ଆୟୁଷ୍ମାନ ଭାରତ ଯୋଜନା: ରାଜି କରାଇବାକୁ ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୪।୬(ବ୍ୟୁରୋ): ନିର୍ବାଚନ ସରିଯାଇଛି। ଆଉ ମତଭେଦ ନାହିଁ। ମିଳିମିଶି ରାଜ୍ୟ ତଥା ଦେଶର ବିକାଶ କରିବାକୁ କେନ୍ଦ୍ର ସରକାର ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଗତବର୍ଷଠାରୁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଟଣାଓଟରା ଚାଲିଛି। ଭାଜପା ପରିଚାଳିତ ଏନ୍‌ଡିଏ ସରକାର ପ୍ରଥମ ପାଳିରେ ରାଜ୍ୟରେ ଉକ୍ତ ସ୍ବାସ୍ଥ୍ୟ ଯୋଜନାକୁ ଲାଗୁ କରିବା ନେଇ ବିଜେଡି ସରକାରକୁ ମନାଇ ପାରି ନ ଥିଲେ। ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇ ଏହି ଯୋଜନା ଲାଗୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁ ଭୂଷଣଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛି। ସେହି ଟିମ୍‌ରେ ଅଛନ୍ତି ମନୁ ଶୁକ୍ଳା, ଆଦିତି ଭାର୍ଗବ, ଆସ୍ଥା ଆରୋରା ଏବଂ ରୋହିତ ଦେଓ ଝା। ଇନ୍ଦୁ ଭୂଷଣ ଓ ତାଙ୍କ ଟିମ୍‌ ଏହି ଯୋଜନା କାର୍ଯ୍ୟକାରୀ କରିବା ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଆଲୋଚନା ସଫଳ ହେଲେ ରାଜ୍ୟରେ ଏହି କେନ୍ଦ୍ରୀୟ ଯୋଜନା ଲାଗୁହେବ।
ଏଠାରେ ସୂଚନାଯୋଗ୍ୟ ଯେ, ବିଜେଡି ସରକାର କେନ୍ଦ୍ର ଯୋଜନାକୁ ତାଳ ଦେଇ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ଗରିବ ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି। ମହିଳାଙ୍କ କ୍ଷେତ୍ରରେ ସହାୟତା ରାଶିକୁ ଦୁଇଗୁଣା କରାଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ୭୦ ଲକ୍ଷ ପରିବାରକୁ ସାମିଲ କରିଛନ୍ତି। ଏପରିକି ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବଡ଼ ବଡ଼ ମେଡିକାଲରେ ଚିକିତ୍ସା ସୁବିଧା ପାଇପାରିବେ। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଅନୁରୋଧ କରିଥିଲେ। ମାତ୍ର ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥର କେନ୍ଦ୍ରୀୟ ଟିମ୍‌ ରାଜ୍ୟ ସରକାରଙ୍କୁ ବୁଝାଇବାରେ ସଫଳ ହେବ କି ନାହିଁ, ତାହା ଗସ୍ତ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନେତାଜୀ ଜୟନ୍ତୀ ପାଳନ କମିଟି ସଦସ୍ୟ ହେଲେ ନବୀନ

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏକ ଉଚ୍ଚସ୍ତରୀୟ କମିଟି ଗଠନ...

ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମା ଉତ୍ସବ: ଆଗ ଭଳି ନାହିଁ ପୁଚିଖେଳ କି ଫୁଲବଉଳବେଣୀ ଗୀତର ମଉଜ

ଭଣ୍ଡାରିପୋଖରୀ, ୧୪ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଲାଗି ରବିବାର ଉତ୍ସବ ମୁଖର ହୋଇଉଠିଛି। କୁମାରୀମାନେ ଓଷା...

୨୪ରେ ପ୍ରବଳ ବର୍ଷା ସୂଚନା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ତାରିଖ ଦିନ ପ୍ରବଳ ବର୍ଷା...

ଚଳିତ ମାସ ଶେଷ ସୁଦ୍ଧା ଆଧାର ସଂଯୋଗ, ସଂଶୋଧନ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ୍‌ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ ପ୍ରକ୍ରିୟା ଚଳିତ ମାସ ୩୧...

ଏୟାର ଇଣ୍ଡିଆ ବିମାନରେ ନିଅଁ।

ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଭୁବନେଶ୍ୱରରୁ ମୁମ୍ବାଇକୁ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଜଣାପଡ଼ିବାରୁ ବିମାନକୁ ରାୟପୁର ବିମାନବନ୍ଦରରେ ଜରୁରୀ ଅବତରଣ...

କଂଗ୍ରେସ ଭାଇଙ୍କ ପରଲୋକ

ଠାକୁରମୁଣ୍ଡା, ୨୧ା୩(ଡି.ଏନ.ଏ): ମୟୂରଭଞ୍ଜର ଭୂମିପୁତ୍ର ସେବକ କଂଗ୍ରେସ ଭାଇଙ୍କର ଶୁକ୍ରବାର ପରଲୋକ ଘଟିଛି। ଶ୍ୱାସ ରୋଗରେ ପୀଡ଼ିତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ...

ସମନ୍ବୟ ପାଇଁ ନୋଡାଲ ଅଥରିଟି ଗଠନ କର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନରେ ରହିଛି। ଲକ୍ଷଲକ୍ଷ ଲୋକ ଅସହାୟ ଅବସ୍ଥାରେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେଠାରେ...

ବଂଶୀକୁ ଲକ୍ଷ୍ୟଭେଦ କଲା ଏମ୍‌ଆର୍‌ଏସ୍‌ଏଏମ୍‌

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ବୁଧବାର ଅପରାହ୍ନ ୩ଟା ୫୫ମିନିଟ୍‌ରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଭାରତ-ଇସ୍ରାଏଲ ମିଳିତ...

Advertisement


Archives

Model This Week

Why Dharitri