ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ବୃଦ୍ଧ ମୃତ

ର୍ତିତ୍ତୋଲ,୨୦ା୫(ଡି.ଏନ.ଏ.): ବାତ୍ୟା ସମୟରେ ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଧୀନ ମାଣତିରି ଗ୍ରାମର ସିନ୍ଧୁ ସାମଲ(୭୫)। ବୁଧବାର ବାତ୍ୟା ସମୟରେ ସେ ତାଙ୍କ କଚ୍ଚାଘରୁ ପାଖରେ ଥିବା ଅନ୍ୟ ଜଣଙ୍କ କୋଠାଘରକୁ ଆଶ୍ରୟ ନିମନ୍ତେ ଯାଉଥିଲେ। ତେବେ ହଠାତ୍‌ ପଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାରକରି ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ସମ୍ପର୍କରେ ତହସିଲଦାର ସୁଜାତା ପାତ୍ର କହିଛନ୍ତି, ସେ ଏକଥା ଜାଣିବା ପରେ ସମ୍ପୃକ୍ତ ଅଞ୍ଚଳର ଆର୍‌ଆଇଙ୍କୁ ତଦନ୍ତ ନିମନ୍ତେ ପଠାଇଥିଲେ। ଆରଆଇଙ୍କ ତଦନ୍ତ ରିପୋର୍ଟ ଓ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ପରେ ଯାହାକିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଭତ୍ତାରୁ ବଞ୍ଚତ୍ତ ଜଗବନ୍ଧୁ

ବନ୍ତ, ୨୪।୬ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଗରିବ ବୃଦ୍ଧାବୃଦ୍ଧ, ବିଧବାମାନଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟରେ ଭତ୍ତା ପ୍ରଦାନର ସୁବିଧା କରିଛନ୍ତି।...

ଝାରସୁଗୁଡ଼ାରେ ନବ ଦାସଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୩୦ା୧: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମରଶରୀର ସୋମବାର ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଣାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା...

ବିପଦ ଆଶଙ୍କା: ଟ୍ରେନ ଯାଉଛି, ଲେଭଲ କ୍ରସିଂ ଗେଟ ପଡୁନି

କାଶୀନଗର, ୧୮।୪(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ଏନଏସିର ପଟେଲରୋଡରେ ଏକ ଲେଭଲ କ୍ରସିଂ ରହିଛି। ଏହି ଲେଭଲ କ୍ରସିଂ ଦେଇ ଦିନକୁ ୭ଥର ଟ୍ରେନ ଯିବା ଆସିବା...

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ସଇଁତଲା,୨୬।୨: ବଲାଙ୍ଗୀର ଜିଲା ସଇଁତଲା ବ୍ଳକ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜଣେ ସୁରକ୍ଷା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ସର୍ଭିସ ବନ୍ଧୁକରୁ...

କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ...

ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ଶେଷ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାପ୍ରଭୁ। ଭକ୍ତଶୂନ୍ୟ ବାହାଡ଼ାଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଅନୁଷ୍ଠିତ ହୋଇଥିଲା।...

୨ ସୁନା ବେପାରୀ, ୬ ଡକାୟତ ଗିରଫ

ନୟାଗଡ଼ ଅଫିସ,୨୪ା୧୦: ନୟାଗଡ଼ ଟାଉନ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ସୁନା ବେପାରୀ ଓ ୬ ଡକାୟତଙ୍କୁ ଗିରଫ...

କଳା କାହାଣୀକୁ ଝୁରୁଛନ୍ତି ବରୀବାସୀ

ବରୀ,୧୧ା୮(ଡି.ଏନ.ଏ.): ସେଦିନ ଥିଲା ୧୯୪୨ ଅଗଷ୍ଟ ୨୬ ତାରିଖ। ଗହ୍ମା ପୂନେଇଁ ଜହ୍ନ ଉଠିବା ପୂର୍ବରୁ ରକ୍ତରେ ଭିଜି ଯାଇଥିଲା ବରୀ ବ୍ଲକ ଅଞ୍ଚଳର କଳାମାଟିଆ,...

Advertisement
Archives

Model This Week