ଆସିବ ନୂଆ ଯୋଜନା: ସୁପର ମାର୍କେଟରେ ମିଳିବ ତେଲ

ନୂଆଦିଲ୍ଲୀ,୧୯-୬- କେନ୍ଦ୍ରର ମୋଦି ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ରୁତଗତିରେ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି କରିବା ଲାଗି ଆଉ ପେଟ୍ରୋଲ ପମ୍ପରେ ଚକ୍କର କାଟିବାକୁ ପଡିବ ନାହିଁ। ଗ୍ରାହକଙ୍କୁ ସୁପର ମାର୍କେଟରେ ହିଁ ତେଲ ମିଳିଯିବ।
ମିଡିଆ ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଏକ କ୍ୟାବିନେଟ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ତଦନୁଯାୟୀ, ରିଟେଲ ଦୋକାନରେ କାରବାର କରିବାକୁ ବଡ଼ ବଡ଼ କମ୍ପାନୀଙ୍କୁ ସୁଯୋଗ ମିଳିଯିବ। ବର୍ତ୍ତମାନ ନିୟମ ଅନୁଯାୟୀ, ତେଲର ଖୁଚୁରା ବ୍ୟବସାୟ କରିବାକୁ ହେଲେ କମ୍ପାନୀଙ୍କ ନିକଟରେ ଘରୋଇ ବଜାରରେ ଢାଞ୍ଚାଗତ ନିବେଶ ଲାଗି ୨୦୦୦ କୋଟି ଟଙ୍କା ରହିଥିବା ଆବଶ୍ୟକ। ସେହିପରି ୩୦ ଲକ୍ଷ ଟନ ତେଲ କିଣିବା ଲାଗି ଆବଶ୍ୟକ ରାଶି ସମାନ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ହେବ। ତେବେ ସରକାର ଏହି ନିୟମକୁ ଅଧିକ କୋହଳ କରିବାକୁ ଯାଉଛନ୍ତି। ସରକାରୀ ସ୍ତରରେ ଚୂଡାନ୍ତ ନିଷ୍ପତ୍ତି ନିଆଗଲେ, ଫ୍ୟୁଚର ଗ୍ରୁପ୍‌, ଓ୍ବାଲମାର୍ଟ ଭଳି ମଲ୍ଟି ବ୍ରାଣ୍ଡ ରିଟେଲ କମ୍ପାନୀ ପେଟ୍ରୋଲ ଓ ଡିଜେଲ ବିକିବେ। ସୂଚନାଯୋଗ୍ୟ ଯେ, ତେଲର ରିଟେଲ ବିକ୍ରିକୁ ନେଇ ନିୟମରେ ସଂଶୋଧନ କରିବା ଲାଗି ପରାମର୍ଶ ଦେବା ଉଦ୍ଦେଶ୍ୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଗତବର୍ଷ ଅକ୍ଟୋବରରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା। ତେଲର ରିଟେଲ ମାର୍କେଟରେ ପ୍ରତିଯୋଗିତା ବଢ଼ାଇବା ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିପାଇଁ କମିଟି ସୁପାରିସ କରିବେ। ଏହି କମିଟିରେ ପୂର୍ବତନ ପେଟ୍ରୋଲିୟମ ସଚିବ ଜି.ସି.ଚତୁର୍ବେଦୀ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଜିନ୍ଦଲ, ଅର୍ଥନୀତିଜ୍ଞ କିରୀଟ ପାରିଖ ଏବଂ ଏମ.ଏ. ପ୍ରଧାନ ସାମିଲ ହୋଇଛନ୍ତି। ନିୟମ କୋହଳ ହେଲେ ସୌଦି ଆରାମକୋ ଭଳି ବିଶ୍ୱସ୍ତରର ତେଲ କମ୍ପାନୀ ଭାରତରେ ତେଲ ରିଟେଲ କାରବାରେ ପ୍ରବେଶ କରିବାକୁ ସୁଯୋଗ ପାଇବେ। ପୂର୍ବରୁ ଏହା ଭାରତର ତେଲର ରିଟେଲ ସେକ୍ଟରରେ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରିସାରିଛି। ବ୍ରିଟେନ ଭଳି ଦେଶରେ ଏଭଳି ପ୍ରୟୋଗ ସଫଳ ହୋଇଛି। ସେଠାରୁ ହିଁ କେନ୍ଦ୍ର ସରକାର ଏହି ଆଇଡିଆ ପାଇଛନ୍ତି। ବ୍ରିଟେନର ପେଟ୍ରୋଲ ରିଟେଲର୍ସ ଆସୋସିଏଶନର ଅନୁମାନ ଅନୁଯାୟୀ, ଏପ୍ରିଲରେ ଦେଶରେ ବିକ୍ରି ହୋଇଥିବା ମୋଟ ପେଟ୍ରୋଲ ମଧ୍ୟରୁ କେବଳ ସୁପର ମାର୍କେଟରେ ହିଁ ୪୯ ପ୍ରତିଶତ ବିକ୍ରି ହୋଇଛି। ସେହିପରି ୪୩ ପ୍ରତିଶତ ଡିଜେଲ ବିକ୍ରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri