Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌ : ହ୍ୟାଟ୍ରିକ୍‌ ବିଜୟ ସହ ଶ୍ରେଷ୍ଠ- ୪ ସ୍ଥାନ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧୧।୧(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଦମ୍‌ଦାର ଆରମ୍ଭ କରିଛି। ଏଠାରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଓଡ଼ିଶା ଶନିବାର ଶକ୍ତିଶାଳୀ ମୁମ୍ବାଇ ଏଫ୍‌ସିକୁ ଭେଟିବ। ମୁମ୍ବାଇକୁ ହରାଇ ଓଡ଼ିଶା କ୍ରମାଗତ ୩ଟି ବିଜୟ ହାସଲ କରିବା ସହ ହ୍ୟାଟ୍ରିକ୍‌ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ବିଜୟୀ ହେବା ସହ ଓଡ଼ିଶା ମୁମ୍ବାଇକୁ ହଟାଇ ଶ୍ରେଷ୍ଠ ୪ ବା ପ୍ଲେ ଅଫ୍‌ରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛି।
କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ଜାମସେଦପୁରକୁ ୨-୧ ଗୋଲରେ ହରାଇବା ପରେ ଚେନ୍ନାଇନ୍‌କୁ ୨-୦ ଗୋଲରେ ପରାସ୍ତ କରିଥିଲା। ଏହାପୂର୍ବରୁ ଓଡ଼ିଶା ପୁଣେକୁ ତା’ର ହୋମ୍‌ ଗ୍ରାଉଣ୍ଡ ରୂପେ ବ୍ୟବହାର କରିଥିଲା ଓ ଏଠାରେ କେତୋଟି ମ୍ୟାଚ୍‌ ଖେଳିଥିଲା। ହେଡ୍‌ କୋଚ୍‌ ଜୋଶେଫ୍‌ ଗାମ୍ବାଉଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ସମାନ ସଂଖ୍ୟକ ପରାଜୟ ସହ ୩ଟି ମ୍ୟାଚ୍‌ ଡ୍ର ରଖି ମୋଟ୍‌ ୧୫ ପଏଣ୍ଟ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି।
ଅପରପକ୍ଷରେ ମୁମ୍ବାଇ ସିଟି ସମାନ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ମୋଟ୍‌ ୧୬ ପଏଣ୍ଟ ପାଇ ଓଡ଼ିଶା ଉପରକୁ ଗୋଟିଏ ସ୍ଥାନ ଉପରେ ରହି ଚତୁର୍ଥ ସ୍ଥାନରେ ରହିଛି। ମୁମ୍ବାଇ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ବିଜୟ ଅବ୍ୟାହତ ରଖିଥିବା ବେଳେ ଗତ ମ୍ୟାଚ୍‌ରେ ଏଟିକେଠାରୁ ପରାସ୍ତ ହୋଇଥିଲା। ଗତ ୭ଟି ମ୍ୟାଚ୍‌ରେ ମୁମ୍ବାଇ ଗୋଟିଏ ମାତ୍ର ମ୍ୟାଚ୍‌ରେ ପରାସ୍ତ ହୋଇ ଟପ୍‌ ଫର୍ମରେ ରହିଛି।
ଗତ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଓଡ଼ିଶାର ପ୍ରଦର୍ଶନରେ ସ୍ଥିରତା ଆସିନାହିଁ ଓ ଦଳ ଏପର୍ଯ୍ୟନ୍ତ ଲୟ ହାସଲ କରିପାରିନାହିଁ। ତେବେ ଦଳର ପ୍ରଦର୍ଶନ ମଧ୍ୟ ସେତେ ଖରାପ ହୋଇନାହିଁ। ବେଳେବେଳେ ଓଡ଼ିଶା ଦମ୍‌ଦାର ପ୍ରଦର୍ଶନ କରିଛି। ଓଡ଼ିଶା କେତେ ସମୟରେ ଆକର୍ଷଣୀୟ ଫୁଟବଲ ଖେଳିବାରେ ସକ୍ଷମ ହୋଇଛି। ସ୍ପାନିସ୍‌ ଷ୍ଟ୍ରାଇକର ଆଡ୍ରିଆନ ସାଣ୍ଟାନ ଡବଲ୍‌ ଗୋଲ ବଳରେ ଓଡ଼ିଶା ପୂର୍ବରୁ ମୁମ୍ବାଇକୁ ଆଓ୍ବେ ମ୍ୟାଚ୍‌ ୪-୨ ଗୋଲରେ ପରାସ୍ତ ହୋଇଥିଲା।
ଘରୋଇ ଦର୍ଶକଙ୍କ ସମର୍ଥନ ଉତ୍ସାହିତ କରିବ: ଗୋମ୍ବାଓ
ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ଓ ଏମାନଙ୍କ ସମର୍ଥନ ଓଡ଼ିଶା ଖେଳାଳିଙ୍କୁ ଆହୁରି ଭଲ ଖେଳିବାକୁ ପ୍ରେରଣା ଦେବ ବୋଲି କୋଚ୍‌ ଗୋମ୍ବାଓ କହିଛନ୍ତି। ଏହି ମ୍ୟାଚ୍‌ ଆମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଥିରେ ବିଜୟୀ ହେଲେ ଆମେ ଶ୍ରେଷ୍ଠ ୪ରେ ସ୍ଥାନ ପାଇବୁ । ଏହି ମ୍ୟାଚ୍‌ ଖେଳାଯିବା ପରେ ଲିଗ୍‌ ଦୁଇ ତୃତୀୟାଂଶ ମ୍ୟାଚ୍‌ ଶେଷ ହେବ। ଆମେ କଠିନ ପରିଶ୍ରମ କରୁଛୁ ଓ ବିଜୟୀ ହେବା ପାଇଁ ଆମ ପାଖରେ ଆତ୍ମ ବିଶ୍ୱାସ ରହିଛି। ଖେଳାଳିମାନେ ସଫଳତା ପାଇଁ ବ୍ୟଗ୍ର ଅଛନ୍ତି। ଆମେ ଭଲ ପ୍ରଦର୍ଶନ କରି ପାରିବୁ ବୋଲି ସେ କହିଛନ୍ତି। ଦୀର୍ଘଦିନ ଧରି ଆମେ ଘରୋଇ ପରିବେଶରେ ଖେଳି ନ ଥିଲୁ। ବାହାରେ ଆମେ ୧୦ଟି ମ୍ୟାଚ୍‌ ଖେଳିବା ପରେ ଭୁବନେଶ୍ୱର ଆସିଥିଲୁ। ଏଠାରେ ଆମକୁ ବହୁତ ସମର୍ଥନ ମିଳିଛି ଓ ଏହା ଚମତ୍କାର।
ଓଡ଼ିଶା ଦଳରେ କ୍ୱାଲିଟି ଖେଳାଳି ରହିଛନ୍ତି: ମାର୍କୋ
ମୁମ୍ବାଇ ଆସିଷ୍ଟାଣ୍ଟ କୋଚ୍‌ ମାର୍କୋ ଲେଇଟ୍‌ ମଧ୍ୟ ଦଳର ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ ଥିବା କଥା କହିଛନ୍ତି। ପ୍ରତିପକ୍ଷ ଦଳ କଥା ଅଧିକ ଚିନ୍ତା ନ କରି ନିଜ ଖେଳ କିପରି ଭଲ ହେବ ସେ ନେଇ ଫୋକସ କରୁଛୁ। ଶ୍ରେଷ୍ଠ-୪ ରେ ସ୍ଥାନ ବଜାୟ ରଖିବା ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ ଓ ଆମେ ବିଜୟ ନେଇ ବେଶ୍‌ ଆଶାବାଦୀ ଅଛୁ ବୋଲି ସେ କହିଛନ୍ତି। ଓଡ଼ିଶା ଏକ ଭଲ ଦଳ। ବହୁତ ସରଳ ଭାବେ ଓଡ଼ିଶା ଖେଳାଳିମାନେ ସାଧାରଣ ଜିନିଷକୁ କାର୍ଯ୍ୟକାରୀ କରୁଛନ୍ତି। ଏହି ଦଳ ପାଖରେ ମ୍ୟାଚ ଓ୍ବିନର ରହିଛନ୍ତି। ଏହି ଦଳରେ ଉଭୟ ଭଲ ବିଦେଶୀ ଓ ଭାରତୀୟ ଖେଳାଳି ରହିଛନ୍ତି। ସେହିପରି ଆମ ପାଖରେ ମଧ୍ୟ କ୍ୱାଲିଟି ଖେଳାଳି ରହିଛନ୍ତି। ପ୍ରତିପକ୍ଷର କୌଣସି ଖେଳାଳିକୁ ନେଇ ଆମେ ଚିନ୍ତିତ ନୋହୁଁ କିନ୍ତୁ ପୂରା ଦଳକୁ ନେଇ ଆମେ ରଣନୀତି ପ୍ରସ୍ତୁତ କରିଛୁ ବୋଲି ମାର୍କୋ କହିଛନ୍ତି।
ବିନୀତ, ଜେରୀ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ
ଓଡ଼ିଶା ଦଳରେ ଭାରତୀୟ ଖେଳାଳି ବିନୀତ ରାୟ ଓ ଜେରୀ ମାଓ୍ବମିଙ୍ଗ୍‌ଥାନାଙ୍ଗ ରହିଛନ୍ତି। ଏହି ଦୁଇ ଖେଳାଳି ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜେରୀ ୨ଟି ଗୋଲ ସ୍କୋର କରିଥିବା ବେଳେ ୪ଟି ଗୋଲ ଦେବାରେ ସହାୟତା କରିଛନ୍ତି। ଆଟକ୍‌ରେ ଆଡ୍ରିଆନ ବେଶ୍‌ ପ୍ରଭାବଶାଳୀ ମନେ ହେଉଛନ୍ତି। ଏପର୍ଯ୍ୟନ୍ତ ସେ ୬ଟି ଗୋଲ ସ୍କୋର କରିଛନ୍ତି ଓ ଗୋଟିଏ ଗୋଲରେ ସହାୟତା କରିଛନ୍ତି। ସେହିପରି ଜିସ୍କୋ ହେର୍ନାଣ୍ଡିଜ ମିଡ୍‌ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେବାକୁ ସକ୍ଷମ ହୋଇଛନ୍ତି। ତେଣୁ ଏହି ମ୍ୟାଚ୍‌ରେ ଓଡ଼ିଶା ଭଲ ଖେଳିବ ବୋଲି ଆଶା କରାଯାଉଛି।
ମାଚାଡୋଙ୍କ ଇଞ୍ଜୁରୀ ନେଇ ମୁମ୍ବାଇ ଚିନ୍ତିତ
ଅପରପକ୍ଷରେ ପାଉଲୋ ମାଚାଡୋ ଆହତ ହେବା ମୁମ୍ବାଇ ପାଇଁ ଚିନ୍ତା ସୃଷ୍ଟି କରିଛି। ମିଡ୍‌ଫିଲ୍ଡରେ ସେ ହେଉଛନ୍ତି ମୁଖ୍ୟ ଖେଳାଳି। ତେବେ ଇନ୍‌ଫର୍ମ ଷ୍ଟାଇକର ଆମିନ ଚେରମିଟି ଓ ଗତ ସେସନର ଟପ୍‌ ସ୍କୋରର ମୋଡୋଉ ସୋଉଗୋଉ ଚମତ୍କାର କରିବା ଆଶା କରାଯାଉଛି। ଲିଗ୍‌ରେ ମୁମ୍ବାଇ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। କେବଳ ଦୁଇଟି ଦଳ ଏଟିକେ ଓ ଏଫ୍‌ସି ଗୋଆ ଲିଗ୍‌ରେ ମୁମ୍ବାଇଠାରୁ ଅଧିକ ଗୋଲ ସ୍କୋର କରିଛନ୍ତି। ମୋଟ ଉପରେ ଶୁକ୍ରବାର ଲିଗ୍‌ରେ ଏକ କ୍ୱାଲିଟି ଫୁଟବଲ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri