ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ସର୍ବେକ୍ଷଣ ଆରମ୍ଭ

ଭୁବନେଶ୍ୱର,୭।୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଆରମ୍ଭ ହୋଇଛି ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ସର୍ବେକ୍ଷଣ। କେଉଁ ସହରରେ ଲୋକେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ସୁରକ୍ଷାଠାରୁ ଆରମ୍ଭ କରି ପରିମଳ ଆଦି ବିଭିନ୍ନ ସେବା କ୍ଷେତ୍ର ସଂକ୍ରାନ୍ତରେ ଲୋକଙ୍କଠାରୁ ଗ୍ରହଣ କରାଯାଉଛି ମତାମତ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଦେଶର ୧୦୦ ସ୍ମାର୍ଟସିଟିରେ ଏହି ସର୍ବେକ୍ଷଣ କରାଯାଉଥିବାବେଳେ ଓଡ଼ିଶାର ଦୁଇ ସହର ଭୁବନେଶ୍ୱର ଓ ରାଉରକେଲା ସ୍ଥାନ ପାଇଛି। ରାଜଧାନୀ ଭୁବନେଶ୍ୱର ସପକ୍ଷରେ ଅଧିକରୁ ଅଧିକ ମତଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର, ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ପ୍ରେମଚନ୍ଦ୍ର ଚୌଧାରୀ ସହରବାସୀଙ୍କୁ ନିବେଦନ କରିଛନ୍ତି।
ଗୁରୁବାର ଖବରଦାତା ସମ୍ମିଳନୀରେ କମିଶନର ଚୌଧାରୀ କହିଛନ୍ତି, ଗତ ୧ ତାରିଖରୁ ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ନାଗରିକଙ୍କ ପାଇଁ ସହର କେତେଦୂର ବାସଉପଯୋଗୀ ତାହା ଜାଣିବା ପାଇଁ ଏହି ସର୍ବେକ୍ଷଣ କରାଯାଉଥିବାବେଳେ ଏଥିରେ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ନାଗରିକମାନେ ଅନ୍‌ ଲାଇନ୍‌ରେ http://eol2019.org/citizenfeedbackକୁ ଯାଇ ନିଜର ବାସଉପଯୋଗୀ ମତାମତ ରଖନ୍ତୁ। ଗୋଟିଏ ଗୋଟିଏ ମତ ଭୁବନେଶ୍ୱରକୁ ଆହୁରି ଆଗକୁ ନେବ ବୋଲି ସେ କହିଛନ୍ତି।
ସର୍ବେକ୍ଷଣରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସମୟରେ ସମ୍ପୃକ୍ତ ନାଗରିକ ତାଙ୍କ ନାମ ଓ ଫୋନ୍‌ ନମ୍ବର ଦେବା ସହ ସହରରେ ମିଳୁଥିବା ବିଭିନ୍ନ ସେବା ଓ ସୁବିଧା ବାବଦରେ ଉଲ୍ଲେଖ କରିବେ। ସର୍ବେକ୍ଷଣରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ବର୍ଜ୍ୟ ସଂଗ୍ରହ, ପାନୀୟ ଜଳ ବ୍ୟବସ୍ଥା, ଜଳବନ୍ଦୀ, ଭଡ଼ାଘର, ଯୋଗାଯୋଗ, ମହିଳା ସୁରକ୍ଷା, ଜରୁରିକାଳୀନ ସେବା, ରୋଜଗାରର ସୁଯୋଗ, ଆମୋଦ ପ୍ରମୋଦ, ଚିତ୍ତ ବିନୋଦନ, ବସବାସର ଖର୍ଚ୍ଚ, ଆର୍ଥିକ ସେବା, ବାୟୁମଣ୍ଡଳର ମାନ, ସବୁଜିମା ଏବଂ ବିଦ୍ୟୁତ୍‌ ଯୋଗାଣ ଆଦିକୁ ନେଇ ୨୧ ପ୍ରଶ୍ନ ରହିଛି। ଅନ୍‌ଲାଇନ୍‌ ବ୍ୟତୀତ ନାଗରିକମାନେ କ୍ୟୁଆର୍‌ କୋଡ଼୍‌କୁ ସିଧାସଳଖ ସ୍କାନିଂ କରି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ମତାମତ ଦେଇପାରିବେ।
ଏହି ଖବରଦାତା ସମ୍ମିଳନୀରେ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ବିଏମ୍‌ସି ଆଡିଶନାଲ କମିଶନର ଅବନୀକାନ୍ତ ପଟ୍ଟନାୟକ, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri