ଆୟୋଗ ବିରୋଧରେ ଅପପ୍ରଚାରକୁ ଓପିଏସ୍‌ସିର ଖଣ୍ଡନ

ଭୁବନେଶ୍ୱର,୯।୮(ବ୍ୟୁରୋ): ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮ (ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଗୁରୁବାର ଏହାକୁ ଖଣ୍ଡନ କରାଯାଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, କେତେକ ପ୍ରାର୍ଥୀ ଗଣମାଧ୍ୟମ ଆଗରେ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ମିଥ୍ୟା ଗୁଜବ ପ୍ରଚାର କରିବା ଲକ୍ଷ୍ୟ କରାଯାଉଛି। ଏହି ଅଭିଯୋଗଗୁଡିକୁ ଲୋକସେବା ଆୟୁକ୍ତ ଯାଞ୍ଚ କରିଛନ୍ତି। ସେଥିରୁ ଜଣାପଡିଛି ଯେ, ସେସବୁ ଅଭିଯୋଗ ଭିତ୍ତିହୀନ ଓ ସେଥିରେ ପୁନଃ ମୂଲ୍ୟାଙ୍କନ ପାଇଁ ଦାବିରେ ମନ୍ଦ ଉଦ୍ଦେଶ୍ୟ ରହିଛି ା ଜଣେ ପ୍ରାର୍ଥୀ ମଧ୍ୟ ପରୀକ୍ଷକ ଏବଂ ମୁଖ୍ୟପରୀକ୍ଷକଙ୍କ ଦ୍ୱାରା କରାଯାଇଥିବା ମୂଲ୍ୟାଙ୍କନ ପ୍ରତି ସନ୍ଦେହ ପ୍ରକଟ କରିଛନ୍ତି। ତଦନ୍ତରୁ ଜଣାଯାଇଛି ଯେ, ଯଦିଓ ସେହି ପ୍ରାର୍ଥୀଙ୍କୁ ପରୀକ୍ଷକ ବା ମୁଖ୍ୟ ପରୀକ୍ଷକଙ୍କ ଦ୍ୱାରା ମୂଲ୍ୟାୟନ ପରେ ଅଧିକ ନମ୍ବର ମିଳିଛି। ହେଲେ ସଂପୃକ୍ତ ବର୍ଗରେ ଧାର୍ଯ୍ୟ କଟ୍‌ ଅଫ୍‌ ନମ୍ବରଠାରୁ ସେହି ପରୀକ୍ଷାର୍ଥୀ ବହୁ ପଛରେ ଅଛନ୍ତି। ଏ ବିଷୟରେ ସେହି ପ୍ରାର୍ଥୀଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଜଣାଯାଇଛି ା
ଆୟୋଗ ପକ୍ଷରୁ ସମସ୍ତ ପ୍ରାର୍ଥୀମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ସେମାନଙ୍କର ଅଭିଯୋଗଗୁଡିକୁ ସିଧାସଳଖ କମିଶନଙ୍କ ଦୃଷ୍ଟିକୁ ଆଣନ୍ତୁ। ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁ ନାହିଁ। ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଜଣେ ନିଜର ଦାବି ପୂରଣ ପାଇଁ ସହାୟତା ନେଇପାରେ ା ମାତ୍ର ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ମିଥ୍ୟା ଅପପ୍ରଚାର କରିବା ଉଚିତ ନୁହେଁ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ସେହିଭଳି ଅପପ୍ରଚାର କଲେ, ଓପିଏସ୍‌ସି କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅଯୋଗ୍ୟ ବିବେଚିତ ହେବେ ବୋଲି ଆୟୋଗର ସଚିବ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri