ଆଶାୟୀଙ୍କ ଆମରଣ ଅନଶନ: ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବାରିପଦା ଅଫିସ,୨୮ା୫- କୋଭିଡ୍‌-୧୯ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ମଲ୍ଟି ପ୍ରପୋଜ ହେଲଥ୍‌ ୱାର୍କର ( ସ୍ବାସ୍ଥ୍ୟ କର୍ମୀ) ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବୁଧବାର ଆଶାୟୀ ପ୍ରାର୍ଥୀନୀମାନେ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିଲେ। ଅପରାହ୍ନ ୨ଟା ୩୦ ସମୟରେ ସିଡିଏମ୍‌ଓ ଡା. ରୂପଭାନୁ ମିଶ୍ର ଧାରଣାସ୍ଥଳକୁ ଆସି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ, କରୋନା ମହାମାରୀ ପରିଚାଳନା ପାଇଁ ଜିଲାରେ ସ୍ବାସ୍ଥ୍ୟକର୍ମୀ (ମହିଳା) ୧୬୫ଟି ପୋଷ୍ଟ ନିମନ୍ତେ ବିଜ୍ଞାପନ ବାହାରିଥିଲା। ଅନ୍ୟ ଜିଲାଗୁଡ଼ିକରେ ନିଯୁକ୍ତି ଦିଆଯିବାର ବହୁ ବିଳମ୍ବରେ ମୟୂରଭଞ୍ଜ ଜିଲାରେ ନିଯୁକ୍ତି ଦିଆଯାଇଥିଲା। ୧୬୫ଟି ପୋଷ୍ଟ ମଧ୍ୟରୁ ୧୦୭ଟି ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେହିଭଳି କେଉଁ ନିୟମରେ ସେମାନଙ୍କୁ ନିଯୁକ୍ତି ଦିଆଗଲା ସେ ନେଇ ମଧ୍ୟ ଜିଲା ୱେବସାଇଟରେ କୌଣସି ତଥ୍ୟ ପ୍ରକାଶ ପାଇଲା ନାହିଁ। ଅନ୍ୟ ଜିଲାର ୱେବସାଇଟରେ ସମସ୍ତ ତଥ୍ୟ ପ୍ରକାଶ କରାଯାଉଥିବା ବେଳେ କାହିଁକି ମୟୂରଭଞ୍ଜ ଜିଲା ୱେବସାଇଟରେ ଏ ନେଇ ତଥ୍ୟ ରଖାଗଲା ନାହିଁ ସେ ନେଇ ଆଶାୟୀମାନେ ପ୍ରଶ୍ନ କରିଛନ୍ତି। ଖାଲି ପଡ଼ିଥିବା ୫୯ଟି ପଦବୀ ପାଇଁ ଦ୍ୱିତୀୟ ପ୍ରର୍ଯ୍ୟାୟ ଚୟନ ପ୍ରକ୍ରିୟା ଲାଗି ଆଶାୟୀ ପ୍ରାର୍ଥୀନୀମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପରେ ଆଶାୟୀମାନେ ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଜିଲାପାଳଙ୍କୁ ଦେଖା କରି ପାରି ନ ଥିଲେ। ଗତ ୨୫ ତାରିଖରେ ଜିଲାପାଳଙ୍କୁ ଟ୍ରେଣ୍ଡ୍‌ ଅନଏମ୍ପ୍ଲୋଇଏଡ଼ ୟୂଥ୍‌ ୱେଲଫେୟାର ଟ୍ରଷ୍ଟ ମିଳିତ ମହାସଂଘ ପକ୍ଷରୁ ଏହାର ସମାଧାନ କରିବା ପାଇଁ ଦାବିପତ୍ର ଦିଆଯାଇଥିଲା। ଏହାର କୌଣସି ସମାଧାନ ନ ହେବାରୁ ବୁଧବାର ଟ୍ରେଣ୍ଡ୍‌ ଅନଏମ୍ପ୍ଲୋଇଏଡ଼ ୟୂଥ୍‌ ୱେଲଫେୟାର ଟ୍ରଷ୍ଟ ମିଳିତ ମହାସଂଘର ସଭାପତି ପ୍ରାର୍ଥସାରଥୀ ଜେନାଙ୍କ ନେତୃତ୍ୱରେ ୩୦ ଜଣ ଆଶାୟୀ ପ୍ରାର୍ଥତ୍ନୀ ପୂର୍ବାହ୍ନ ୧୦ଟାରୁ ଆମରଣ ଅନଶନରେ ବସିଥିଲେ। ସିଡିଏମ୍‌ଓ ଡା.ମିଶ୍ର ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri