ଇସିଜି ପାଇଁ ଜୀବନ ଗଲା

କଟକ ଅଫିସ, ୧୯ା୧୧: ଏସ୍‌ସିବି ମେଡିକାଲ ଦିଲ୍ଲୀ ଏମ୍‌ସର ସମକକ୍ଷ ହେବ। ଗତ ସପ୍ତାହରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏସ୍‌ସିବି ମେଡିକାଲର ପ୍ରକୃତ ଚିତ୍ର କେତେ ବିକଳ ତାହା ଜଣେ ମହିଳାଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଘଟଣା ସମ୍ପର୍କରେ ହାଇକୋର୍ଟ ଆଡଭୋକେଟ ଦିବ୍ୟଲୋଚନ ସାହୁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଆଡଭୋକେଟ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ ତାଙ୍କ ସମ୍ପର୍କୀୟ ଭାଉଜ ସୁନିତା ସାହୁ(୪୫) ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ବାମୀ ସତ୍ୟପ୍ରିୟ ମଧ୍ୟାହ୍ନ ୧୨ଟାରେ ସୁନିତାଙ୍କୁ ଧରି ଏସ୍‌ସିବି କାଜୁଆଲ୍‌ଟିକୁ ଯାଇଥିଲେ। କାଜୁଆଲ୍‌ଟି ଦାୟିତ୍ୱରେ ଥିବା ଡାକ୍ତର ସୁନିତାଙ୍କର ଇସିଜି କରିବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସତ୍ୟପ୍ରିୟ କାଜୁଆଲ୍‌ଟି ଇସିଜି ରୁମ୍‌କୁ ଗଲାବେଳେ ସେଠାରେ ଇସିଜି ହେଉ ନ ଥିବା ଉପସ୍ଥିତ କର୍ମଚାରୀମାନେ କହିଥିଲେ। ମେଡିସିନ ଆଉଟଡୋରକୁ ଯାଇ ଇସିଜି କରିବା ପାଇଁ ସେମାନେ ସତ୍ୟପ୍ରିୟଙ୍କୁ କହିଥିଲେ। ଏହାପରେ ସତ୍ୟପ୍ରିୟ ସୁନିତାଙ୍କୁ ଧରି ମେଡିସିନ ଆଉଟଡୋରକୁ ଯାଇଥିଲେ। ସେତେବେଳକୁ ଦିନ ୧ଟା ବାଜି ସାରିଥିଲା। ମାତ୍ର ଇସିଜି ରୁମ୍‌ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ହଠାତ୍‌ ଇସିଜି ରୁମ୍‌ର ଜଣେ କର୍ମଚାରୀ ବାହାରି ଆସି କହିଥିଲେ, ଏବେ ଆଉ ଇସିଜି ହୋଇପାରିବ ନାହିଁ। ଲଞ୍ଚବ୍ରେକ୍‌ ସମୟ ହୋଇଗଲାଣି। ସାଢେ ୨ଟା ବେଳକୁ ଆସିଲେ ବାକି ରୋଗୀଙ୍କର ଇସିଜି କରାଯିବ। ଏହି ସମୟରେ ଆଡଭୋକେଟ ସାହୁ ସେଠାରେ ପହଞ୍ଚତ୍ଥିଲେ। ତେଣୁ କାଳବିଳମ୍ବ ନ କରି ତୁରନ୍ତ ଘରୋଇ ଇସିଜି କେନ୍ଦ୍ରକୁ ସୁନିତାଙ୍କୁ ନେଇଯିବାକୁ ସେ ଭାଇ ସତ୍ୟପ୍ରିୟଙ୍କୁ କହିଥିଲେ। ଏହି ଅନୁଯାୟୀ ସୁନିତାଙ୍କୁ ନିଆଯିବାକୁ ଉଦ୍ୟମ କରାଯିବାବେଳେ ମେଡିସିନ ଆଉଟଡୋର ସାମ୍ନାରେ ସେ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ସେଠାରେ ଥିବା ଏକ ବ୍ୟାଟେରି ଆମ୍ବୁଲାନ୍ସରେ କାଜୁଆଲ୍‌ଟିକୁ ପୁନର୍ବାର ନିଆଯାଇଥିଲା। ସେଠାରେ ସୁନୀତାଙ୍କୁ ଗୋଟିଏ ଇଞ୍ଜେକଶନ ଓ ଅକ୍ସିଜେନ ଦିଆଯାଇଥିଲା। ହେଲେ ଅପରାହ୍ନ ସାଢେ ୧ଟାରେ ସୁନିତାଙ୍କର ମୃତ୍ୟୁ ଘଟିଥିଲା। ଆଡଭୋକେଟ ସାହୁଙ୍କ ଅଭିଯୋଗ ହେଉଛି, ସରକାର ଏସ୍‌ସିବି ମେଡିକାଲକୁ ଏମ୍‌ସ ସମକକ୍ଷ କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଏଡେବଡ଼ ଡାକ୍ତରଖାନାରେ ସାମାନ୍ୟ ଇସିଜି ମେଶିନ ପାଇଁ ଜଣେ ରୋଗୀଙ୍କ ଜୀବନ ଯାଉଛି। ସୁନିତାଙ୍କ ମୃତ୍ୟୁ ପରେ ତାଙ୍କର ୩ଟି ପିଲା ଓ ସ୍ବାମୀ ଏବେ ମର୍ମାହତ। ଗୋଟିଏ ପରିବାର କେବଳ ଇସିଜି ମେଶିନ ପାଇଁ ଉଜୁଡିଯାଇଛି। ଏତେବଡ଼ ଡାକ୍ତରଖାନାର ଆଉଟଡୋରରେ ଗୋଟିଏ ଇସିଜି ମେଶିନ ଏବଂ ତାହା ପୁଣି ଲଞ୍ଚ ବ୍ରେକ୍‌ରେ ଦେଢଘଣ୍ଟା ବନ୍ଦ ରହିବା ସ୍ବାସ୍ଥ୍ୟ ବିଭାଗର ଦୟନୀୟ ଚିତ୍ରକୁ ପଦାରେ ପକାଇଛି ବୋଲି ସାହୁ ଅଭିଯୋଗ କରିଛନ୍ତି। କେବଳ ସୁନିତା ନୁହନ୍ତି ଅନେକ ରୋଗୀ ଏହିଭଳି ପ୍ରାଣ ହରାଉଛନ୍ତି, ଯାହାର ହିସାବ ରହୁ ନ ଥିବା ସାହୁ କହିଛନ୍ତି। କାଜୁଆଲ୍‌ଟି କିମ୍ବା ମେଡିସିନ ଆଉଟଡୋର ନୁହେଁ କାର୍ଡିଓଲୋଜି ବିଭାଗରେ ମଧ୍ୟ ସମାନ ଅବସ୍ଥା। ଜଣେ ଟେକ୍ନିସିଆନ ଓ ଜଣେ ରେଡିଓଗ୍ରାଫରରେ କାର୍ଡିଓଲୋଜିର କ୍ୟାଥୋଲାବ୍‌ ଚାଲିଛି। ଫଳରେ ଦୈନିକ ଆଞ୍ଜିଓଗ୍ରାମ ଓ ଆଞ୍ଜିଓପ୍ଲାଷ୍ଟି ପାଇଁ ରୋଗୀ ଫେରୁଛନ୍ତି। ଯେଉଁ ହାରରେ ରୋଗୀ ଆସୁଛନ୍ତି ଆହୁରି ଅଧିକ କ୍ୟାଥୋଲାବ ଓ ଟେକ୍ନିସିଆନ ଆବଶ୍ୟକ ଥିବା ଜଣେ ଡାକ୍ତର କହିଛନ୍ତି। ମୁଖ୍ୟତଃ ସରକାର ସ୍ବାସ୍ଥ୍ୟସେବାକୁ ମାଗଣା କରିଦେବା ପରେ ରୋଗୀ ସଂଖ୍ୟା ଦ୍ରୁତଗତିରେ ବଢିଯାଇଛି। ମାତ୍ର ମାଗଣା କରିଦେଇ ଭିତ୍ତିଭୂମିରେ କୌଣସି ସୁଧାର ନ ଆସିବା ଯୋଗୁ ଅନେକ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ମେଡିକାଲର ଜଣେ ବରିଷ୍ଠ ପ୍ରଫେସର କହିଛନ୍ତି।
ଅଭିଯୋଗର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମେଲ୍‌ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ଥିବା ଜଣାପଡ଼ିଛି। ତେବେ କ’ଣ ହୋଇଛି ବୁଝିଲା ପରେ କହିବି ବୋଲି ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ବାୟାଣୀ ପୀଠରୁ ବାହାରିବ ମଶାଲଯାତ୍ରା

ଅନୁଗୋଳ ଅଫିସ, ୧୨ ।୩ କଳା, ସଂସ୍କୃତି, ଐତିହ୍ୟ ଏବଂ ଲୋକକଳାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଅନୁଗୋଳ ଜିଲାରେ ଆୟୋଜିତ ହେବାକୁ ଯାଉଛି ୯ମ ଜିଲା ମହୋତ୍ସବ।...

ଘରଭଙ୍ଗା ତଦନ୍ତରେ ଅନିୟମିତତା: ସତ୍ୟବାଦୀ ତହସିଲ ଅଫିସ ଘେରାଉ କଲେ ଫନୀ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ, ୨୧।୧(ଡି.ଏନ୍‌.ଏ)-ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘରଭଙ୍ଗା ତଦନ୍ତରେ ଅନିୟମିତତା ଅଭିଯୋଗ କରି...

୪୧ ଜଣ ସିଭିଲ ଜଜ୍‌ ନିଯୁକ୍ତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ସୋମବାର ୪୧ଜଣଙ୍କୁ ସିଭିଲ୍‌ ଜଜ୍‌ ଭାବେ ନିଯୁକ୍ତ କରିଛନ୍ତି। ସେମାନେ ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ପରୀକ୍ଷା-୨୦୧୮ରେ ଉତ୍ତୀର୍ଣ୍ଣ ହୋଇଥିଲେ।...

ପାଣି ଆଶା: ମିଳୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮ା୧୦: ପାନୀୟ ଜଳ ପାଇଁ ଘୋର ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ କଥା ଭାବିଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ସିହା ଏବଂ କୋରେଇ ବ୍ଲକ...

ସବୁଠି ପହଞ୍ଚତ୍ପାରୁନି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସ୍ମାର୍ଟସିଟିବାସୀଙ୍କୁ ସ୍ମାର୍ଟ ଜୀବନଶୈଳୀ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପରିମଳ ରକ୍ଷା ଉପରେ ଗୁରୁତ୍ୱ ଦେଉଛି। ସହରକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା...

ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: କମ୍ପ୍ୟୁଟର ଓ ପ୍ରିଣ୍ଟର ପୋଡ଼ି ନଷ୍ଟ

ନୟାଗଡ଼ ଅଫିସ,୫ା୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ୨ୟ ମହଲା ସାଧାରଣ ଓ ବିବିଧ ଉପବିଭାଗ (ଜେନେରାଲ ଆଣ୍ଡ ମିସ୍‌ ସେକ୍ସନ)ରେ ଶୁକ୍ରବାର ଭୋର ସମୟରେ ଅଗ୍ନିକାଣ୍ଡ...

ରାଜଧାନୀରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ସ୍କୁଟି ଆଗକୁ ଡେଇଁ ମାଡ଼ ମାରିଲେ, ତଣ୍ଟି ଚିପିଦେଲେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜଧାନୀରେ ସୋମବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣକ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରିବା ସହ ପୋଲିସ ଶିବିରକୁ ମଧ୍ୟ ଭଙ୍ଗାରୁଜା...

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌...

Advertisement
Archives

Model This Week