ଆୟୁଷ୍ମାନଙ୍କ ଗଙ୍ଗା ଆଳତୀ

ବାରାଣସୀ: ବଲିଉଡ୍‌ ଅଭିନେତା ତଥା ଅନ୍ଧାଧୂନ ଫେମ୍‌ ଆୟୁଷ୍ମାନ ଖୁରାନା ଏବେ ନିଜର ଅପ୍‌ କମିଂ ଫିଲ୍ମ ବାଲାର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ଇତିମଧ୍ୟରେ ସେ ସୋମବାର ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି। ଆୟୁଷ୍ମାନ ସନ୍ଧ୍ୟାରେ ଦଶ୍ୱମେଧ ଘାଟ ପହଞ୍ଚି ଗଙ୍ଗା ଆଳତୀ କରିଥିବା ଦେଖିବାକୁ ମିଳିଛି।

ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସେ ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ଜଳ, ପୁଷ୍ପ ଓ କ୍ଷୀରରେ ଅଭିଷେକ କରିଥିଲେ। ସେହି ସମୟରେ ତାଙ୍କର ଏକ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏହାପରେ ସେ ପ୍ରଶଂସକଙ୍କ ସହ ସେଲଫି ନେଇଥିଲେ। ଆୟୁଷ୍ମାନ ନିଜର ଅପ୍‌ କମିଂ ଫିଲ୍ମ ବାଲାର ପ୍ରମୋଶନ ଏବଂ ଆଉ ଏକ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଶୁଟିଂ ପାଇଁ ବାରାଣସୀ ଆସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୨।୭: ବଲିଉଡ୍‌ ଗାୟକ, ସଙ୍ଗୀତଜ୍ଞ ଓ ଅଭିନେତା ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ହିମେଶଙ୍କ ଡ୍ରାଇଭର...

ଚର୍ଚ୍ଚାରେ ମଜ୍‌ନୁ

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ଏବଂ ଜାଗୀ ମଙ୍ଗତ ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ମିଷ୍ଟର ମଜ୍‌ନୁ’। କମେଡି ଫ୍ଲେଭର ଥିବା...

ଭାଇରାଲ ହେଉଛି ବିଗ୍‌ ବିଙ୍କ ଫନି ଟିକ୍‌ଟକ୍‌ ଭିଡିଓ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏମିତି ଏକ ଭିଡିଓ ଅପଲୋଡ କରିଛନ୍ତି...

କରୋନା ସହ ଲଢିବାକୁ ପୁଣି ସହାୟତାର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ହରାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବଲିଉଡ୍‌ ମଧ୍ୟ ସର୍ବଦା ଆଗେଇ ଆସିଛି। ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର...

ନୀଳ ଆଖିରେ ସ୍ବପ୍ନ ଦେଖାଉଥିବା ଅଭିନେତାଙ୍କ ଜୀବନରେ ଥିଲା ୩ ଦୁର୍ବଳତା

ମୁମ୍ବାଇ, ୨।୬: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ସେ ୧୯୮୮ ଜୁନ୍‌ ୨ରେ ୬୩ ବର୍ଷ...

ପରଦାରେ ‘ଛିଛୋରେ’: ପସନ୍ଦ ଆସୁଛି ସୁଶାନ୍ତ-ଶ୍ରଦ୍ଧାଙ୍କ କଲେଜ ଦିନର କାହାଣୀ

ମୁମ୍ବାଇ: ପରଦାରେ ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଛିଛୋରେ’। ଆମିର ଖାନ୍‌ଙ୍କ ‘ଥ୍ରି ଇଡିଅଟ୍‌ସ’ ଭଳି ଏଥିରେ ରହିଛି କଲେଜ...

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଚିୟର୍‌ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର

ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ...

ଏହିପରି ଭାବେ ଦୀପିକା-ରଣବୀର କରିପାରିଛନ୍ତି ସମ୍ପର୍କକୁ ସୁଦୃଢ଼

ଦୀପିକା ଏବଂ ରଣବୀର ସିଂ ବଲିଉଡ ଜଗତର ଲୋକପ୍ରିୟ ପାର୍ଟନରଙ୍କ ମଧ୍ୟରେ ଅନ୍ୟତମ। ଉଭୟଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ବାସ୍ତବ ଜୀବନରେ ମଧ୍ୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *