ଆଲିଆଙ୍କ ନୂଆ ଫଟୋଶୁଟ୍‌, ପ୍ରଶଂସକ କହିଲେ- ଦୀପିକାଙ୍କ ଭଳି ଲାଗୁଛ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ-ଦୀପିକା ପାଦୁକୋନଙ୍କ ମଧ୍ୟରେ ଭିନ୍ନ ସମ୍ପର୍କ। ଗୋଟିଏ ପଟେ ଉଭୟ ଭଲ ବନ୍ଧୁ ହୋଇଥିବା ବେଳେ ଅପରପକ୍ଷେ ଦୀପିକାଙ୍କ ପୂର୍ବତନ ପ୍ରେମିକ ରଣବିର କପୁରଙ୍କୁ ଭଲ ପାଉଛନ୍ତି ଆଲିଆ। ହେଲେ ଏହାକୁ ନେଇ ସମ୍ପର୍କ ଖଟା ହୋଇନାହିଁ। କେହି ଏ ନେଇ ପଚାରିଦେଲେ ଉଭୟେ କଥାକୁ ଆଡେଇ ନ ଯାଇ ବରଂ ସାମ୍ନା କରନ୍ତି। ଦୀପିକା ମଧ୍ୟ ରଣବିରଙ୍କ ସହ ଫିଲ୍ମ କରିବେ ବୋଲି କହିଛନ୍ତି। ଏବେ ଆଲିଆ କୁଆଡେ ଦୀପିକାଙ୍କ ଭଳି ଦେଖାଯାଉଥିବା ପ୍ରଶଂସକମାନେ କହିବା ଆରମ୍ଭ କଲେଣି। ଭାବୁଥିବେ ଏମିତି କାହିଁକି। କାରଣଟି ହେଉଛି ଆଲିଆଙ୍କ କିଛି ଫଟୋ। ସବ୍ୟସାଚୀଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ଆଲିଆ ସବୁଜ ରଙ୍ଗ ପୋଷାକ ପିନ୍ଧିଥିବା କିଛି ଫଟୋ ଶେୟାର କରାଯାଇଛି। ଫଟୋଗୁଡ଼ିକରେ ପାରମ୍ପରିକ ପୋଷାକ ସାଙ୍ଗକୁ କମ୍‌ ମେକ୍‌ଅପ୍‌ ଏବଂ କାନରେ ଷ୍ଟାଇଲିସ୍‌ ଝୁମକା ଲଗାଇଛନ୍ତି ଆଲିଆ। ଏହି ଦେଶୀ ଲୁକ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଦୀପିକାଙ୍କ ଭଳି ଦେଖାଯାଉଛନ୍ତି ବୋଲି ଅନେକେ କହିଛନ୍ତି। ଆଉ ଜଣେ ପ୍ରଶଂସକ କହିଛନ୍ତି, ଆଲିଆ ଜଣେ ବବ୍‌ଲି, ଚୁଲବୁଲି ଝିଅ। ତାଙ୍କୁ ସେମିତି ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି।...

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ...

ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟିଙ୍କ ପରଲୋକ

ମୁମ୍ବାଇ,୧।୧୨: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟି କାପାଡିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ...

ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି..

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

ରୋମାନିୟା ନୁହେଁ ମୁମ୍ବାଇରେ ହେବ ‘ସଡ଼କ ୨’ର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ୍‌ ଭଟ୍ଟ ବେଶ୍‌ କିଛି ସମୟ ପରେ ପୁଣି ଥରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଯେଉଁଥିରେ ‘କଳଙ୍କ’ର ଯୋଡି ସିଦ୍ଧାର୍ଥ ରୟ...

ଲିପ୍‌ ବାମ୍‌, ଫେସ୍‌ଓ୍ବାଶ ଓ ପରିଣିତି

ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ।...

ସଲମାନ୍‌, ଅମୀରଙ୍କୁ କେବେ ପ୍ରଶଂସା କରନ୍ତିନି ଏହି ପ୍ରଯୋଜକ

ନିଜର ଦମ୍‌ଦାର ଅଭିନୟ ପାଇଁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଖବର ବଲିଉଡ୍‌ ସହିତ ସମଗ୍ର...

ଏୟାର ପୋର୍ଟରେ ମେକ୍‌ଅପ୍‌ ନେଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଇଛି ସେ ଏକ ବିମାନ ବନ୍ଦରରେ ମେକ୍‌ଅପ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *