Posted inଜାତୀୟ

ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ପାର୍ଲାମେଣ୍ଟ କମ୍ପିଲା

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ର ଘରୋଇକରଣ ଏବଂ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରି ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଗୁରୁବାର ପ୍ରବଳ ହୋ-ହଲ୍ଲା କରିଥିଲେ। ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲୋକ ସଭାରେ କକ୍ଷତ୍ୟାଗ କରିଥିବାବେଳେ ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡିଥିଲା। ପିଏସ୍‌ୟୁରୁ ପୁଞ୍ଜି ପ୍ରତ୍ୟାହାର ଏବଂ ଇଲେକ୍ଟୋରାଲ ବଣ୍ଡ୍‌ ଦୁଇଟି ବଡ଼ ଦୁର୍ନୀତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରି କେନ୍ଦ୍ର ସରକାର ଦୁର୍ନୀତିକୁ ଆନୁଷ୍ଠାନିକ କରିଥିବା କଂଗ୍ରେସ କହିଛି। ଏହି ବଣ୍ଡ୍‌ରେ ସଂଗୃହୀତ ଚାନ୍ଦାର ସ୍ବଚ୍ଛତାକୁ ନେଇ ଦଳ ପ୍ରଶ୍ନ ଉଠାଇବା ସହ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ କରାଯିବାକୁ ଦାବି କରିଛି। ଇଲେକ୍ଟୋରାଲ ବଣ୍ଡ ମନିଲଣ୍ଡରିଂକୁ ସୁଯୋଗ ଦେବା ସହ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ନଷ୍ଟ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି।
ଇଲେକ୍ଟୋରାଲ ବଣ୍ଡ ଉପରେ ଆଲୋଚନା ପାଇଁ ପ୍ରଶ୍ନୋତ୍ତର କାଳକୁ ମୁଲତବୀ ରଖିବାକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦାବି କରିଥିଲେ ହେଁ ବାଚସ୍ପତି ଓମ୍‌ ବିର୍ଲା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ୧୫ ମିନିଟ ଧରି ହୋ-ହଲ୍ଲା ଜାରି ରହିଥିଲା। ଉପା ସରକାର ବେଳେ ଏହି ପ୍ରସଙ୍ଗକୁ ଭାଜପା ଜୋରଦାର ବିରୋଧ କରିଥିଲା ବୋଲି ଚୌଧୁରୀ କହିଥିଲେ। ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଥିଲେ, ଭାଜପା ସିଏଜି ରିପୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ବିରୋଧ କରିଥିଲା। ଗୃହ ମଧ୍ୟଭାଗରେ କଂଗ୍ରେସ ସଦସ୍ୟମାନଙ୍କ ନାରାବାଜି ସତ୍ତ୍ୱେ ପ୍ରଶ୍ନୋତ୍ତର କାର୍ଯ୍ୟ ଜାରି ରହିଥିଲା।
ଗୃହରେ ପ୍ରଥମେ ବରିଷ୍ଠ ନେତା ମନୀଷ୍‌ ତିଓ୍ବାରୀ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ ଉଠାଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏବଂ ନିର୍ବାଚନ କମିଶନ (ଇସି)ଙ୍କ ଭିନ୍ନମତ ସତ୍ତ୍ୱେ ସରକାର ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରିଥିବା ତିଓ୍ବାରୀ କହିଥିଲେ। ପୂର୍ବରୁ ରାଜନୀତିରେ ଧନିକ ଶ୍ରେଣୀର ପ୍ରଭାବକୁ ନିୟନ୍ତ୍ରଣରେ ରଖାଯାଇଥିଲା। ୨୦୧୭ ବଜେଟ ଜରିଆରେ ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରି ଚାନ୍ଦା ଦେଉଥିବା ଓ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖାଗଲା ବୋଲି କଂଗ୍ରେସ ନେତା କହିଥିଲେ। ତିଓ୍ବାରୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲାବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକା କଥା କହିବାରୁ ବାଚସ୍ପତି ମାଇକ୍‌ ବନ୍ଦ କରିଦେଇ ଅନ୍ୟ ଜଣେ ସଦସ୍ୟଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ଫଳରେ କଂଗ୍ରେସ ସଦସ୍ୟମାନେ ହୋ-ହଲ୍ଲା କରିଥିଲେ। ଇଲେକ୍ଟୋରାଲ ବଣ୍ଡ ଗଣତନ୍ତ୍ର ପ୍ରତି ବିପଦ ହୋଇଥିବାରୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ କଂଗ୍ରେସ ଏହି ପ୍ରସଙ୍ଗ କ୍ରମାଗତ ଭାବେ ଉଠାଇବ ବୋଲି ପରେ ତିଓ୍ବାରୀ ଖବରଦାତା ସମ୍ମିଳନୀରେ କହିଥିଲେ।
ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ହେବାରୁ ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଉକ୍ତ ପ୍ରସଙ୍ଗ ଉପରେ କଂଗ୍ରେସ ଏବଂ ସିପିଆଇ(ଏମ୍‌)ମୁଲତବୀ ପ୍ରସ୍ତାବ ଆଣିଥିଲାବେଳେ ନାଇଡୁ ଏହାକୁ ଅନୁମତି ନ ଦେବାରୁ ହଟ୍ଟଗୋଳ ହୋଇଥିଲା। ପୁଞ୍ଜି ପ୍ରତ୍ୟାହାର ନାମରେ ସରକାର ୫ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିଦେଉଥିବା ବାମଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri