ଉଚ୍ଚଶବ୍ଦ ଓ ସ୍ବାସ୍ଥ୍ୟ ସୁରକ୍ଷା

ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନକରି କଟକରେ ପ୍ରଶାସନ ଶବ୍ଦ ପ୍ରଦୂଷଣ ରୋକିବା ଏବଂ ଜନସାଧାରଣଙ୍କ ସ୍ବାସ୍ଥ୍ୟସୁରକ୍ଷାକୁ ଅଗ୍ରାଧିକାର ଦେଇ ଡିଜେ,ବାଣ ଏବଂ ଏଲଇଡି ଲାଇଟ ଉପରେ ନିଷେଧାଦେଶ ଦେଇଛନ୍ତି। ସେହିପରି ଭାରତର ଅନ୍ୟ ରାଜ୍ୟ ଓ ସହର ଗୁଡିକରେ ମଧ୍ୟ ଡିଜେକୁ ଅନୁମତି ଦିଆଯାଇନାହିଁ। ୧୯୪୦ମସିହାରେ “ଡିସ୍କ ଜକି” (ଡିଜେ) ଶବ୍ଦଟି ରେଡିଓ ହୋଷ୍ଟମାନଙ୍କୁ ବର୍ଣ୍ଣନା କରିବା ପାଇଁ ଉଦ୍ଦିଷ୍ଟଥିଲା। ୧୯୫୦ରୁ ୧୯୬୦ ମସିହା ଭିତରେ ସାଉଣ୍ଡ ସିଷ୍ଟମର ଉତ୍ଥାନ ପରେ କିଙ୍ଗଷ୍ଟନରେକଷ୍ଟମ-ର୍ନିମିତ ସାଉଣ୍ଡ ସିଷ୍ଟମ ବ୍ୟବହାର କରି ବଡ଼ ବଡ଼ ବାହ୍ୟ ପାର୍ଟି ଆୟୋଜନ କରାଯାଉଥିଲା।୨୦୦୦ରୁ ୨୦୧୦ ମସିହାର ଡିଜିଟାଲ ବିପ୍ଳବରେ ଡିଜେ ଗୁଡ଼ିକୁ ଡିଜିଟାଲ ଜ୍ଞାନ ସହିତ ମିଶ୍ରଣ ହୋଇଥିଲା।୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଷ୍ଟ୍ରିମିଂ ପ୍ଲାଟଫର୍ମରେ ସଂଗୀତର ମିଶ୍ରଣ ଏବଂ ଡିଜେ ସେଟକୁ ବିକଶିତ କରି ଅତି ଉଚ୍ଚଶବ୍ଦର ଉତ୍ସ ଭାବରେ ଷ୍ଟାଣ୍ଡାଲୋନ ଡିଜିଟାଲ ଡେକ ଯଥା ପାୟୋନିୟର ସିଡି ଜେ -୩୦୦୦ରେ ପରିଣତ କରିଛ। ଆରମ୍ଭରୁ ସୱଳ୍ପ ବ୍ୟବହାର ଯୋଗୁ ଡିଜେ ଶବ୍ଦ ଉପରେ ସେତେଟା ଗୁରୁତ୍ ଦିଆଯାଉ ନଥିଲା ମାତ୍ର ପରବର୍ତ୍ତୀ ସମୟରେ ଭାରତରେ ଡିଜେର ବହୁଳ ବ୍ୟବହାର ଯୋଗୁ ପରିବେଶ ଓ ସୱାସ୍ଥ୍ୟ ଉପରେ ଅଧିକ କୁପ୍ରଭାବକୁ ରୋକିବାକୁ ଆଇନ କଠୋର ହେବା ଆରମ୍ଭ ହୋଇଛି।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଅନୁସାରେ ମଣିଷ,ଜୀବ ଜନ୍ତୁଙ୍କ ଉପରେ ୮୫ ଡିବିରୁ ଅଧିକ ଉଚ୍ଚ-ଡେସିବେଲ ଶବ୍ଦ ବାରମ୍ବାର କର୍ଣ୍ଣ ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ନାୟବିକ କ୍ଷତ ସହିତ କାନପରଦା ଫାଟିଯାଏ। ଅସ୍ଥାୟୀ କିମ୍ବା ସ୍ଥାୟୀ ଶ୍ରବଣ ଶକ୍ତି ହ୍ରାସ, କାନରେ ଘଡ ଘଡ ଶବ୍ଦ ସୃଷ୍ଟି ସହିତ କାନ ଯନ୍ତ୍ରଣା ହୋଇପାରେ। ଉଚ୍ଚ ଶବ୍ଦ ମସ୍ତିଷ୍କର ମାନସିକ ଚାପ ପ୍ରତିକ୍ରିୟାକୁ ସକ୍ରିୟ କରେ ଓ ଚିନ୍ତା, ଚିଡ଼ିଚିଡ଼ାପଣ, ଏକାଗ୍ରତାର ନଷ୍ଟ ଏବଂ ନିଦ୍ରା ବ୍ୟାଘାତର କାରଣ ହୋଇଥାଏ। ଦୀର୍ଘ ସମୟ ଧରି ଉଚ୍ଚ-ଡେସିବେଲ ଶବ୍ଦ ସଂସ୍ପର୍ଶରେ ରହିବା ଦ୍ୱାରା ଡିପ୍ରେସନର ସମ୍ଭାବନା ବଢ଼ିଥାଏ, ରକ୍ତଚାପ, ହୃଦସ୍ପନ୍ଦନ ବୃଦ୍ଧି ପାଏ ଏବଂ ହୃଦରୋଗରେ ବ୍ୟକ୍ତି ପୀଡିତ ହୋଇ ମୃତ୍ୟୁମୁଖରେ ପଡିପାରେ। ପିଲାମାନଙ୍କର ଶ୍ରବଣ ଶକ୍ତି ଅଧିକ ସମ୍ବେଦନଶୀଳ, ତେଣୁ ଏହା ପାଠପଢା, ଆଚରଣଗତ ସମସ୍ୟା, ନିଦ୍ରାରେ ବାଧାଏବଂ କାର୍ଯ୍ୟଦକ୍ଷତା ହ୍ରାସ କରେ।ବୟସ୍କ ଲୋକମାନେ ଅଧିକ ଚାପ, ନିଦ୍ରା ବିଚଳିତ ଏବଂ ଅଧିକ ସୱାସ୍ଥ୍ୟ ବିପଦର ସମ୍ମୁଖୀନ ହୁଅନ୍ତି। ପକ୍ଷୀ, ପ୍ରାଣୀ ଏବଂ କୀଟପତଙ୍ଗ ନିଜନିଜ ଭିତରେ ସମ୍ପର୍କ ପାଇଁ ଶବ୍ଦ ଉପରେ ର୍ନିଭର କରନ୍ତି।ଉଚ୍ଚ ଡିଜେ ଶବ୍ଦ ସେମାନଙ୍କୁ ଭୟଭୀତ କରେ, ପ୍ରଜନନକୁ ବାଧା ଦିଏ ଏବଂ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ବାଧା ସୃଷ୍ଟିକରେ। ତୀକ୍ଷ୍ଣ ଶବ୍ଦ ଫ୍ରିକ୍ୱେନ୍ସି ଯୋଗୁଁ କୁକୁର, ବିଲେଇ ଏବଂ ଗାଈମାନେ ଅତ୍ୟଧିକ ଚାପଗ୍ରସ୍ତ ହୁଅନ୍ତି। ଜଙ୍ଗଲ, ଆର୍ଦ୍ରଭୂମି କିମ୍ବା ଗ୍ରାମ ନିକଟରେ ଶବ୍ଦ ପ୍ରଦୂଷଣର ଦୀର୍ଘ ସମୟ ଧରି ସଂସ୍ପର୍ଶରେ ରହିବା ଜୈବ ବିବିଧତାକୁ ପ୍ରଭାବିତ କରେ। ପେଚା, ବାଦୁଡ଼ି ପରି ରାତ୍ରିଚର ପ୍ରାଣୀଙ୍କର ଜୀବନଯାପନ ପ୍ରଣାଳୀ କ୍ଷତିଗ୍ରସ୍ତ ହୋଇଥାଏ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଔଦ୍ୟୋଗିକ କ୍ଷେତ୍ରର ଶବ୍ଦ ସୀମା ୭୫ରୁ ୭୦ ଡେସିବେଲ,ବାଣିଜ୍ୟିକ କ୍ଷେତ୍ରରେ ୬୫ ରୁ ୫୫ ଡେସିବେଲ, ଆବାସିକ କ୍ଷେତ୍ରରେ ୫୫ ରୁ ୪୫ ଡେସିବେଲ, ହସ୍ପିଟାଲ, ସ୍କୁଲ, କୋର୍ଟ, ଧାର୍ମିକ ସ୍ଥାନ ଚାରିପାଖରେ ବା ୧୦୦ ମିଟର ପରିସୀମା ଭିତରେ ୫୦ରୁ ୪୦ ଡେସିବେଲ ଶବ୍ଦ ସହିବା ଆବଶ୍ୟକ, ଯଦି ଏଥିରେ କୌଣସି ବ୍ୟାଘାତ ଘଟେ ତେବେ ସାଧାରଣ ବ୍ୟକ୍ତି ଆଇନର ଆଶ୍ରୟ ନେଇପାରିବେ। ସୁପ୍ରିମକୋର୍ଟର ୨୦୦୫ ଓ ୨୦୧୮ ମସିହା ରାୟ ଅନୁସାରେ ଶବ୍ଦ ସୀମାକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁସାରେ ଆୟୋଜକ ଶବ୍ଦସୀମା ଉଲ୍ଲଂଘନ କଲେ ଉପକରଣ ଜବତ, ଜରିମାନା ଏବଂ ଜେଲଦଣ୍ଡ ମଧ୍ୟ ହୋଇପାରେ।
ରାଜନୈତିକ ରାଲି ଏବଂ ଉତ୍ସବରେ, ବିବାହ ପାର୍ଟି, ରାତ୍ରୀକାଳୀନ କ୍ଲବ, ପର୍ବପର୍ବାଣି, ସ୍କୁଲ କଲେଜରେ ଯୁବକମାନେ ସଚେତନତା ଅଭାବରୁ ଦୀର୍ଘ ସମୟ ଧରି ଡିଜେ ଶବ୍ଦ ସଂସ୍ପର୍ଶରେ ଆସିବାର କ୍ଷତିକାରକ ପ୍ରଭାବକୁ ଅଣଦେଖା କରନ୍ତି। ଶବ୍ଦ ସୀମାବଦ୍ଧତା ଏବଂ ପରିବେଶର କ୍ଷତି ହ୍ରାସ କରିବାକୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଜନ ସଚେତନତା ସୃଷ୍ଟି କରାଯିବା ଉଚିତ। ଅତ୍ୟଧିକ ଡିଜେ ସଂଗୀତ ବିନା ପାରମ୍ପରିକ ସଙ୍ଗୀତ ଓ ବାଦ୍ୟ ସହିତ ଉତ୍ସବକୁ ପ୍ରୋତ୍ସାହିତ କରାଯିବା ଉଚିତ। ଯୁବବର୍ଗ ତଥା ସମସ୍ତ ନାଗରିକ ନିଜର ତଥା ଭବିଷ୍ୟତ ସମାଜର ସୁରକ୍ଷା ଦୃଷ୍ଟିରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ନ୍ୟାୟିକ ବ୍ୟବସ୍ଥା, ଜିଲ୍ଲାପାଳ, ବିଡିଓ, ସରପଞ୍ଚ ଆଦିଙ୍କୁ ଜଣାଇବା ସହିତ ଶାନ୍ତିପୂର୍ଣ୍ଣ ବିକଳ୍ପଗୁଡ଼ିକୁ ଆପଣାଇବା ଉଚିତ। ଉତ୍ସବ ଏବଂ ଦାୟିତ୍ୱ ମଧ୍ୟରେ ଏକ ସନ୍ତୁଳନ ବଜାୟ ରଖିବାକୁ ପଡିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ନିୟମ ପାଳନ କରି ସଚେତନତାକୁ ପ୍ରସାର କରି ଏବଂ ପ୍ରକୃତିକୁ ସମ୍ମାନ ଦେଇ ଆମେ ପରିବେଶକୁ କ୍ଷତି ନ ପହଞ୍ଚାଇ ଉତ୍ସବ ପାଳନ ସହିତ ଜୀବଜଗତକୁ ସ୍ବାସ୍ଥ୍ୟ ସୁରକ୍ଷା ଦେଇପାରିବା।

ଡ. ବିମଳ ଷଡ଼ଙ୍ଗୀ
ସଂସାଧନ ବ୍ୟକ୍ତି, ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର, ଭାରତ ସରକାର
ମୋ: ୯୪୩୭୧୨୩୮୯୨

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri