ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ ଭାଇଜାନଙ୍କ ଅଭିନୀତ ଫିଲ୍ମ। ଇଦ୍‌ରେ ଏକାସହ ରିଲିଜ୍‌ ହେବ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ଓ ସଲମାନଙ୍କ ଫିଲ୍ମ ‘ରାଧେ’। ନିକଟରେ ‘ରାଧେ’ର ଟିଜର୍‌ ରିଲିଜ୍‌ ହେବାକୁ ଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକେ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଶୁଣାଯାଉଛି ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ଆସନ୍ତା ବର୍ଷ ମେ’ରେ ରିଲିଜ୍‌ ହେବାର ଯୋଜନା ଥିଲା। ହେଲେ ପରେ ଏହାର ସମୟରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ତେବେ ଏଥର ଇଦ୍‌ରେ ବଲିଉଡ୍‌ର ଏହି ୨ ବଡ କଳାକାର ଟକ୍କର ଦେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ବିବାହ କଲେ ଏହି ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ଲୁଚିଛପି ବିବାହ କରିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ...

ମାଆଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଥିଲା ଶେଷ ପୋଷ୍ଟ

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର କଳାକାର ସୁଶାନ୍ତ ସିଂ ରାଜପୁତ ରବିବାର ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିବା ଖବର ଆସିଛି। ଯାହା ବଲିଉଡ୍‌...

ବଲିଉଡ୍‌ରେ ଶ୍ୱେତାଙ୍କ ଝିଅ ପଲକଙ୍କ ଡେବ୍ୟୁ

ଫିଲ୍ମ ତଥା ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଶାଲ ମିଶ୍ରଙ୍କ ଫିଲ୍ମ ‘ରୋଜି’ରେ ତାଙ୍କୁ ମୁଖ୍ୟ ଭୂମିକାରେ...

ସୈଫ୍‌ଙ୍କ ଦ୍ୱିତୀୟ ବିବାହ ଦିନ ଝିଅ ସାରାଙ୍କୁ ଅମୃତା କ’ଣ ଗିଫ୍ଟ କରିଥିଲେ ଜାଣନ୍ତୁ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ପିତା ସୈଫ୍‌ଙ୍କ ବିବାହ ଦିନ ମାଆ ଅମୃତା ତାଙ୍କୁ ଗିଫ୍ଟ କରିଥିଲେ ସବୁଠୁ ସୁନ୍ଦର ଲେହେଙ୍ଗା। ଏକଥା ସାରା ନିଜେ...

ଆୟୁଷ୍ମାନଙ୍କୁ ପ୍ରଶଂସା କଲେ ତାହିରା

ମୁମ୍ବାଇ: ବଲିଉଡ୍‌ ନାୟକ ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ପତ୍ନୀ ତାହିରା ଖୁବ୍‌ ପ୍ରଶଂସା କରିଛନ୍ତି। ନିକଟରେ ସେ ଏକ ପ୍ରମୋଶନାଲ ପ୍ରେସ କନଫରେନ୍ସରେ ଯୋଗ ଦେବା...

୨ଥର ବିବାହ କରିଥିଲେ ରଫି

ମୁମ୍ବାଇ: ବଲିଉଡ୍‌ ଗାୟକ ମହମ୍ମଦ ରଫି ଆଜି ଆମ ଗହଣରେ ନାହାନ୍ତି ସତ। କିନ୍ତୁ ତାଙ୍କ କଣ୍ଠର ଯାଦୁଗରି ଏବେ ବି ଶ୍ରୋତାଙ୍କ ହୃଦୟରେ ଗୁଞ୍ଜରିତ...

ହଲିଉଡ୍‌ରେ ଜ୍ୟାକ୍‌ଲିନ୍‌

ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। କାରଣ କ’ଣ ଜାଣନ୍ତି? ସେ ଏବେ ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଅର୍ଥାତ୍‌, ବଲିଉଡ୍‌...

ଗୋଟିଏ ଟୁଇଟ୍‌ରେ ୧ ଲକ୍ଷ ଟଙ୍କା ସହାୟତା କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଶଂସକଙ୍କ ସହାୟତା କରି ଚର୍ଚ୍ଚାରେ ଟଲିଉଡ୍‌ ବିଉଟି କାଜଲ ଅଗ୍ରଓ୍ବାଲ। ସେ ଜଣେ ଯୁବତୀଙ୍କ ପାଠପଢ଼ା ନିମନ୍ତେ ଏକ ଲକ୍ଷ ଟଙ୍କା ଦେଇଛନ୍ତି। ଏହା...

Advertisement

BGU

Archives

Model This Week

Why Dharitri