ଇରାକରେ ସରକାର ବିରୋଧୀ ବିକ୍ଷୋଭ: ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ବାଗଦାଦ,୬ା୧୦(ପି.ଟି.): ଇରାକରେ ସରକାର ବିରୋଧୀ ବିକ୍ଷୋଭ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲାଣି। ଏଥିସହିତ ୪୦୦୦ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ଇରାକର ବିଭିନ୍ନ ସହରକୁ ମଧ୍ୟ ବିକ୍ଷୋଭ ବ୍ୟାପିଲାଣି। ପ୍ରଧାନମନ୍ତ୍ରୀ ଆଦେଲ୍‌ ଅବ୍‌ଦେଲ ମହଦିଙ୍କ ଇସ୍ତଫା ଦାବି କରିଛନ୍ତି ଶିହା ସମ୍ପ୍ରଦାୟର ମୁଖ୍ୟ ମୌଲବୀ ମକତଦା ସଦ୍‌ର। ବ୍ୟବସ୍ଥା ବଦଳିବା ଦରକାର ବୋଲି ବିକ୍ଷୋଭକାରୀ କହିଛନ୍ତି।
ଏହି ତୈଳ ସମୃଦ୍ଧ ରାଷ୍ଟ୍ରରେ ବେରୋଜଗାରି ଓ ଦୁର୍ନୀତିର ଅତ୍ୟଧିକ ବୃଦ୍ଧି ସାଙ୍ଗକୁ ଆର୍ଥତ୍କ ସ୍ଥିତି ଖରାପ ହେବାରେ ଲାଗିଛି। ଲୋକଙ୍କୁ ଉପଯୁକ୍ତ ସେବା ମିଳୁନାହିଁ, ଯାହା ସେମାନଙ୍କୁ କ୍ଷୁବ୍ଧ କରିଛି। ଏହାର ପ୍ରତିବାଦରେ ମଙ୍ଗଳବାରଠାରୁ ସେଠାରେ ସରକାର ବିରୋଧୀ ବିକ୍ଷୋଭ ଜାରି ରହିଛି। ବିକ୍ଷୋଭକାରୀଙ୍କ ନ୍ୟାୟସଙ୍ଗତ ଦାବିକୁ ବିଚାରକୁ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ମହଦି କହିବା ସହ ସେମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ଏହା ସତ୍ତ୍ୱେ ହଜାର ହଜାର ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଗ୍‌ଦାଦ୍‌ରେ କର୍ଫ୍ୟୁ ଜାରି ହୋଇଥିଲା। ଶନିବାର ରାଜଧାନୀରୁ ଦିନ ବେଳା କର୍ଫ୍ୟୁକୁ ଉଠାଇଦିଆଯାଇଛି। ଇଣ୍ଟରନେଟ ସଂଯୋଗ ମଧ୍ୟ ଛିନ୍ନ କରାଯାଇଛି। ତାହରିର୍‌ ସ୍କୋୟାର ଅଭିମୁଖେ ଅଗ୍ରସର ହେଉଥିବା ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଗୁଳିଚାଳନା କରାଯାଇଥିଲା।
ଆର୍ଥତ୍କ ପରିଚାଳନାରେ ସରକାର ବିଫଳ ହୋଇଥିବାବେଳେ ଦୁର୍ନୀତି ସବୁ ସୀମା ଟପିଗଲାଣି। ଏହାକୁ ବିରୋଧ କରି ବାଗଦାଦ ଓ ଅନ୍ୟ ସହରରେ ହଜାର ହଜାର ଯୁବକ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଦଳମତ ନିର୍ବିଶେଷରେ ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକେ ବିକ୍ଷୋଭକୁ ସମର୍ଥନ କରିଛନ୍ତି। ଫଳରେ ମହଦି ସରକାର ଅଡୁଆରେ ପଡିଯାଇଛନ୍ତି। ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଗୁଳି ଚଳାଇବା ସହ ଲୁହବୁହା ବାଷ୍ପ ଓ ପାଣି ମାଡ଼ କରୁଛି। ଇରାକ ମାନବାଧିକାର ହାଇକମିଶନଙ୍କ ତଥ୍ୟ ଅନୁଯାୟୀ ପାଖାପାଖି ୧୦୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଶତାଧିକ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ବାଗଦାଦ ସମେତ ନସିରିୟା, ଆମରା, ନଜାଫ୍‌ ଓ ହିଲ୍ଲା ସହରରେ କର୍ଫ୍ୟୁ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri