ଆଶାରେ ଶିବ୍‌

ସଦାଶିବ ନାୟକ ଓରଫ ଶିବ୍‌। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍‌ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ରେ ତାଙ୍କୁ ଜଣେ ବକ୍ସର ଭୂମିକା (ମ୍ୟାକ୍‌)ରେ ଦର୍ଶକ ଦେଖିବାକୁ ପାଇବେ। ଏ ସମ୍ପର୍କରେ ଶିବ୍‌ କହନ୍ତି, ‘ଯେତେବେଳେ ମୋତେ ଏହି ରୋଲ୍‌ ବିଷୟରେ ଫିଲ୍ମର ନିର୍ଦ୍ଦେଶକ ସରୋଜକାନ୍ତ ସୂଚନା ଦେଲେ ସେତେବେଳେ ମୁଁ ବେଶ୍‌ ଉତ୍ସାହିତ ହୋଇପଡିଥିଲି। ଏହି ରୋଲ୍‌ ପାଇଁ ମୋତେ ସିକ୍ସ ପ୍ୟାକ୍‌ ବଡି କରିବାକୁ ପଡ଼ିଥିଲା। ଏହାର କାହାଣୀ ମୋତେ ବେଶ୍‌ ପ୍ରଭାବିତ କରିଛି। ଆଶା ରଖିଛି, ଦର୍ଶକ ଫିଲ୍ମଟିକୁ ନିଶ୍ଚୟ ଗ୍ରହଣ କରିବେ। ମୁଁ ଜାଣିଛି ଅଭିନୟରେ ଦର୍ଶକଙ୍କ ମନ ଜିଣିବା ଏତେ ସହଜ ନୁହେଁ। ହେଲେ ନିଜ ଉପରେ ବିଶ୍ୱାସ ରହିଛି। ଏହି ଫିଲ୍ମଟି ମୋ କ୍ୟାରିୟର ପାଇଁ ମାଇଲଷ୍ଟୋନ୍‌ ସାବ୍ୟସ୍ତ ହେବ ବୋଲି ଆଶା ରଖିଛି।’ ଓଡ଼ିଆ ସିନେମାରେ ଅଭିନୟକୁ କ୍ୟାରିୟର କରିବାକୁ ଆଗେଇ ଆସିଥିବା ଶିବ୍‌ ଜଣେ ମଞ୍ଚ ଅଭିନେତା। ତେବେ ବଡ଼ ପରଦାରେ ଶିବ୍‌ କେତେ କମାଲ କରୁଛନ୍ତି ତାହା ଫିଲ୍ମଟି ରିଲିଜ ହେବା ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି...

୧୨ ବର୍ଷରେ ପଦାର୍ପଣ କରିଛନ୍ତି ବଜରଙ୍ଗି ଭାଇଜାନର ଶିଶୁ କଳାକାର ହର୍ଷାଳି

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ୨୦୧୫ ମସିହାରେ ସୁପହିଟ୍‌ ହୋଇଥିଲା। ବିଶେଷକରି ଏଥିରେ ମୁନ୍ନି ଭୂମିକାରେ ଅଭିନୟ କରିଥିବା ହର୍ଷାଳି ମାଲହୋତ୍ରା ସେତେବେଳେ...

ଦେଢ ବର୍ଷ ବୟସରେ ଯୋଗ କଲେ ତୈମୁରଙ୍କ ଭଉଣୀ

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କର କ୍ରେଜ୍‌ ଟିକେ ଅଲଗା। ବିଶେଷ କରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମାନଙ୍କ ଫଟୋ ଦେଖିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ।...

ବଦଳିବେ ‘କସୌଟି ଜିନ୍ଦେଗୀର ଖଳନାୟିକା, ଆମନା ହେବେ ନୂଆ କୋମଲିକା

ମୁମ୍ବାଇ: ବଦଳିବେ ଲୋକପ୍ରିୟ ଟେଲି ଧାରାବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଖଳନାୟିକା। ପୂର୍ବରୁ କୋମଲିକା ଚରିତ୍ରରେ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ...

ସାମ୍ନାକୁ ଆସିଲା ସଲମାନଙ୍କ ଭାଣିଜୀ ଅୟାତଙ୍କ ପ୍ରଥମ ଫଟୋ

ମୁମ୍ବାଇ: ଭାଇ ଉଉଣୀଙ୍କ ଭଲପାଇବାର କାହାଣୀ ଅନେକ ଥର ଶୁଣିଥିବେ ଓ ଦେଖିଥିବେ ମଧ୍ୟ। କିନ୍ତୁ ବଲିଉଡ୍‌ର ଭାଇଜାନ କୁହାଯାଉଥିବା ସଲମାନ ଖାଁ ଓ ଭଉଣୀ...

ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ...

ଛୂୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସୁସ୍ମିତା ସେନ୍‌ ଏବେ ବିଦେଶରେ ଛୁଟି କଟାଉଥିବା ଜଣାପଡିଛି। ମାଲଦ୍ୱୀପରେ ସେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଶଲଙ୍କ ସହ ହାପି...

‘ଲଗାନ୍‌’ ଶୁଟିଂ ସେଟ୍‌ରେ କିରଣଙ୍କୁ ଭେଟିଥିଲେ ଆମିର

ବମ୍ବେ: ସୁପରହିଟ୍‌ ବଲିଉଡ୍‌ ଫିଲ୍ମ ‘ଲଗାନ୍‌’ରୁ ନିର୍ଦ୍ଦେଶନା ଦେଇଥିଲେ ଆମିର ଖାଁଙ୍କ ସ୍ତ୍ରୀ କିରଣ ରାଓ। ସହ ନିର୍ଦ୍ଦେଶିକା ଭାବେ ଏଥିରେ କାମ କରିଥିଲେ ସୁଦ୍ଧା...

Coronavirus Update


Archives

Model This Week

Why Dharitri