Posted inଜାତୀୟ

ଇଟାଲୀରେ ଶହୀଦ ହୋଇଥିବା ଭାରତୀୟ ସେନା ୭୫ ବର୍ଷ ପରେ ଭାରତ ଫେରିବେ

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ପାଲୁରାମଙ୍କ ଅସ୍ଥି ୭୫ ବର୍ଷ ପରେ ଭାରତ ଫେରିବାର ସୌଭାଗ୍ୟ ଲାଭ କରିଛି। ପାଲୁରାମ ହିସାରର ବାସିନ୍ଦା ହୋଇଥିବା ବେଳେ ୭୫ ବର୍ଷ ହେବ ତାଙ୍କ ପରିବାର ଲୋକେ ପାଲୁରାମଙ୍କ ଅସ୍ଥି ପାଇବା ପାଇଁ ଅନାଇ ବସିଛନ୍ତି। ସୂଚନାଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୪ ସେପ୍ଟେମ୍ବର ୧୩ରେ ପାଲୁରାମ ଇଟାଲୀରେ ଶହୀଦ ହୋଇଯାଇଥିଲେ। ହରିୟାଣା ହିସାର ଜିଲା ନଂଗତଲା ଗାଁର ବାସିନ୍ଦା ହେଉଛନ୍ତି ପାଲୁରାମ। ୨ ଜୁନ୍‌ରେ ଇଟାଲୀରୁ ତାଙ୍କ ଅସ୍ଥି ଭାରତ ଆସିବାର ଯୋଜନା ରହିଛି। ୩ ଜୁନରେ ଏହି ଅସ୍ଥିକୁ ପୁରା ସମ୍ମାନର ସହ ତାଙ୍କ ଗାଁ ନଂଗତଲାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବ୍ରିଟିଶ ସେନାରେ କାମ କରୁଥିବା ପାଲୁରାମ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଶହୀଦ ହୋଇ ଯାଇଥିଲେ। ମାତ୍ର ୧୯ ବର୍ଷ ବୟସରେ ପାଲୁରାମ ୧୯୪୪ରେ ସେପ୍ଟେମ୍ବର ୧୩ରେ ଶହୀଦ ହୋଇଥିଲେ। ତେବେ ତାଙ୍କ କଙ୍କାଳ ଫ୍ଲୋରେନ୍ସ ନିକଟ ପୋଗିଓଁ ଅଲଟୋରେ ମିଳିଥିଲା। ଏହାର ଚିହ୍ନଟ ପ୍ରକ୍ରିୟା ୨୦୧୦ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୨ରେ ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ଏହା ପାଲୁରାମଙ୍କର ବୋଲି ଚିହ୍ନଟ କରାଯାଇଥିବା ବେଳେ ଏବେ ତାହା ଭାରତକୁ ପଠାଯିବାର ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri