‘ଆସ୍କ୍‌ ମି ଏନିଥିଂ’: ଲୋକଙ୍କ ଉତ୍ତର ରଖିଲେ ପୋଲିସ କମିଶନର

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆସ୍କ ମି ଏନିଥିଂ କାର୍ଯ୍ୟକ୍ରମ ଜରିଆରେ ଲୋକେ ଟୁଇଟ୍‌ରେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ପୋଲିସ କମିଶନର। ଗତ ୧୨ତାରିଖ ସୁଦ୍ଧା ପ୍ରାୟ ୩୦୦ ପ୍ରଶ୍ନ ପଚରାଯାଇଥିଲା। ଶନିବାର ଅପରାହ୍ନ ୫ଟାରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଫେସ୍‌ବୁକ ଓ ଟୁଇଟର ଲାଇଭରେ ଆସି ସେହି ସବୁର ଉତ୍ତର ରଖିଛନ୍ତି। ବିଶେଷକରି ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା, ପୋଲିସର ବ୍ୟବହାର ଓ କାର୍ଯ୍ୟଦକ୍ଷତା ସମ୍ପର୍କରେ ଅଧିକ ପ୍ରଶ୍ନ ରହିଥିଲା।

ପୋଲିସ ଉପରେ ଚାଜନୈତିକ ଚାପ ରହୁଛି। ପୋଲିସ ଏ ଦିଗରେ କିଭଳି କାମ କରୁଛି ବୋଲି ଅନେକ ଲୋକ ପଚାରିଥିଲେ। କମିଶନର କହିଥିଲେ, ସୋସିଆଲ ମିଡିଆ, ଡିଜିଟାଲ ମିଡିଆ ଆସିବା ପରଠୁ ପୋଲିସ ଉପରେ ଚାପ କମିଛି। କାରଣ କୌଣସି ନେତା ଅବା ସରକାରୀ ଉଚ୍ଚ ପଦବୀରେ ଥିବା ବ୍ୟକ୍ତି ଅପରାଧ କଲେ ଖସିବାର ବାଟ ନାହିଁ। ଏହା ତୁରନ୍ତ ସୋସିଆଲ ମିଡିଆରେ ପ୍ରଚାର ହୋଇଯାଉଛି। ଫଳରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସହଜ ହେଉଛି। ସେହିପରି ମୋବାଇଲ ଫୋନ୍‌ରେ ଏଫ୍‌ଆଇଆର୍‌ ଦେବା ନେଇ ପ୍ରଶ୍ନର ଉତ୍ତରରେ କମିଶନର କହିଥିଲେ, ସିଆର୍‌ପିସି ୧୫୪ ଅନୁଯାୟୀ ଥାନାରେ ଲିଖିତ ଅଭିଯୋଗ କରିବାକୁ ପଡ଼ିବ। ତେବେ ଏଥିଲାଗି ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଇ-ପୋଲିସ ଷ୍ଟେଶନ ଖୋଲାଯିବ। ଯେଉଁଥିରେ ମୋବାଇଲ୍‌ ଓ ବାଇକ ଲୁଟ୍‌ ଭଳି ଛୋଟ ଛୋଟ ଅଭିଯୋଗ ଫୋନ୍‌ ମାଧ୍ୟମରେ କରିହେବ। ରାଜଧାନୀର କେଉଁ ଥାନା ଅଞ୍ଚଳରେ ନିଶା ବେପାର ହେଉଛି ବୋଲି ଲୋକେ ପଚାରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଷଡଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଥାନାକୁ ଅଭିଯୋଗ କରିବାକୁ ଗଲେ ପୋଲିସ ଅଭିଯୋଗ କପି ସହ ଆଧାରକାର୍ଡ ମାଗୁଛି, ଏହା କ’ଣ ଠିକ୍‌ ବୋଲି ଲୋକେ ପଚାରିଥିଲେ। ଏହା ଠିକ୍‌ ନୁହେଁ ବୋଲି ପୋଲିସ କମିଶନର କହିବା ସହ ଯେଉଁ ଥାନାରେ ଏଭଳି ମାଗୁଛନ୍ତି ଜଣାଇବାକୁ କହିଛନ୍ତି। ଥାନାରେ ଅଭିଯୋଗକାରୀଙ୍କ ପ୍ରତି ପୋଲିସର ବ୍ୟବହାର ଠିକ୍‌ ରହୁଛି, କିନ୍ତୁ ଅଭିଯୁକ୍ତଙ୍କ ପ୍ରତି ଖରାପ ବ୍ୟବହାର ହେଉଥିବା ଜଣେ ବ୍ୟକ୍ତି କହିଥିଲେ। ଏ ନେଇ ଅବଗତ ନ ଥିବା କମିଶନର ଷଡ଼ଙ୍ଗୀ କହିବା ସହ ଆଗାମୀ ଦିନରେ ବୈଠକ କରି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏଥିପ୍ରତି ସଚେତନ କରାଯିବ ବୋଲି କହିଛନ୍ତି। ଥାନା ପରିସରରେ ଗଦା ହେଉଥିବା ଜବତ ଗାଡ଼ି ଓ ଚେନ୍‌ ଲୁଟ ସମେତ କଟକ ସହରରେ ଗତ ୧୨ତାରିଖରେ ଘଟିଥିବା ଦମ୍ପତି ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍‌ କେବେ ହେବ ବୋଲି ଅନେକେ ପଚାରିଥିଲେ। ପୋଲିସ କମିଶନରଙ୍କ ଏଭଳି ଲାଇଭ ଉତ୍ତର କାର୍ଯ୍ୟକ୍ରମକୁ ସାଧାରଣରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri