ଆସନ୍ତାବର୍ଷ ଫେବୃୟାରୀରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୯-୭: ଆସନ୍ତାବର୍ଷ ଫେବୃୟାରୀ ୧୧ରୁ ତିନିଦିନ ଧରି ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି କରାଯିବ ବୋଲି ବ୍ରିଟେନ ହାଇକୋର୍ଟ ପକ୍ଷରୁ ଗୁରୁବାର ପ୍ରକାଶ କରାଯାଇଛି। ଏଥିପୂର୍ବରୁ ଚଳିତ ମାସ ୨ରେ ଲଣ୍ଡନ ହାଇକୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ବିରୋଧରେ ଆଗତ ଅପିଲକୁ ଗ୍ରହଣ କରି ସମ୍ପୂର୍ଣ୍ଣ ଶୁଣାଣି ପାଇଁ ଅନୁମତି ଦେଇଛନ୍ତି। ହାଇକୋର୍ଟରୁ ମାଲ୍ୟାଙ୍କୁ ଆଶ୍ୱସ୍ତି ମିଳି ନ ଥିଲେ ତାଙ୍କୁ ତୁରନ୍ତ ଭାରତକୁ ପ୍ରତ୍ୟର୍ପଣ କରାଯାଇଥାନ୍ତା। କିଙ୍ଗଫିଶର ଏୟାରଲାଇନ୍ସର ପ୍ରମୋଟରଙ୍କୁ ପୂର୍ବରୁ ପଳାତକ ଆର୍ଥିକ ଅପରାଧି ଭାବେ ଘୋଷଣା କରାଯାଇସାରିଛି। ମାଲ୍ୟା ମଧ୍ୟ ଏହାକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଅପିଲ କରିଛନ୍ତି, ଯାହାର ଶୁଣାଣି ଆରମ୍ଭ ହୋଇଛି। ସୂଚନାଥାଉ କି, ଭାରତର ଏକାଧିକ ବ୍ୟାଙ୍କରୁ ପ୍ରାୟ ୯ହଜାର କୋଟି ଟଙ୍କା ନେଇ ମାଲ୍ୟା ବ୍ରିଟେନ ପଳାଇଥିଲେ। ତାଙ୍କ ବିରୋଧରେ ମନିଲଣ୍ଡରିଂ ଅଭିଯୋଗ ହୋଇଛି। ଓ୍ବେଷ୍ଟ ମିନିଷ୍ଟର କୋର୍ଟଙ୍କ ରାୟକ୍ରମେ ବ୍ରିଟେନ ଗୃହସଚିବ ସାଜିଦ ଜାଭିଦ୍‌ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ବନ୍ଦ ହୋଇଯାଇଥିବା କିଙ୍ଗଫିଶର ଏୟାରଲାଇନ୍ସର ବକେୟା ଋଣ ବାବଦ ଅର୍ଥକୁ ୧୦୦ ପ୍ରତିଶତ ଫେରାଇ ଦେବା ଲାଗି ମାଲ୍ୟା ରାଜି ଥିବା ବାରମ୍ବାର ସୋସିଆଲ ମିଡିଆ ଜରିଆରେ ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri