Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ପରାଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଜାମସେଦପୁର,୨୩।୧୦: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲିଗ୍‌ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫସି ଠାରୁ ପରାସ୍ତ ହୋଇଛି। ଜେଆରଡି ସ୍ପୋଟର୍‌ସ କମ୍ପ୍ଲେକ୍ସ ଠାରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡିଶା ଏଫସିକୁ ୨-୧ ଗୋଲରେ ହରାଇ ଜାମେସଦପୁର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଘରୋଇ ଦଳ ପୂରା ତିନି ପଏଣ୍ଟ ହାସଲ କରିଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା।
ଜଣେ ଖେଳାଳିଙ୍କୁ ନାଲି କାର୍ଡ ପ୍ରଦର୍ଶନ ପରେ ଏକ ଘଣ୍ଟାରୁ ଅଧିକ ସମୟ ୧୦ ଜଣିଆ ଦଳ ନେଇ ଖେଳିଥିବା ଘରୋଇ ଜାମସେଦପୁର ଦଳ ଲଢୁଆ ଖେଳ ଜାରି ରଖି ସର୍ଜିଓ କାଷ୍ଟେଲଙ୍କ ଗୋଲ ବଳରେ ଏହି ବିଜୟ ହାସଲ କରିଛି। ଜାମସେଦପୁର ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଓଡିଶା ଏଫସି ଉପରେ ଚାପ ପକାଇଥିଲା। ସପ୍ତମ ମିନିଟରେ ଘରୋଇ ଦଳକୁ ଗୋଲ ଦେବାର ପ୍ରଥମ ସୁଯୋଗ ମିଳିଥିଲା I କିନ୍ତୁ ଫାରୁକ ଚୌଧରୀ ମାରିଥିବା ଶଟ୍‌ ଓଡିଶା ଗୋଲପୋଷ୍ଟ ଉପରେ ଚାଲିଯାଇଥିଲା। ଖେଳରେ କିଛିଟା ନିୟନ୍ତ୍ରଣ ପାଇବା ପରେ ଓଡିଶା ଦଳ ମଧ୍ୟ ପ୍ରତି ଆକ୍ରମଣ କରିଥିଲା I ଚତୁର୍ଦ୍ଦଶ ମିନିଟରେ ଜେରୀ ମହମିଙ୍ଗଥାଙ୍ଗା ଗୋଲ ଦେବାର ସୁଯୋଗ ହାତଛଡା କରିଥିଲେ I ତେବେ ୧୭ତମ ମିନିଟ୍‌ରେ ଫାରୁକ ଚୌଧୁରୀ ଏକ ସୁନ୍ଦର ଗୋଲ ଦେଇ ଜାମସେଦପୁର କୁ ୧-୦ରେ ଅଗ୍ରଣୀ କରିଥିଲେ।
ଓଡିଶା ଦଳ ଏହାପରେ ଗୋଲ ପରିଶୋଧ କରିବାକୁ ଜୋରଦାର ଉଦ୍ୟମ କରିଥିଲା I ଅନ୍ୟପକ୍ଷରେ ଫାଉଲ ପାଇଁ ଜାମସେଦପୁରର ବିକାଶ ଜାଇରୁ ୩୫ତମ ମିନିଟରେ ନାଲି କାର୍ଡ ପାଇ ପଡ଼ିଆରୁ ବାହାରିଯିବାରୁ ଦଳ ଏହାପରେ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା I ଏହାର ପାଞ୍ଚ ମିନିଟ ପରେ ଓଡିଶା ଏଫସିର ଆରିଡେନ ସାଣ୍ଟାନା ଗୋଟିଏ ଚମତ୍କାର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ନେଇ ଆସିଥିଲେ I
ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲରେ ଶେଷ ହେବାପରେ ଉଭୟ ଦଳ ଦ୍ୱିତୀୟାର୍ଦ୍ଧରେ ପ୍ରାଧାନ୍ୟ ବିସ୍ତାର ଲାଗି ପ୍ରୟାସ କରିଥିଲେ I ୬୮ତମ ମିନିଟରେ ଓଡିଶା ଦଳର ବଦଳ ଖେଳାଳି ବିକ୍ରମଜିତ ସିଂଙ୍କ ଜୋର୍‌ଦାର ଶଟ୍‌କୁ ପ୍ରତିପକ୍ଷ ଗୋଲରକ୍ଷକ ସୁବ୍ରତ ପଲ ଅଟକାଇବାରେ ସମର୍ଥ ହୋଇଥିଲେ। ଦଶ ଜଣ ଖେଳାଳିଙ୍କୁ ନେଇ ଲଢେଇ କରିବା ସତ୍ତ୍ୱେ ଘରୋଇ ଦଳ ମ୍ୟାଚ ଜିତିବାର ଆଶା ହରାଇ ନ ଥିଲା I ଖେଳର ୮୫ତମ ମିନିଟରେ ପିଟିଙ୍କ ଠାରୁ ପାସ୍‌ ପାଇ ସର୍ଜିଓ କାଷ୍ଟେଲ ଏକ ଦର୍ଶନୀୟ ଗୋଲ ଦେବା ସହ ଜାମସେଦପୁର ଏଫସିକୁ ୨-୧ ଗୋଲରେ ବିଜୟୀ କରିଥିଲେ I ଏହି ନିର୍ଣ୍ଣାୟକ ଗୋଲ ଦେଇ କାଷ୍ଟେଲ ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିପରି ଫାରୁକ ଚୌଧରୀଙ୍କୁ ହିରୋ ମ୍ୟାନ ଅଫ ଦି ପୁରସ୍କାର ପ୍ରଦାନ କରାଯାଇଥିଲା I


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri