Advertisement

ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ

କୋଏମ୍ବାଟୁର: ବଜାରରେ ବିକ୍ରି ହେଉଥିବା ସାଧାରଣ ସାନିଟାରି ନାପ୍‌କିନ ସମସ୍ୟା ସୃଷ୍ଟି କରୁଥିବାବେଳେ ଏଥିରୁ ମୁକ୍ତିପାଇବା ଲାଗି କୋଏମ୍ବାଟୁରର ଯୁବତୀ ଇଶାନା(୧୮) ପରିବେଶ ଉପଯୋଗୀ ଓ ରିୟୁଜେବଲ କଟନ ସାନିଟାରି ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସିଲେଇ ମେଶିନ୍‌ ଓ ଅନ୍ୟ ଆବଶ୍ୟକ ଜିନିଷ ବ୍ୟବହାର କରି ସେ ଏହା ପ୍ରସ୍ତୁତ କରୁଥିବାବେଳେ ଅନ୍ୟମାନେ ଏନେଇ ଉତ୍ସାହିତ ମଧ୍ୟ ହୋଇଛନ୍ତି। ଇଶାନା କହିଛନ୍ତି, ଏନେଇ ସଚେତନତାର ଆବଶ୍ୟକତା ରହିଛି। ବଜାରରେ ମିଳୁଥିବା କେମିକାଲ୍‌ ଲେପଯୁକ୍ତ ସାଧାରଣ ଶସ୍ତା ପ୍ୟାଡ୍‌ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟିକରୁଛି। ମୁଁ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ତେଣୁ କଟନ୍‌ କପଡ଼ାରେ ପ୍ରସ୍ତୁତ କରାଯାଉଥିବା ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ ସମସ୍ତଙ୍କ ଲାଗି ଭଲ। ଏହା କଟନ୍‌ ଲେୟରଯୁକ୍ତ ଓ ପୁନଃ ବ୍ୟବହାର ଯୋଗ୍ୟ ଇକୋ ଫ୍ରେଣ୍ଡ୍‌ଲି ପୋଷାକ ଭଳି। ଏହାକୁ ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ମହିଳାମାନେ ପିନ୍ଧିପାରିବେ ବୋଲି ସେ ମତ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଏହାକୁ ବେଶ୍‌ ପ୍ରଶଂସା କରାଯାଇଛି। ମହିଳାମାନଙ୍କ ଲାଗି ଇଶାନା ଏବେ ରୋଲ୍‌ମଡେଲ୍‌ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଚାଲିଗଲା ଆଉ ଜଣେ ଟିଭି ଆଙ୍କରଙ୍କ ଜୀବନ

ନୂଆଦିଲ୍ଲୀ,୧।୫: କରୋନା ମହାମାରୀ ଜଣଙ୍କ ପରେ ଜଣଙ୍କ ଜୀବନ ନେଇଚାଲିଛି। ଏହି ଭୂତାଣୁ ବର୍ତ୍ତମାନ ସମଗ୍ର ଦେଶରେ ଆତଙ୍କ ଖେଳାଇଛି। ପ୍ରତିଦିନ ଏମିତି ଖବର ଆସୁଛି,...

ଗିରଫ ହୋଇପାରନ୍ତି ରାଘବ ଚଡ୍ଡା: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଟୁଇଟ କରି ଏକ ବଡ଼ ଦାବି କରିଛନ୍ତି। ଏଥିସହ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,...

ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ଇଜିପ୍ଟର ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧୧: ୨୦୨୩ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଇଜିପ୍ଟର ରାଷ୍ଟ୍ରପତି ଫତା ଅଲ୍‌-ସିସିଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।...

ନଭେମ୍ବର ୨ରୁ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୧୪।୧୦: ଚାରିଚକିଆ ଗାଡିରେ ବସୁଥିଲେ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ନଭେମ୍ବର ୨ ତାରିଖରୁ ଏହି ନିୟମକୁ କଡାକଡି ପାଳନ କରିବାକୁ ମୁମ୍ବାଇ ପୋଲିସ ଶୁକ୍ରବାର...

ଆଇଆଇଟିରେ ଛାତ୍ରଙ୍କ ଆଡମିଶନ ପାଇଁ ସ୍ବତନ୍ତ୍ର ଅଧିକାରର ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଆଇଆଇଟି ବମ୍ବେରେ ଜଣେ ଏସ୍‌ସି ଛାତ୍ରଙ୍କ ଆଡମିଶନ ନେଇ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିଛନ୍ତି। ଛାତ୍ରଙ୍କୁ ୪୮ ଘଣ୍ଟା ମଧ୍ୟରେ ଆଡମିଶନ...

ଏମିତି ସହର, ଦେଖିବାକୁ ଶିବଲିଙ୍ଗ ଆକାରର

ବିଶ୍ୱରେ ଏମିତି ଏକ ସହର ରହିଛି ଯାହା ଦେଖିବାକୁ ପୂରା ଶିବଲିଙ୍ଗ ଆକାରର। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି...

ଭାଜପା ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ଫୁଟିଲା ଗୁଳି, ୨ ମୃତ

ଭୋପାଲ,୬।୩: ଭାଜପା ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲା ବନୱର ଗ୍ରାମରେ ଏହି ଘଟଣା...

ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ କଲା ନୌସେନା

ନୂଆଦିଲ୍ଲୀ,୨୮।୧୧: ଭାରାତୀୟ ନୌସେନା ପକ୍ଷରୁ ଗୁରୁବାର ମଧ୍ୟମ ଦୂରଗାମୀ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି ସୁପରସୋନିକ୍‌ କ୍ରୁଇଜ୍‌ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦...

Advertisement
Archives

Model This Week