେଷ୍ଠ ଭାରତ ହ୍ୟାଣ୍ଡବଲ ଲିଗ୍‌, ହରିଦ୍ୱାର, ଚାମ୍ପିୟନ
ଅନ୍ତର୍ଜାତୀୟ
୨୦୧୮: କୁପର ବକ୍ସ ହ୍ୟାଣ୍ଡବଲ କପ୍‌, ଲଣ୍ଡନ(ଜୁଲାଇ ୨୬ରୁ ୩୧)
୨୦୧୯: ଲୋରେଟ କପ୍‌, ବାର୍ସିଲୋନା, ସ୍ପେନ(ଏପ୍ରିଲ ୧୩ରୁ ୧୮)
(ବ୍ୟକ୍ତିଗତ ଶ୍ରେଷ୍ଠ ଖେଳାଳି ପୁରସ୍କାର)
୨୦୧୯: ବିଶ୍ୱ ୨୧ ବର୍ଷରୁ କମ୍‌ ବିଶ୍ୱକପ(ପାର୍ଟଲି କପ୍‌), ଜୁଲାଇ ୧ରୁ ୭, ଗୁଟେନ ବର୍ଗ, ସ୍ବିଡେନ
୨୦୧୯: ଅନ୍ତର୍ଜାତୀୟ ହ୍ୟାଣ୍ଡବ୍ୟାଗ୍‌ ଇଣ୍ଡିପେଣ୍ଡେନ କପ୍‌(ସିନିୟର), ତାସକେଣ୍ଟ, ଉଜ୍‌ବେକିସ୍ତାନ, ସେପ୍ଟେମ୍ବର ୧୮ରୁ ୨୫), ଭାରତୀୟ ଦଳର ସଦସ୍ୟଭାବେ ରୌପ୍ୟ ପଦକ
ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri