Posted inରାଜ୍ୟ

ଆସିପାରେ ଆଉ ଏକ ବାତ୍ୟା: ୮ରେ ଲଘୁଚାପ

ଭୁବନେଶ୍ୱର,୭।୬(ବ୍ୟୁରୋ): ବାତ୍ୟା ‘ଅମ୍ଫନ’ର କ୍ଷତ ଭରି ନ ଥିବା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିବା ପରିସ୍ଥିତି ଉପୁଜିଲାଣି। କେନ୍ଦ୍ରୀୟ ବଙ୍ଗୋପସାଗର ମ୍ୟାନ୍‌ମାର ଉପକୂଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ କ୍ଷେତ୍ର ଓ ଏହାର ଆଖପାଖରେ ବାୟୁର ଗତି ଶନିବାର ଆହୁରି ଧିମା ହୋଇଯାଇଛି। ଘଣ୍ଟା ପ୍ରତି ବେଗ ୪ରୁ ୫ କି.ମି. ରହିଛି। ଏଥିସହିତ ସମ୍ପୃକ୍ତ ଅଞ୍ଚଳରେ ବାୟୁମଣ୍ଡଳୀୟ ଚାପ ମଧ୍ୟ ହ୍ରାସ ପାଉଛି। ଏ ସବୁ ଲକ୍ଷଣ ଆଉ ଏକ ବାତ୍ୟା ସମ୍ଭାବନାକୁ ଖୋରାକ ଯୋଗାଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ ଅନୁଯାୟୀ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ(ଡିପ୍ରେଶନ)ରେ ପରିଣତ ହେବା ସମ୍ଭାବନା ରହିଛି। ଆଇଏମ୍‌ଡିର ଟ୍ରପିକାଲ୍‌ ବାତ୍ୟା ବୁଲେଟିନ୍‌ କହୁଛି ଯେ, ଅବପାତ ହେଉଛି ବାତ୍ୟାର ଅଷ୍ଟମ ସ୍ତର। ଯଦି ଏହା ଚତୁର୍ଥ ସ୍ତରକୁ ଯିବ ତେବେ ତାହା ବାତ୍ୟା ଆକାରରେ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ଅଞ୍ଚଳରେ ବାୟୁର ବେଗ ହ୍ରାସ ପାଇବା ବାତ୍ୟା ସୃଷ୍ଟି ହେବା ନେଇ ସଙ୍କେତ ଦେଉଛି। ଯଦି ଏହି ଲଘୁଚାପ ବାତ୍ୟାରେ ରୂପାନ୍ତରିତ ହୁଏ ତେବେ ତାହାର ନାମ ‘ଗତି’ ରଖାଯିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ଏବେ ସୁଦ୍ଧା ଆଇଏମ୍‌ଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି ଯେ, ଶନିବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କି.ମି. ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ସୋମବାର ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବହୁତ ବଢ଼ିଯିବ। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହି ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀକୁ ରାଜ୍ୟକୁ ବାଟ କଢ଼େଇବାରେ ସହାୟକ ହେବ। ଜୁନ୍‌ ୧୦ରେ ମୌସୁମୀ ପୁରୀ ଓ ଜଗତ୍‌ସିଂହପୁର ଜିଲା ଦେଇ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି ବୋଲି ବିଶ୍ୱାସ କହିଛନ୍ତି। ଆସନ୍ତା ଦୁଇଦିନ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦିନରେ ତାତି ବଢିବା ସାଙ୍ଗକୁ ଅପରାହ୍ନରେ କିମ୍ବା ରାତିରେ କେତେକ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଗଞ୍ଜାମ, ଗଜପତି, ବଲାଙ୍ଗୀର, ସୁବର୍ଣ୍ଣପୁର, ବାୈଦ୍ଧ ଏବଂ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ ଜୁନ ସୁଦ୍ଧା ଭାରତରେ ଦୁଇଟି ବାତ୍ୟା ମାଡ଼ ହୋଇ ସାରିଲାଣି। ମେ ୨୦ରେ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ ପଶ୍ଚିମବଙ୍ଗକୁ ଧକ୍କା ଦେଇଥିବା ବେଳେ ଅନ୍ୟ ଏକ ବାତ୍ୟା ‘ନିସର୍ଗ’ ଜୁନ୍‌ ୩ରେ ମହାରାଷ୍ଟ୍ର ଉପକୂଳକୁ ଧକ୍କା ଦେଇଛି। ମୌସୁମୀ ସମୟ ହୋଇଥିବାରୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ବାତ୍ୟାର ଭୟ ସେତେଟା ନ ଥାଏ। ସେପ୍ଟେମ୍ବର ଏବଂ ଅକ୍ଟୋବର ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା କେତେକ ବାତ୍ୟା ଉପକୂଳ ମୁହଁା ହୋଇଥାନ୍ତି। ତେବେ ଗତ କିଛିବର୍ଷ ହେବ ଜଳବାୟୁ ପରିବର୍ତ୍ତନ କାରଣରୁ ମେ ଓ ଜୁନ୍‌ରେ ଓଡ଼ିଶାକୁ ବାତ୍ୟାର ଭୟ ରହୁଛି। ୨୦୧୯ ମେ ୩ ରେ ବାତ୍ୟା ‘ଫନୀ’ ଓଡ଼ିଶା ଉପକୂଳରେ ତାଣ୍ଡବ ରଚାଇଥିବା ବେଳେ ୨୦୨୦ ମେ ୨୦ରେ ବାତ୍ୟା ଅମ୍ଫନ ଉପକୂଳବର୍ତ୍ତୀ ଜିଲାକୁ ଦୋହଲାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଯାଏ ବର୍ଷା, ଆଜି ୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୫ା୭(ବନ୍ଦନା ସେଠୀ):ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ…

ସରକାରଙ୍କ ଉପରେ ବଢୁଛି ଚାପ: ଏବେ କ’ଣ କରିବେ ମୋଦି

ନୂଆଦିଲ୍ଲୀ,୨୫ା୭(ପି.ଟି./ଏଜେନ୍ସି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ସରକାରଙ୍କ ଉପରେ ବଡ଼ ଚାପ ସୃଷ୍ଟି କରିଛି। ଶୁକ୍ରବାର ସରକାର ଓ…

ଶତାବ୍ଦୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର; ସ୍ତ୍ରୀଙ୍କୁ ଏତେ କୋଟି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ସିଓଲ,୨୫।୭: ଦକ୍ଷିଣ କୋରିଆର ଜଣାଶୁଣା ‘ଏସକେ ଗ୍ରୁପ’ର କୋଟିପତି ଚେୟାରମାନ ଚେ ତେ-ଓ୍ବନ ତାଙ୍କ ପୂର୍ବତନ ସ୍ତ୍ରୀ ରୋ ସୋ-ୟଙ୍ଗଙ୍କୁ ୯୪୪ ବିଲିୟନ ଓ୍ବନ୍‌ ପ୍ରାୟ ୬୪୦…

CJPର ନୂଆ ରଣନୀତି! ପୋଲିସ ଚିହ୍ନଟ ପାଇଁ ଆଣୁଛି….

ନୂଆଦିଲ୍ଲୀ,୨୫।୭(ପି.ଟି.): ଗତ ଜୁଲାଇ ୨୦ ‘ଚଲୋ ସଂସଦ’ ରାଲି ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ପୋଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରିବା ପାଇଁ ‘କକ୍‌ରୋଚ୍‌…

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri