Posted inଜାତୀୟ

ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି : ଡାକ୍ତର ଲୁଟିଛନ୍ତି ଚିକିତ୍ସା ଅର୍ଥ, କାଗଜକଲମରେ ରୋଗୀ ସେବା

ନୂଆଦିଲ୍ଲୀ,୨୧।୬(ଆଇଏଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ବୃହତ୍‌ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଅର୍ଥକୁ ଶତାଧିକ ଡାକ୍ତର ଲୁଟିନେଇ ନିଜ ପକେଟରେ ପୂରାଇଥିବା ଅଭିଯୋଗ ଆସିଛି। ଏହି ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ଲମ୍ବିଥିବାବେଳେ ଉତ୍ତରାଖଣ୍ଡର ଅନେକ ହସ୍ପିଟାଲ ଏହି ଯୋଜନାର ପାଣ୍ଠିକୁ ଆମତ୍ସାତ୍‌ କରିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
ଗରିବ ରୋଗୀମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁନିଶ୍ଚିତ କରୁଥିବା ଆୟୁଷ୍ମାନ ଯୋଜନା ଅଧୀନରେ ସରକାରୀ ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇଥିଲେ। ତେବେ ସମ୍ପୃକ୍ତ ରୋଗୀମାନଙ୍କୁ ସେହି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ ଅଥବା ଅସ୍ତ୍ରୋପଚାର କିମ୍ବା ଚିକିତ୍ସା କରାଯାଇ ନାହିଁ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହା ଏକ ବଡ଼ ଠକେଇ। ଗରିବ ରୋଗୀଙ୍କ ନାମରେ ଦୁର୍ନୀତି କରାଯାଇଛି ବୋଲି ଉତ୍ତରାଖଣ୍ଡର କାଶୀପୁର ବିଧାୟକ ହରଭଜନ ସିଂ ଚୀମା ଅଭିଯୋଗ ଆଣିଛନ୍ତି। ଏହି ଦୁର୍ନୀତିର ତଦନ୍ତ ପାଇଁ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ସରକାରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ନୀତି ଉଧମ ସିଂ ନଗର ଜିଲା(ଯାହା ଅଧୀନରେ କାଶୀପୁର ନିର୍ବାଚନମଣ୍ଡଳୀ ରହିଛି)ରେ ହୋଇଥିବା ପ୍ରଥମେ ସାମ୍ନାକୁ ଆସିଥିଲା। ସ୍ଥାନୀୟ ବାସିନ୍ଦା ମୁନିଦେବ ବିଷ୍ଣୋଇ ଅଭିଯୋଗ ଆଣିଥିଲେ ଯେ, ସରକାରୀ ଡାକ୍ତରଖାନାଗୁଡ଼ିକରୁ ବହୁସଂଖ୍ୟକ ଗରିବ ରୋଗୀଙ୍କୁ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଯାଇଥିଲା। କିନ୍ତୁ ଯାଞ୍ଚବେଳେ ସେମାନେ ‘ଭୂତ ରୋଗୀ’ ବୋଲି ଜଣାପଡ଼ିଛି। ସେମାନଙ୍କ ଚିକିତ୍ସା କରାଯାଇଥିବା ନେଇ କୌଣସି ଦସ୍ତାବିଜରେ ଉଲ୍ଲେଖ କରାଯାଇନାହିଁ। ତେଣୁ ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ମୁନିଦେବ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଛନ୍ତି।
ଭାଜପା ଟିକେଟରେ ୪ ଥର ବିଧାୟକ ହୋଇଥିବା ହରଭଜନ ସିଂ ଚୀମା କହିଛନ୍ତି, ଘରୋଇ ହସ୍ପିଟାଲ ସହ ସମ୍ପର୍କ ରଖି ଏହି ର଼୍ୟାକେଟରେ ସମ୍ପୃକ୍ତ ଥିବା ଲୋଭୀ ଡାକ୍ତରମାନେ ଏହି କାରସାଦି କରିଛନ୍ତି। ରୋଗୀଙ୍କୁ କାଗଜକଲମରେ ଅନ୍ୟ ହସ୍ପିଟାଲକୁ ପଠାଇବା ପରେ ସେମାନେ ଜାଲ୍‌ ବିଲ୍‌ ଦାଖଲ କରି ଚିକିତ୍ସା ପାଣ୍ଠି ଆମତ୍ସାତ କରିଛନ୍ତି। ଅଳ୍ପ କେତେକ ସ୍ଥାନରେ ଡାକ୍ତର ଓ ହସ୍ପିଟାଲର ଭୂମିକା ସ୍ବଚ୍ଛ ଥିବା ଜଣାପଡ଼ିଛି। ଏହି ଦୁର୍ନୀତି ଗରିବ ଓ ଅଭାବୀ ଲୋକଙ୍କୁ ସୁବିଧା ଓ ଅଧିକାରରୁ ବଞ୍ଚତ୍ତ କରୁଛି। ରାଜ୍ୟ ସରକାର ଏହି ଭ୍ରଷ୍ଟାଚାରର ମୂଳକୁ ଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଦାଏର କରାଯାଇ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ କୌଣସି ପ୍ରକାର ଅନିୟମିତତା ହୋଇଥିବା ଜଣାପଡ଼ିଲେ ତଦନ୍ତ କରି ଜଣାଇବାକୁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ତାହା ହାଇକୋର୍ଟରେ ଦାଖଲ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବ ନୀତୀଶ କୁମାର ଝା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri