ଇତିହାସ ରଚିଲା ଓଲିଉଡ୍‌: ଆମେରିକାରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଛବିରାଣୀ’

କଟକ ଅଫିସ,୨୩ା୧୧: ଆଠ ଦଶନ୍ଧି ଅତିକ୍ରମ କରିବା ପରେ ଓଡ଼ିଆ ସିନେ ଜଗତ ତଥା ଓଲିଉଡ୍‌ ଏକ ଭିନ୍ନ ଧରଣରେ ଇତିହାସ ରଚିଛି। ପ୍ରଥମଥର ନିମନ୍ତେ ଓଡ଼ିଶାର ଏକ ଫିଲ୍ମ ଆମେରିକାର ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକା ବୋଷ୍ଟନ ସହରର ବେଲମସ୍‌ ଫୋର୍ଡ ହଲ୍‌ରେ ଶନିବାର ସନ୍ଧ୍ୟା ୬ଟା(ଭାରତୀୟ ସମୟ-ରବିବାର ଭୋର୍‌ ୪ଟା)ରେ ମୁକ୍ତିଲାଭ କରିବ। ଓଡ଼ିଆ ସୋଶାଇଟ୍‌ ଅଫ ନ୍ୟୁ ଲଙ୍ଗଲ୍ୟାଣ୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ସର୍କିଟ ହାଉସରେ ଶୁକ୍ରବାର ଆୟୋଜିତ ଖବରଦାତାରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବବି ଇସ୍‌ଲାମ ଉପସ୍ଥିତ ରହି ମୁକ୍ତିଲାଭ ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ। ପ୍ରବାସୀ ଓଡ଼ିଆ ଅକ୍ଷୟ ମହାନ୍ତି, ଦେବଦତ୍ତ ବେହେରା, ସୂର୍ଯ୍ୟ ମହାପାତ୍ର ଓଡ଼ିଆ ସିନେ ଜଗତକୁ ଆଉ ଏକ ପାଦ ଆଗକୁ ନେବା ନିମନ୍ତେ ଏହି ପଦକ୍ଷେପ ନେଇଛନ୍ତି। ଏହି ସମ୍ମିଳନୀରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ନାୟକ ଅମନ ପରାସର, ସନ୍ଦୀପ ପାଣି, ବାବୁ ପ୍ରଧାନ, ମିଟୁ ମିଥୁନ, ମୁଖ୍ୟ ବ୍ୟବସ୍ଥାପକ ଚିତ୍ତରଞ୍ଜନ ଆଚାର୍ଯ୍ୟ, ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅନ୍ୟ ଦେଶର ସିନେମା ହଲ୍‌ରେ ଏହାକୁ ମୁକ୍ତିଲାଭ କରିବାକୁ ଚେଷ୍ଟା କରାଯାଉଛି ବୋଲି ନିର୍ଦ୍ଦେଶକ ଇସ୍‌ଲାମ କହିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବେ ଚଳଚ୍ଚିତ୍ରକୁ ନେଇ ଜଣେ ଯୁବକ ଭୁଲ୍‌ ତଥ୍ୟ ଦେବା ସହ ପ୍ରଚାର, ପ୍ରସାରରେ ବାଧା ଉପୁଜାଇବାକୁ ଚେଷ୍ଟା କରିଥିଲେ। ଯାହା ଓଲିଉଡ୍‌ ପାଇଁ କ୍ଷତି ପହଞ୍ଚାଇବା ଉକ୍ତ ଯୁବକଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ଇସ୍‌ଲାମ ଏହି ଅବସରରେ କହିଛନ୍ତି। ସୂଚନାଥାଉ କି, ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଓ ବୀରେନ ମହାପାତ୍ରଙ୍କ ଦ୍ୱାରା ପ୍ରଯୋଜନାରେ ନିର୍ମାଣ ହୋଇଥିବା ଛବିରାଣୀ ଚଳଚ୍ଚିତ୍ର ଓଡ଼ିଶାରେ ଗତ ସେପ୍ଟେମ୍ବର ୧୯ରେ ମୁକ୍ତିଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri