ଆସୁଛି ମୌସୁମୀ, ଆସିନି ବିହନ  

ବଅଁରପାଳ,୧୦ା୬(ଡି.ଏନ.ଏ.)- ମୌସୁମୀ ଆସୁଥିବା ବେଳେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ଏହାକୁ ଲକ୍ଷ୍ୟ କରି ଖରିଫ ଚାଷ ପାଇଁ ଚାଷୀମାନେ ପ୍ରସ୍ତୁତ ହେଲେଣି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳର ଚାଷୀମାନେ ଅକ୍ଷୟ ତୃତୀୟା ଠାରୁ ଧାନ ବୁଣାବୁଣି କରିଥିଲେ ହେଁ ଅଣଧାନ ଚାଷ ଆରମ୍ଭ କରିପାରି ନାହାନ୍ତି। ବ୍ଲକ ଅଞ୍ଚଳର କୌଣସି କୃଷି ସମବାୟ ସମିତିକୁ ମଧ୍ୟ ଏଯାଏ ସରକାରଙ୍କ ପକ୍ଷରୁ ଅଣଧାନ ବିହନ ଯୋଗାଣ କରାଯାଇ ନାହିଁ। କେବେ ଏହି ବିହନ ଆସିବ ସେ ନେଇ ଚାଷୀମାନେ ଜାଣିପାରୁ ନ ଥିବା ପ୍ରକାଶ କରିଛନ୍ତି।
ବଅଁରପାଳ ବ୍ଲକ ଅଞ୍ଚଳରେ ଚଳିତ ଖରିଫ ଋତୁରେ ୨୪ ହଜାର ୮୧୧ ହେକ୍ଟର ଜମିରେ ଫସଲ କରାଯିବ। ସେଥିମଧ୍ୟରୁ ୧୦ ହଜାର ୮୨୫ ହେକ୍ଟରରେ ଧାନ ଓ ୧୩ ହଜାର ୯୮୬ ହେକ୍ଟରରେ ଅଣଧାନ ଚାଷ କରାଯିବାକୁ ସ୍ଥିର ହୋଇଛି। ତେବେ ଅଳ୍ପ କେତେକ ଜମିରେ ଧାନ ବୁଣାବୁଣି ଆରମ୍ଭ ହୋଇଥିବାବେଳେ ମାତ୍ରେ ଅଢେଇ ହେକ୍ଟର ଜମିରେ ବାଦାମ ଚାଷ ହୋଇଛି। କିନ୍ତୁ ଡାଲି ଜାତୀୟ କିମ୍ବା ତୈଳଜାତୀୟ ଚାଷ ଆରମ୍ଭ ହୋଇନାହିଁ। ସେହିପରି ବ୍ଲକ ଅଞ୍ଚଳର ୫୯୦ ହେକ୍ଟର ଜମିରେ ମକା, ୫୫୪୧ ହେକ୍ଟରରେ ଡାଲି ଜାତୀୟ, ୨୨୪୨ ହେକ୍ଟରରେ ତୈଳ ଜାତୀୟ, ୪୭୦୩ ହେକ୍ଟରରେ ପନିପରିବା ଓ ୯୧୦ ଜେକ୍ଟରରେ ମସଲା ଜାତୀୟ ଫସଲ କରାଯିବା ପାଇଁ ଲକ୍ଷ୍ୟ ରହିଛି। ମୋଟ୍‌ ୨୪ ହଜାର ୮୧୧ ହେକ୍ଟର ମଧ୍ୟରୁ କେବଳ ୮ ହଜାର ୨୮୯ ଜମିକୁ ଜଳସେଚନ ସୁବିଧା ରହିଛି। ବାକି ଜମି ବର୍ଷା ଜଳ ଉପରେ ନିର୍ଭରଶୀଳ। ସେହିପରି ବ୍ଲକ ଅଞ୍ଚଳରେ ୧୩ଟି କୃଷି ସମବାୟ ସମିତି ରହିଛି। ବର୍ତ୍ତମାନ ସୁଦ୍ଧା ଏହି ସମିତିଗୁଡ଼ିକୁ ମାତ୍ର ୧୩୬୪ କୁଇଣ୍ଟାଲ ଧାନ ବିହନ ଆସିଥିବା ବେଳେ ଏପର୍ଯ୍ୟନ୍ତ ଅଣଧାନ ବିହନ ଯୋଗାଣ ହୋଇପାରି ନାହିଁ। ଏ ସମ୍ପର୍କରେ ଗୋଷ୍ଠୀ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ କହିଛନ୍ତି, ଚଳିତବର୍ଷ ୨୪ ହଜାର ୮୧୧ ହେକ୍ଟର ଜମିରେ ଖରିଫ ଚାଷ କାର୍ଯ୍ୟ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଅଳ୍ପ କେଇ ହେକ୍ଟର ଜମିରେ କେବଳ ଧାନ ବୁଣାବୁଣି ହୋଇଥିବା ବେଳେ ଅଣଧାନ ଚାଷ ହୋଇପାରି ନାହିଁ। ମୌସୁମୀ ସକ୍ରିୟ ହେବା ପରେ ଚାଷ କାର୍ଯ୍ୟ ଜୋର ଧରିବ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri