ଇନ୍ଦୋରରେ ଭାଇଚାରାର ବାର୍ତ୍ତା: ହିନ୍ଦୁ ମହିଳାଙ୍କୁ ସଂସ୍କାର କଲେ ମୁସ୍‌ଲମାନ

ଇନ୍ଦୋର,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଯେଉଁଠାରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି ସେଠାରେ ସାହାଯ୍ୟ ତ ଦୂରର କଥା। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ଇନ୍ଦୋରରେ ମାନବିକତାର ପରିଚୟ ଓ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଇନ୍ଦୋରରେ ଜଣେ ହିନ୍ଦୁ ମହିଳାଙ୍କ ଅନ୍ତିମ ସଂସ୍କାର ମୁସ୍‌ଲମାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଇନ୍ଦୋରର ସାଉଥ ତୋଡା ଜୁନା ଗଣେଶ ମନ୍ଦିର ନିକଟରେ ଦ୍ରୌପଦି ନାମ୍ନୀ ଜଣେ ବୃଦ୍ଧା ମହିଳା ରୁହନ୍ତି। ତାଙ୍କର ୨ ପୁତ୍ର ଥିବା ବେଳେ ସେଠାରେ ସେ ଏକୁଟିଆ ରହୁଥିଲେ। ସ୍ଥାନୀୟ ଲୋକେ ଦ୍ରୌପଦିଙ୍କୁ ଖୁସିରେ ଦୁର୍ଗା ମା’ ବୋଲି ଡାକନ୍ତି। ସେ ଏକୁଟିଆ ରହୁଥିବାରୁ ତାଙ୍କର ସବୁ ଭଲମନ୍ଦ ପଡ଼ୋଶୀମାନେ ହିଁ ବୁଝିଥାନ୍ତି। ତେବେ ଗତ କିଛି ଦିନରୁ ସେ ରୋଗରେ ପୀଡ଼ିତ ଥିଲେ। ସୋମବାର ରାତିରେ ସ୍ଥାନୀୟ ଲୋକେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ହେଲେ ମଙ୍ଗଳବାର ସକାଳେ ଦେଖିବାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେଠାରେ ଶୋକର ଛାୟା ଖେଳିଯାଇଥିଲା। ଦ୍ରୌପଦିଙ୍କ ମୃତ୍ୟୁ ଖବର ପଡୋଶୀମାନେ ତାଙ୍କ ୨ଜଣ ପୁଅଙ୍କୁ ଜଣାଇଥିଲେ। ପରେ ପିଲାମାନେ ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ସାଉଥ ତୋଡାରେ ପହଞ୍ଚିଥିଲେ। ହେଲେ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପାଖରେ ଟଙ୍କା ନ ଥିବା ଜାଣି ପଡ଼ୋଶୀ ମୁସ୍‌ଲମାନ ଭାଇମାନେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଅନ୍ତିମ ସଂସ୍କାର ପାଇଁ ଟଙ୍କା ଦେବା ସହ ଅନ୍ୟ କାର୍ଯ୍ୟରେ ସାହାଯ୍ୟ ମଧ୍ୟ କରିଥିଲେ। କରୋନା ଯୋଗୁ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧି ଶବ ଦାହ ପାଇଁ ଦୁର୍ଗା ମା’ଙ୍କୁ ସେମାନେ ନିଜ କାନ୍ଧରେ ବୋହିକି ନେଇଥିଲେ। ଏଥିସହ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିଥିଲେ। ତେବେ ଇନ୍ଦୋରରେ ଏହି ଭାଇଚାରା ଦୃଶ୍ୟ ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri