ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୭।୨:ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ପୂର୍ବ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ନାମରେ ନାମିତ କରାଯାଇଛି। ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ବିଏସ୍‌କଓ୍ବୋଇ ପରିବର୍ତ୍ତେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର(ଏମଓୟୁ) ହୋଇଛି। ଏବେ ତେବେ ବିଏସ୍‌କଓ୍ବୋଇ ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ।
ଆୟୁଷ୍ମାନ ଭାରତ ଯୋଜନା ମିଳିବ ଏସବୁ ଲାଭ
୧. ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଛି।
୨. ୨୦୧୧ ସାମାଜିକ-ଅର୍ଥନୈତିକ ଜନଗଣନା ଆଧାରରେ ଅନଗ୍ରସର ଗରିବ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
୩. କାଗଜ ବିହୀନ, କ୍ୟାଶଲେସ ସେବା ପ୍ରଦାନ କରୁଛି।
୪. ୨୯ ହଜାର ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି।
୫. ୧୦.୭୪ କୋଟି ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ମିଳିୁଛି ଚିକିତ୍ସା ସୁବିଧା।
୬. ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସୁବିଧା।
୭. ଗୋଟିଏ ରାଜ୍ୟର ରୋଗୀ ସବୁ ରାଜ୍ୟରେ ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ।
୮. ରାଜ୍ୟଗୁଡ଼ିକ ସ୍ବାଧୀନ ଭାବେ ଏହି ଯୋଜନାର ମୋଡାଲିଟି ପ୍ରସ୍ତୁତ କରିପାରିବେ।
୯. ପରିବାର ଆକାର ପାଇଁ କୌଣସି କଟକଣା ଓ ବୟସ ସୀମା ନାହିଁ।
୧୦.ଏଥିରେ ଝିଅ ଓ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏହି ଯୋଜନାରେ ସ୍ବତନ୍ତ୍ର ସୁବିଧା ମିଳିବ।
୧୧.ଏହି ଯୋଜନା ସମ୍ବନ୍ଧୀୟ କୌଣସି ସମସ୍ୟା ବିଷୟରେ ପବ୍ଲିକ ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମ ଜରିଆରେ ସମାଧାନ କରାଯାଇପାରିବ।
୧୨. ଜାତୀୟ ସ୍ତରରେ ଏହି ଯୋଜନା ନ୍ୟାଶନାଲ ହେଲ୍ଥ ଅଥରିଟି(ଏନଏଚଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି।
୧୩. ଓଡ଼ିଶାରେ ଏହା ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫ ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
୧୪. ଓଡ଼ିଶାରେ ଉପକୃତ ହେବେ ୩.୫ କୋଟି ଲୋକ।
୧୫. ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ।
୧୬. ଡିସ୍ଚାର୍ଜ ହେବା ପରେ ୧୫ ଦିନ ଯାଏ ମିଳିବ ଔଷଧ।
୧୭. ୧୯୪୯ ପ୍ରକାର ଚିକିତ୍ସା ସେବା ମିଳିବ।
୧୮. ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବାବେଳେ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି।
୧୯. ଏହି ଚିକିତ୍ସା ପାଇବାକୁ ଆଗୁଆ ଖର୍ଚ୍ଚ ଜମା କରିବାକୁ ପଡ଼େ ନାହିଁ।
୨୦. ପ୍ରତ୍ୟେକ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରାଯିବ।
୨୧. ଅନ୍ଲାଇନ ଜରିଆରେ ଆବେଦନ କରାଯାଇପାରିବ।
୨୨. ଇ-କଓ୍ବୋଇସି ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri