Posted inଖେଳ

ଆସେସମେଣ୍ଟ ଟେଷ୍ଟ ପାଇଁ ବ୍ୟସ୍ତ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଏହି ସମୟରେ ଭାରତର କେତେଜଣ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସେମାନଙ୍କ ନିଯୁକ୍ତିଦାତା ଇଣ୍ଡିଆନ ଅଏଲ୍‌ କର୍ପୋରେଶନ (ଆଇଓସି) ପକ୍ଷରୁ ହେବାକୁ ଥିବା ଅନ୍‌ଲାଇନ୍‌ ଟେଷ୍ଟ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିଲାଗି ଏହି ବ୍ୟାଡ୍‌ମିଣ୍ଟନ ଖେଳାଳିମାନଙ୍କୁ କିଛି ପାଠ୍ୟକ୍ରମ ଦିଆଯାଇଛି। ବିଷୟବସ୍ତୁଗୁଡ଼ିକ ମଧ୍ୟରେ ରହିଛି ସାଇବର ସିକ୍ୟୁରିଟି, ପ୍ଲାଷ୍ଟିକ୍‌ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ଓ ପ୍ରଡକ୍ଟ ମ୍ୟାନେଜମେଣ୍ଟ ଇତ୍ୟାଦି। ଗତବର୍ଷ ପାର୍ଟନର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ସହ ଫ୍ରେଞ୍ଚ୍‌ ଓପନ୍‌ରେ ରନର୍ସଅପ୍‌ ଏବଂ ଥାଇଲାଣ୍ଡ ଓପନ ଜିତିଥିବା ହୋଇଥିବା ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଶେଟ୍ଟି କହିଛନ୍ତି ପାଠ୍ୟକ୍ରମ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଏଥିରୁ ଆମକୁ ଆନନ୍ଦ ମିଳୁଛି। ପାଠ୍ୟକ୍ରମ ପାଇଁ ଆମକୁ ମେ’ ମାସରେ ଏକ ମେଲ୍‌୍‌ ମିଳିଥିଲା। ପାଠ୍ୟକ୍ରମ ଶେଷ କରିବାମାତ୍ରେ ଏକ ଆସେସମେଣ୍ଟ ଟେଷ୍ଟ ଦେବେ। ପରୀକ୍ଷାରେ ତୁମକୁ ଅତିକମ୍‌ରେ ୮୦ ପ୍ରତିଶତ ସ୍କୋର କରିବାକୁ ପଡ଼ିବ ଯାହକି ସହଜ ନୁହେଁ। ତେଣୁ ଗୋଟିଏ ବିଷୟରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଏକାଧିକ ଥର ପରୀକ୍ଷା ଦେବାକୁ ପଡ଼ିବ। ବିଜ୍ଞାନ ପୃଷ୍ଠଭୂମି ଥିଲେ ଏହା ଅପେକ୍ଷକୃତ ସହଜ ହେବ। ପ୍ରଥମେ ଆମକୁ ଏପ୍ରିଲ ୧୪ ସୁଦ୍ଧା ଶେଷ କରିବାକୁ କୁହାଯାଇଥିଲା। ଲକ୍‌ଡାଉନ୍‌ ମିଆଦ ବୃଦ୍ଧି ପାଇବା ଦ୍ୱାରା ଆମକୁ ମେ ୩ ତାରିଖ ପଯ୍ରନ୍ତ ସମୟ ମିଳିଯାଇଛି ବୋଲି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା କହିଛନ୍ତି। ୨୨ବର୍ଷୀୟ ଚିରାଗ ଆଇଓସିରେ ଜଣେ ଗ୍ରେଡ୍‌ ଏ’ ଅଫିସର ଭାବେ କାର୍ଯ୍ୟକରୁଛନ୍ତି। ସେ କହିଛନ୍ତି, ଆଇଓସି ପକ୍ଷରୁ ଖେଳାଳିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଓ୍ବେବ୍‌ସାଇଟ ଲଗ୍‌ଇନ୍‌ କରିବାକୁ କୁହାଯାଇଛି। ସେଥିରେ ରହିଥିବା ଶତାଧିକ ବିଷୟରୁ ନିଜର ପସନ୍ଦ ଅନୁସାରେ ବିଷୟ ଚୟନ କରିବାକୁ କୁହାଯାଇଥିଲା। ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ବିଜୟିନୀ ଭାରତୀୟ ମହିଳା ଡବଲ୍ସ ଖେଳାଳି ଏନ୍‌. ସିକ୍କି ରେଡ୍ଡୀ ଅଶ୍ପିନୀ ପୋନ୍ନାପ୍ପାଙ୍କ ସହିତ ପାଠ୍ୟକ୍ରମ ଶେଷ କରିବା ଲାଗି କିଛି ସମୟ ଦେଉଛନ୍ତି। ଅନ୍‌ଲାଇନ୍‌ରେ ପାଠପଢା ଓ ପରୀକ୍ଷା ପ୍ରକୃତରେ ମଜାଦାର ବୋଲି ସିକ୍କି ରେଡ୍ଡୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri