Posted inଖେଳ

ଆଶେସ: ରୋରିଙ୍କ ଶତକ

ବର୍ମିଂହାମ,୩।୮(ପି.ଟି.)- ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ୍‌ ଟେଷ୍ଟରେ ଘରୋଇ ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ଖାଇବା ସତ୍ତ୍ୱେ ଭଲ ପ୍ରଦର୍ଶନ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଇନିଂସରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୧୪୪ ରନର ଶତକୀୟ ପାଳି ବଳରେ ୮୦.୪ ଓଭରରେ ୨୮୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଓପନର ରୋରି ବନର୍‌ସଙ୍କ ଅପରାଜିତ ଶତକ ସହାୟତାରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୪ ଉଇକେଟ ହରାଇ ୨୬୭ ରନ ସଂଗ୍ରହ କରିଛି। ଫଳରେ ୬ ଉଇକେଟ ହାତରେ ରଖି ଇଂଲଣ୍ଡ ଏବେ ମାତ୍ର ୧୭ ରନ ପଛରେ ପଡିଛି। ଇଂଲଣ୍ଡ ଏବେ ବୃହତ୍‌ ଅଗ୍ରଣୀ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରୋରି ୧୨୫ (୨୮୨ ବଲ, ୧୬ ଚୌକା) ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ସେହିପରି ବେନ୍‌ ଷ୍ଟୋକ୍ସ ୩୮ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୦/୦ରୁ ଇଂଲଣ୍ଡ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ରୋରି ୪ ରନରୁ ଇନିଂସ ଆରମ୍ଭ କରି ଶତକ ହାସଲ କରିଛନ୍ତି। ସେହିପରି ଜାସନ ରୟ ୬ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୪ ରନ ଅଧିକ କରିବା ସହ ୧୦ ରନ କରି ଜେମ୍ସ ପାଟିନସନଙ୍କ ବଲ୍‌ରେ ସ୍ମିଥ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଜୋ ରୁଟ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି କ୍ରିଜ୍‌ରେ ଜମି ଆସୁଥିବା ବେଳେ ପିଟର ସିଡଲଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଏହାପରେ ୧୮ ରନ କରିଥିବା ବେଳେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଜୋ ଡେନ୍‌ଲି ଜେମ୍ସ ପାଟିନସନଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ଆଉଟ ହୋଇଥିଲେ। ଏହା ପରେପରେ ବ୍ୟାଟିଂ କରିବାକୁ ଅସିଥିବାର ଜୋ ବଟଲର ମାତ୍ର ୫ ରନ କରିଥିବା ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ କାମେରୋନ ବ୍ୟାଙ୍କ୍ରଫ୍ଟଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ପାଟିନସନ ୨, କୁମିନ୍ସ ଓ ସିଡଲ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ସ୍ମିଥ୍‌ ୧୪୪ରନର ଶତକୀୟ ପାଳି ଖେଳିଥିବା ବେଳେ ସିଡଲ ୪୪, ଟ୍ରାଭିସ୍‌ ହେଡ ୩୫, ଉସ୍‌ମାନ ଖ୍ବାଜା ୧୩ ରନ କରି ଆଉଟ ହୋଇଥିଲେ। ନାଥନ ଲିୟନ ୧୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ ସର୍ବାଧିକ ୫, ଓ୍ବକ୍ସ ୩, ଷ୍ଟୋକ୍ସ ଓ ମୋଇନ ଅଲି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୮୦.୪ ଓଭରରେ ୨୮୪ ଅଲଆଉଟ୍‌।
(ସ୍ମିଥ୍‌- ୧୪୪, ସିଡଲ- ୪୪, ବ୍ରଡ- ୫/୮୬, ଓ୍ବକ୍ସ- ୩/୫୮)।
ଇଂଲଣ୍ଡ ପ୍ରଥମ ଇନିଂସ- ୯୦ ଓଭରରେ ୨୬୭/୪
(ରୋରି- ୧୨୫*, ଷ୍ଟୋକ୍ସ- ୩୮*, ରୁଟ୍‌- ୫୭, ପାଟିନସନ- ୨/୫୪)


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାଞ୍ଚତ୍,୧୯ା୨:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଟ୍ରମ୍ପଙ୍କ ବଡ଼ ପ୍ଲାନ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା

ଆମେରିକା,୧୯ା୨: ଗତ କିଛି ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଜାରି ରହିଛି । ଏହି ଆଲୋଚନାରେ ଉଭୟ ଦେଶର…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri