ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌, ହୋଟେଲରେ ମିଳୁନି ରୁମ୍‌; ଜମିଲାଣି ପର୍ଯ୍ୟଟକଙ୍କ ଗହଳି

ପୁରୀ ଅଫିସ, ୨୯ା୧୨: ଆସୁଛି ନୂଆବର୍ଷ। ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରର ବିଭିନ୍ନ ହୋଟେଲ, ଲଜିଂ, ମଠ, ଧର୍ମଶାଳା ପ୍ୟାକ୍‌ ହୋଇଗଲାଣି। ଏବେ ଆଉ ପ୍ରାୟତଃ କେଉଁଠି ରୁମ୍‌ ମିଳୁନାହିଁ। ସରକାରୀ ଗେଷ୍ଟ ହାଉସ୍‌ରେ ବି ସମାନ ଅବସ୍ଥା। ବଡ ବଡ଼ ହୋଟେଲଗୁଡ଼ିକରେ ମାସେ ଦୁଇମାସ ଆଗରୁ ରୁମ୍‌ ବୁକ୍‌ ସରିଛି। ଏବେ ଯେଉଁ କେତୋଟି ଛୋଟ ହୋଟେଲରେ କିଛି ବି ରୁମ୍‌ ରହିଛି ସେଥିପାଇଁ ଅଧିକ ଭଡ଼ା ଦେବାକୁ ପର୍ଯ୍ୟଟକଙ୍କୁ କୁହାଯାଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି।
ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦର୍ଶନ ସାଙ୍ଗକୁ ମହାପ୍ରଭୁଙ୍କ ନିକଟରେ ଶୁଭକାମନା ଲାଗି ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ବିଶେଷକରି ବଡ଼ଦିନ ପୂର୍ବରୁ ପୁରୀକୁ ଆସି ନୂଆବର୍ଷ କଟାଇ ଅନେକେ ଫେରିଥାନ୍ତି। ପୂର୍ବରୁ ଯେଉଁମାନେ ହୋଟେଲ, ଲଜ୍‌ ପ୍ରଭୃତି ବୁକ୍‌ କରିଛନ୍ତି ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ଏବେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ବା ଆସୁଛନ୍ତି ସେମାନଙ୍କୁ ରୁମ୍‌ ମିଳୁନାହିଁ। ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁଯାୟୀ, ପୁରୀ ସହରରେ ପ୍ରାୟ ୫୦୦ ହୋଟେଲ ଓ ଲଜିଂ ରହିଛି। ଏଥିରେ ପ୍ରାୟ ୩୫ ହଜାର ଲୋକ ରହିପାରିବେ। କିନ୍ତୁ ସହରର ହୋଟେଲ, ଲଜିଂ, ଧର୍ମଶାଳା, ମଠ, ହଲିଡେ ହୋମ୍‌ ଆଦି ମିଶିଲେ ୧୦୦୦ରୁ ଅଧିକ ହେବ। ଏଥିମଧ୍ୟରୁ ବଡ ହୋଟେଲଗୁଡ଼ିକରେ ରୁମ୍‌ ବୁକ୍‌ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ରହିଥିବାବେଳେ କିଛି ହୋଟେଲ ଏବଂ ଲଜିଂରେ ସ୍ପଟ୍‌ ବୁକିଂ ସୁବିଧା ରହିଛି। ତେବେ ନୂଆବର୍ଷ ପାଇଁ ପ୍ରାୟତଃ ସବୁ ହୋଟେଲ, ଲଜିଂରେ ରୁମ୍‌ ବୁକିଂ ସରିଛି। ଏବେ ପର୍ଯ୍ୟଟକ ଦୁଇଗୁଣା ଦର ଦେବାକୁ ରାଜି ଥିଲେ ବି ରୁମ୍‌ ମିଳୁନାହିଁ। କେବଳ ପୁରୀର ହୋଟେଲ, ଲଜିଂ, ହଲିଡେ ହୋମ୍‌ ନୁହେଁ ଇକୋ ରିଟ୍ରିଟ୍‌ରେ ମଧ୍ୟ ଟେଣ୍ଟ ବୁକିଂ ସରିଥିବା ଜଣାପଡ଼ିିଛି। ମଠ, ଧର୍ମଶାଳାରେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ହେଲାଣି। ଫଳରେ ରୁମ୍‌ ଆଶାୟୀଙ୍କ ଚିନ୍ତା ବଢିଛି। ଅନ୍ୟପକ୍ଷରେ ବଡ଼ବଡ଼ିଆଙ୍କୁ ନେଇ ପ୍ରଶାସନ ଚିନ୍ତାରେ ରହିଛି। ରାଜ୍ୟ ଓ ରାଜ୍ୟ ବାହାର ବହୁ ଭିଆଇପି ଏବଂ ଭିଭିଆଇପି ପୁରୀମୁହଁା ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ମଧ୍ୟ ପୁରୀକୁ ଆସୁଥିବା ଜଣାପଡ଼ିିଛି। ତେଣୁ ସରକାରୀ ବଙ୍ଗଳାଗୁଡ଼ିକରେ ଜାଗା ନାହିଁ। ବିଭାଗୀୟ ଅଧିକାରୀମାନେ ଏଠାରେ ଆସି ରହିବା ଆରମ୍ଭ କରିଦେଲେଣି। ପର୍ଯ୍ୟଟନ ବିଭାଗର ପାନ୍ଥନିବାସରେ କୌଣସି ରୁମ୍‌ ଖାଲି ନାହିଁ। ସ୍ବତନ୍ତ୍ର ସର୍କିଟ ହାଉସ ରୁମ୍‌ଗୁଡ଼ିକ ମନ୍ତ୍ରୀ, ବିଧାୟକ, ବିଚାରପତି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଭକ୍ତ, ପର୍ଯ୍ୟଟକଙ୍କୁ ନେଇ ପୁରୀ ସହର ପ୍ୟାକ୍‌ ହୋଇଯାଇଥିବା ବେଳେ ରହଣି ବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ।
ଏ ସମ୍ପର୍କରେ ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ବର୍ତ୍ତମାନ ପ୍ରାୟତଃ ସବୁ ହୋଟେଲ, ଲଜିଂ ପ୍ୟାକ୍‌ ହୋଇଯାଇଛି। କୌଣସି ହୋଟେଲରେ ରୁମ୍‌ ନାହିଁ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗିରହିବ। ତେଣୁ ନୂଆବର୍ଷ ପାଇଁ ପୁରୀକୁ ଆସୁଥିବା ବା ଆସିବାକୁ ଚାହୁଁଥିବା ପର୍ଯ୍ୟଟକମାନେ କୋଣାର୍କ, ସାତପଡ଼ା ପ୍ରଭୃତି ପାଖାପାଖି ସ୍ଥାନରେ ରହିପାରିବେ। ସେଠାରୁ ପୁରୀ ଆସି ବୁଲାବୁଲି କରି ପୁଣି କମ୍‌ ସମୟରେ ଫେରିପାରିବେ। ସେହିପରି ପର୍ଯ୍ୟଟକମାନେ ଯେପରି କୌଣସି ସ୍ଥାନରେ ଠକାମିର ଶିକାର ନ ହୁଅନ୍ତି ତା’ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାତପଡ଼ାରେ ଟୁରିଷ୍ଟ ବୋଟଗୁଡ଼ିକର ଯାଞ୍ଚ କରାଯାଇଛି। ସେହିପରି ରବିବାର ମଧ୍ୟ ଯାଞ୍ଚ ହେବ। ପର୍ଯ୍ୟଟକମାନଙ୍କଠାରୁ ଯେପରି କୌଣସି ଡଙ୍ଗା ମାଲିକ ଅଧିକ ଟଙ୍କା ନ ନିଅନ୍ତି ସେଥିପ୍ରତି କଡ଼ା ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri