Posted inଖେଳ

ଇଂଲଣ୍ଡ ଫେଭରାଇଟ୍‌, ଭାରତ ଦୃଢ଼ ଦାବିଦାର

ଘରୋଇ ପରିବେଶ, ପିଚ୍‌ ଏବଂ ଟିମ୍‌ କମ୍ବିନେଶନ ଦୃଷ୍ଟିରୁ କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣରେ ଇଂଲଣ୍ଡ ହଟ୍‌ ଫେଭରାଇଟ ଭାବେ ଉଭା ହେବ। ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମଧ୍ୟ ଦୃଢ଼ ଦାବିଦାର। ଷ୍ଟିଭ୍‌ ସ୍ମିଥ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ ପରେ ଅଷ୍ଟ୍ରେଲିଆ ମଧ୍ୟ ଦାବିଦାର ହୋଇଯାଇଛି। ନିକଟ ଅତୀତର ପ୍ରଦର୍ଶନ, ଦଳୀୟ ସନ୍ତୁଳନ ଦୃଷ୍ଟିରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟପ୍‌-୪ରେ ରହିବା ଦକ୍ଷତା ରଖିଛନ୍ତି ବୋଲି ଓଡ଼ିଆ ବିଶେଷଜ୍ଞଙ୍କ ମତ।

ଧୋନୀ ୪ ନମ୍ବର ପାଇଁ ଫିଟ୍‌ :

ଜଣେ ଭାରତୀୟ ଭାବେ ମୋର ପ୍ରଥମ ଇଚ୍ଛା ଭାରତ ବିଶ୍ୱକପ ଆଣୁ। ତେବେ ଓଭରଅଲ ପ୍ରଦର୍ଶନ, ବର୍ତ୍ତମାନର ପ୍ରଦର୍ଶନ, ଇଂଲଣ୍ଡ ପରିବେଶକୁ ଦେଖିଲେ ମୁଁ ଭାବୁଛି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଫେଭରାଇଟ। ଭାରତ ଦାବିଦାର ନିଶ୍ଚିତ ରହିବ, ମାତ୍ର ଟପ୍‌ ଅର୍ଡର ଫେଲ୍‌ ମାରିଲେ ଭାରତୀୟ ଦଳ ସେଥିରୁ ଉଧୁରିବାକୁ ସଂଘର୍ଷ କରୁଛି। ବିଶେଷ କରି ବିଦେଶ ପରିବେଶରେ ଏହା ବେଶି ଦେଖିବାକୁ ମିଳୁଛି। ତେଣୁ ଦଳପାଇଁ ଏହା ଚିନ୍ତାଜନକ ହୋଇପାରେ। ଭଲ ଷ୍ଟାର୍ଟ ମିଳିଲେ କିନ୍ତୁ ଟିମ୍‌ ଇଣ୍ଡିଆକୁ ପ୍ରତିପକ୍ଷ ଦଳ ରୋକିବା କଷ୍ଟକର ହୋଇପଡ଼ିବ। ଆମର ବୋଲିଂ ବହୁତ ଭଲ। ପିଚ୍‌କୁ ନେଇ ରଣନୀତି ଭିନ୍ନ ହେବ ନିଶ୍ଚିତ। ତେବେ ୩ ମିଡିୟମ ପେସର, ଜଣେ ଅଲରାଉଣ୍ଡର(ହାର୍ଦ୍ଦିକ ପାଣ୍ଡ୍ୟା) ଓ ଜଣେ ସ୍ପିନରକୁ ନେଇ ଭାରତ ଖେଳିଲେ ଭଲ ହେବ। ଶିଖର ଧାଓ୍ବନ, ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବ୍ୟାଟିଂ ଲାଇନ୍‌ଅପ୍‌ ହେବା ଆଶା। ସ୍ଥଳ ବିଶେଷରେ ଜଣେ ମିଡିୟମ ପେସରଙ୍କ ସ୍ଥାନ ଆଉ ଜଣେ ସ୍ପିନର ନେଇପାରନ୍ତି। ଏ କ୍ଷେତ୍ରରେ ଭାରତ ୨ ପେସର, ୨ ସ୍ପିନର ଓ ଜଣେ ଅଲରାଉଣ୍ଡରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ପିଚ୍‌ କଣ୍ଡିଶନ ଉପରେ ଅନେକ କିଛି ନିର୍ଭର କରିବ। ମୋ ମତରେ ଧୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ରାହୁଲ ୪ ନମ୍ବରରେ ଖେଳିବେ ବୋଲି କୋହଲି ସୂଚନା ଦେଇ ସାରିଛନ୍ତି। ତେବେ ଧୋନୀ ମଧ୍ୟ ଏହି ସ୍ଥାନ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ବୋଲି ମୋର ମତ। କାରଣ ଯଦି ଆମର ଟପ୍‌ ଅର୍ଡର ଫେଲ୍‌ ମାରିଛି ତେବେ କେହି ଜଣେ ଯଦି ଟିମ୍‌କୁ ବିପଦରୁ ଉଦ୍ଧାର କରିଛି ତେବେ ସେ ହେଉଛନ୍ତି ଧୋନୀ। ତେଣୁ ଭାରତୀୟ ଦୃଷ୍ଟିକୋଣରୁ ଧୋନୀଙ୍କ ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଟପ୍‌-୪ ଟିମ୍‌ କଥା ଉଠିଲେ ମୁଁ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ ଓ ଓ୍ବେଷ୍ଟଇଣ୍ଡିଜ ସପକ୍ଷରେ ଯିବାକୁ ଚାହିଁବି।

-ଦୀପକ ମଙ୍ଗରାଜ, ଜୁନିୟର ଚୟନକର୍ତ୍ତା।

ସବୁ ଦୃଷ୍ଟିକୋଣରୁ ଭାରତ ଦାବିଦାର :

ଇଂଲଣ୍ଡ ମାଟିରେ ଭାରତ ଚଳିତ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି। ତେବେ ସବୁ ଦୃଷ୍ଟିକୋଣରୁ ନଜର ପକାଇଲେ ଭାରତ ମଧ୍ୟ ବିଶ୍ୱକପ ଚାମ୍ପିୟନ ହେବାର ପ୍ରମୁଖ ଦାବିଦାର ରହିଛି। ଓପନର ଶିଖର ଧାୱନ ଆଇସିସି ଟୁର୍ନାମେଣ୍ଟଗୁଡ଼ିକରେ ଭଲ ପ୍ରଦର୍ଶନ କରିବାର ରେକର୍ଡ ରଖିଛନ୍ତି। ରୋହିତଙ୍କ ସହ ଓପନିଂ ଭାଗୀଦାରି ଭଲ ରହିବ। ଏହାଛଡ଼ା କ୍ୟାପ୍‌ଟେନ କୋହଲି ଓ ଧୋନୀଙ୍କ ପ୍ରଦର୍ଶନ ଉପରେ ଦଳ ଅଧିକ ନିର୍ଭରଶୀଳ। ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ସକାରାତ୍ମକ ମନୋଭାବ ସୃଷ୍ଟି କରିଛି।

– ବିପ୍ଳବ ସାମନ୍ତରାୟ, ଓଡ଼ିଶା ରଣ୍‌ଜୀ ଖେଳାଳି

ଚହଲ ଚହଳ ପକାଇପାରନ୍ତି :

ଜଣେ କ୍ରିକେଟ ପ୍ରଶଂସକ ଭାବେ ବିଶେଷଜ୍ଞମାନଙ୍କ ମତକୁ ଦେଖିଲେ ହୋମ୍‌ ଗ୍ରାଉଣ୍ଡ ଏବଂ ବାଲାନ୍ସ ଟିମ୍‌ ଭାବେ ଇଂଲଣ୍ଡ ହଟ୍‌ ଫେଭରାଇଟ। ନ୍ୟୁଜିଲାଣ୍ଡର ମଧ୍ୟ ସୁଯୋଗ ରହିବ। ଷ୍ଟିଭ୍‌ ସ୍ମିଥ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ ପରେ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍‌ଅପ୍‌ ଶକ୍ତିଶାଳୀ ହୋଇଯାଇଛି। ଜଣେ ଭାରତୀୟ ଭାବେ ଏବଂ ନିକଟ ଅତୀତରେ ପ୍ରଦର୍ଶନକୁ ଦେଖିଲେ ଭାରତ ମଧ୍ୟ ଏଥର ଦୃଢ଼ ଦାବିଦାର। ୪ର୍ଥ ସ୍ଥାନକୁ ନେଇ ଟିକେ ଚିନ୍ତା ରହିଛି, ନ ହେଲେ ଭାରତୀୟ ଦଳ ବେଶ୍‌ ସନ୍ତୁଳିତ। ସେମିଫାଇନାଲ ପ୍ରବେଶ ଟିମ୍‌ ଇଣ୍ଡିଆର ପ୍ରଥମ ଲକ୍ଷ୍ୟ ହେବ। ତେଣୁ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଭାରତ ସେମିଫାଇନାଲ ଖେଳିବେ ବୋଲି ମୁଁ ଅନୁଭବ କରୁଛି। ଏଥିରେ ଭାଗ ନେଉଥିବା ଅନ୍ୟ ଦଳଗୁଡ଼ିକୁ ମଧ୍ୟ ହେୟ ମନେ କରିହେବନି। କୌଣସି ମ୍ୟାଚରେ ସେଗୁଡ଼ିକ ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି, ନ ହେଲେ ଏହି ୪ଟି ଦଳ ବିଶ୍ୱକପ ଫେଭରାଇଟ। ଲୋକେଶ ରାହୁଲ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ସେ ୪ ନମ୍ବର ସ୍ଥାନ ପାଇଁ ଫିଟ୍‌ ବୋଲି ଭାବୁଛି। ଧୋନୀ ହେଉଛନ୍ତି ଭାରତୀୟ ଦଳର ସବୁଠାରୁ ଅଭିଜ୍ଞ ଏବଂ ବିଜ୍ଞ ଖେଳାଳି। ସେ ଜଣେ ବିଶ୍ୱକପ ବିଜୟୀ ଅଧିନାୟକ। ତେଣୁ ତାଙ୍କ ଉପସ୍ଥିତି ଦଳକୁ ନିଶ୍ଚିତ ଫାଇଦାରେ ରଖିବ। ବ୍ୟକ୍ତିଗତ ଭାବେ ତାଙ୍କର ବ୍ୟାଟିଂ ଦକ୍ଷତା ବହୁତ ଭଲ। ବର୍ତ୍ତମାନର ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ। କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ନିଶ୍ଚିତ ଚର୍ଚ୍ଚାରେ ରହିବେ। ଚହଲ ଏଥର ଚହଳ ପକାଇବେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ବୋଲିଂ ଦୃଷ୍ଟିରୁ ଭାରତୀୟ ଦଳ ବେଶ୍‌ ସନ୍ତୁଳିତ। ଇଂଲଣ୍ଡରେ ହାଇସ୍କୋରିଂ ମ୍ୟାଚ ହେବା ନିଶ୍ଚିତ।

-ଅଶୋକ ମହାନ୍ତି, ପୂର୍ବତନ କ୍ରୀଡ଼ା ପ୍ରଶାସକ

ଅଣ୍ଡରଡଗ୍‌ ଟିମ୍‌କୁ ସାବଧାନ :

କୌଣସି ଦଳ ଖରାପ ପରିସ୍ଥିତିରେ ନାହାନ୍ତି। ଯେଉଁ ଦଳକୁ ନଜର ପକାଇଲେ ସେଥିରେ ମ୍ୟାଚ୍‌ ୱିନର ଖେଳାଳିଙ୍କ ମହଜୁଦ ରହିଛି। ଏଣୁ ଏହି ବିଶ୍ୱକପ୍‌ ରୋମାଞ୍ଚକ ହେବା ନିଶ୍ଚିତ। ହେଲେ ଅଣ୍ଡରଡଗ୍‌ ଟିମକୁ ସାବଧାନ ବି ରହିବା ଦରକାର। ଟୁର୍ନାମେଣ୍ଟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଦର୍ଶନ ଠିକ୍‌ ରହିବା ଉଚିତ୍‌। ଏ ପରିସ୍ଥିତିରେ ଶକ୍ତିଶାଳୀ କୁହାଯାଉଥିବା ଦଳ ଗୁଡ଼ିକୁ ଆଫଗାନିସ୍ତାନ, ଆୟର୍ଲାଣ୍ଡ ଓ ବାଂଲାଦେଶ ଭଳି ଆଇସିସିର ନିମ୍ନ ର଼୍ୟାଙ୍କ ପ୍ରାପ୍ତ ଦଳ ସଙ୍କଟରେ ପକାଇପାରନ୍ତି। ଗୋଟିଏ ମ୍ୟାଚ୍‌ରେ ପରାଜୟ ସମସ୍ତ ଆଶାକୁ ପାଣିରେ ପକାଇପାରେ। ଭାରତ କଥା କହିଲେ, ଏହା ଏକ ସନ୍ତୁଳିତ ଦଳ। ବିଶ୍ୱକପ୍‌ରେ ପ୍ରଦର୍ଶନ ଦମ୍‌ଦାର ରହିବ।

– ସୌରଜିତ ମହାପାତ୍ର, ଏନସିଏ କୋଚ୍‌

ମିଡଲ
ଅର୍ଡର ଶକ୍ତ
ରହିବା ଦରକାର :

ମୋ ମତରେ ଭାରତ ହିଁ ବିଶ୍ୱକପର ପ୍ରମୁଖ ଦାବିଦାର। ହେଲେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ର ମିଡଲ ଅର୍ଡର ସାମାନ୍ୟ ଦୁର୍ବଳ ଅନୁଭବ ହେଉଛି। ଯୁବ ଖେଳାଳିମାନେ ଏହି ସ୍ଥାନରେ ଭଲ ଖେଳିଲେ ପ୍ରତି ମ୍ୟାଚ୍‌ରେ ଭାରତ ଭଲ ସ୍କୋର କରିପାରିବ। ଧୋନୀ ଓ କୋହଲି କି-ପ୍ଲେୟର ରହିବେ। ଅଭିଜ୍ଞ ମହମ୍ମଦ ସାମି ଓ ଭୁବନେଶ୍ୱର କୁମାରଙ୍କ ସହ ୟର୍କର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମରା ଇଂଲଣ୍ଡ ମାଟିରେ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।
– ଶୁଭ୍ରାଂଶୁ ଶେଖର ସେନାପତି, ରଣ୍‌ଜୀ ଖେଳାଳି


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri