ଇ- ବିଧାନସଭା: ୪୭ ବିଧାୟକ କିଣିଲେ କମ୍ପ୍ୟୁଟର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ବିଧାୟକମାନେ ଆଉ କାଗଜପତ୍ର ନୁହେଁ କମ୍ପ୍ୟୁଟର ଜରିଆରେ ସମସ୍ତ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ଏପରି କି ବିଧାନସଭାକୁ ମଧ୍ୟ ଲାପଟପ୍‌ ଧରି ଆସି ପାରିବେ । ଅନ୍‌ଲାଇନରେ ସବୁ କିଛି ହେବ। ବିଧାୟକମାନେ ଯାହା କିଛି ଚାହିଁବେ ସେମାନଙ୍କୁ ଅନ୍‌ଲାଇନ ମାଧ୍ୟମରେ ସମସ୍ତ ତଥ୍ୟ ଯୋଗାଇ ଦିଆଯିବ। ଇ-ବିଧାନସଭା ଆରମ୍ଭ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଧାନସଭା ପକ୍ଷରୁ ବିଧାୟକମାନଙ୍କୁ ଲାପ୍‌ଟପ ଯୋଗାଇ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କମ୍ପ୍ୟୁଟର/ଲାପଟପ୍‌ ବାବଦ ଖର୍ଚ୍ଚ ବିଧାନସଭା ପକ୍ଷରୁ ଯୋଗାଇ ଦିଆଯିବ। ଏ ପର୍ଯ୍ୟନ୍ତ ୪୭ ଜଣ ବିଧାୟକ ଲାପଟପ୍‌/କମ୍ପ୍ୟୁଟର କ୍ରୟ କରି ସାରିଲେଣି। ବୁଧବାର ଏ ବାବଦରେ ଟଙ୍କା ନେବାକୁ ସେମାନେ ରସିଦ ଦାଖଲ କରିଥିବା ବାଚସ୍ପତି ସୂଚନା ଦେଇଛନ୍ତି। କମ୍ପ୍ୟୁଟର କିମ୍ବା ଲାପ୍‌ଟପ କିଣିବା ପାଇଁ ବିଧାନସଭା ପକ୍ଷରୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ୫ଟି ବଡ଼ ବ୍ରାଣ୍ଡ କମ୍ପାନୀର କମ୍ପ୍ୟୁଟର କିଣିବାକୁ ନ୍ୟାଶନାଲ ଇନ୍‌ଫରମେଟିକ ସେଣ୍ଟର(ଏନ୍‌ଆଇସି) ଏବଂ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା କମ୍ପ୍ୟୁଟର ବିଷୟରେ ବିଧାୟକମାନଙ୍କୁ ତାଲିମ ଦେବା ପାଇଁ ଏନ୍‌ଆଇସିକୁ ଅନୁରୋଧ କରାଯାଇଛି। ଯେଉଁ ବିଧାୟକମାନଙ୍କର କମ୍‌ କିମ୍ବା ଆଦୌ କମ୍ପ୍ୟୁଟର ବିଷୟରେ ଜ୍ଞାନ ନାହିଁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ଅନ୍‌ଲାଇନ ଡାଟା ଏଣ୍ଟ୍ରି, ଇ-ମେଲ ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ। ବିଧାନସଭା କର୍ମଚାରୀମାନେ ମଧ୍ୟ ତାଲିମ ନେବେ ବୋଲି ବାଚସ୍ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା ଅଫିସ,୨।୪: ପଡୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲାକୁ ଲାଗି ରହିଛି...

ଇଞ୍ଜିନିୟରିଂ ପାଠୁଆ ହାଇଟେକ ଚାଷୀ

ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ସାନପତ୍ରାପାଲି ରାଜସ ଗ୍ରାମର ଜଣେ ସଫଳ ଚାଷୀ ହେଉଛନ୍ତି ମହେଶ୍ୱର ନାଏକ(୩୨)। ଶ୍ରୀୟା ନାଏକ ଓ ସ୍ବର୍ଗତ...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଜଗତସିଂହପୁର ଜିଲା ନୂଆଗାଁ ଅଞ୍ଚଳର ଏକ ଗ୍ରାମରେ ଜଣେ ଅନୁସୂଚିତ ଜାତି ଝିଅକୁ ଗଣବଳାତ୍କାର ହୋଇଥିବା ଖବର ଚର୍ଚ୍ଚାର କାରଣ ହୋଇଛି। ସୋମବାର...

ରାଜ୍ୟପାଳଙ୍କ ଦ୍ୱାରା ୨ ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ୨ଟି ବିଶ୍ୱବିଦ୍ୟାଳୟ ପାଇଁ ସୋମବାର କୁଳପତି ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଲାଗି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ: ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ ଜାରି

ବାରିପଦା ଅଫିସ,୨୨ା୧୦- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଗତ...

ମୋହନା ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଆର୍‌.ଉଦୟଗିରି,୨୪।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି...

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ୫୮ ତହସିଲଦାରଙ୍କୁ ବିଡିଓ ନିଯୁକ୍ତି

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ୫୮ ଜଣ ତହସିଲଦାରଙ୍କୁ ବିଡିଓ ଭାବେ ନିଯୁକ୍ତି ଦିଆଯିବା ସହିତ ସେମାନଙ୍କୁ...

ବାଲିମେଳା ଜଳଭଣ୍ଡାରରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା

ମାଲକାନଗିରି,୧୯।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ବୁଧବାର ଏକ ଯାତ୍ରୀବାସୀ ଦେଶୀ ଡଙ୍ଗା ବୁଡି ଯାଇଛି। ଫଳରେ ମହିଳା ଓ ଶିଶୁଙ୍କ ସମେତ ୩...

Advertisement
Archives

Model This Week