ଆର୍ମି ରାଲି ପାଇଁ ଟ୍ରେନ୍‌ରେ ବିନା ଟିକେଟରେ ଆସି ଗଣ୍ଡଗୋଳ : ସଂରକ୍ଷିତ ଯାତ୍ରୀଙ୍କୁ ହଇରାଣ, ମହିଳାଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ ପଡିଆରେ ସୋମବାର ଆର୍ମି ନିଯୁକ୍ତି ରାଲି ହେବ। ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ପିଲାମାନେ ଟ୍ରେନ୍‌ରେ ରାଜଧାନୀକୁ ଆସୁଛନ୍ତି। ତେବେ ଏମାନେ ବିନା ଟିକେଟରେ ଟ୍ରେନ୍‌ରେ ଯାତ୍ରା କରିବା ସହ ମନଇଚ୍ଛା ବଗିରେ ପଶି ଅନ୍ୟ ଯାତ୍ରୀଙ୍କୁ ହଇରାଣ କରୁଛନ୍ତି। ଏପରିକି ସଂରକ୍ଷିତ ଯାତ୍ରୀଙ୍କ ସିଟ୍‌ରେ ବସିବା ସହ ତଳେ ଶୋଉଛନ୍ତି। ଖୁନ୍ଦାଖୁନ୍ଦି ହୋଇ ବସୁଥିବାରୁ ଟିକେଟ କାଟି ଯାତ୍ରା କରୁଥିବା ମହିଳା ଓ ପୁରୁଷ ଯାତ୍ରୀ ଯିବାଆସିବାରେ ଅସୁବିଧା ଭୋଗୁଛନ୍ତି। ପ୍ରତିବାଦ କଲେ ଗଣ୍ଡଗୋଳ କରିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ରବିବାର ନନ୍ଦନକାନନ ଏକ୍ସପ୍ରେସର (୧୨୮୧୬) ଏସ୍‌- ୧୨ ନମ୍ବର ବଗିରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଦିଲ୍ଲୀରୁ ଆସୁଥିବା ୨ ପରିବାରକୁ ଏହି ଯୁବକମାନେ ବିଭିନ୍ନ ପ୍ରକାର ହଇରାଣ କରିଥିଲେ। ପ୍ରତିବାଦ କରିବାରୁ ଗଣ୍ଡଗୋଳ କରିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରିବାରର ସଦସ୍ୟମାନେ ଜିଆର୍‌ପି ଓ ରେଲ୍‌ଓ୍ବେ ଟୋଲ୍‌ ଫ୍ରି ନମ୍ବରକୁ କଲ୍‌ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଆର୍ମି ରାଲିକୁ ଯାଉଥିବା ଶୁଣି ଫୋନ୍‌ ଉଠାଉଥିବା କର୍ମଚାରୀ ଓ ଅଧିକାରୀ ଏଡାଇ ଯାଇଥିଲେ। ଶେଷରେ ଏହି ଦୁଇ ପରିବାର ବାଟସାରା ହଇରାଣ ହୋଇ ଶେଷରେ ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇ ଜିଆର୍‌ପିରେ ଅଭିଯୋଗ କରିଥିଲେ। ପୋଲିସ ୧୬ଜଣ ପିଲାଙ୍କୁ ଥାନାକୁ ନେଇ ପଚରାଉଚରା ପରେ ଶେଷରେ ୪ଜଣ ପିଲାଙ୍କଠାରୁ ଜରିମାନା ଆଦାୟ କରି ଛାଡ଼ି ଦେଇଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରର ବିଶ୍ୱନାଥ ସାହୁ, ସ୍ତ୍ରୀ ବିଜୟାଲକ୍ଷ୍ମୀ ଓ ଝିଅ ମଧୁସ୍ମିତା ଦିଲ୍ଲୀରୁ ନନ୍ଦନକାନନ ଏକ୍ସପ୍ରେସ୍‌ରେ ଆସୁଥିଲେ। ସେହିପରି ସଂଗ୍ରାମ ରାଉତଙ୍କ ପରିବାର ମଧ୍ୟ ସେହି ଟ୍ରେନ୍‌ରେ ଆସୁଥିଲେ। ଆର୍ମି ରାଲି ପାଇଁ ଆଲ୍ଲାହାବାଦ, ମୋଗଲସରାଇ, କାନପୁରରୁ ଶତାଧିକ ଯୁବକ ଟ୍ରେନରେ ଚଢି ମନଇଚ୍ଛା ସଂରକ୍ଷିତ ବଗିରେ ପଶିଥିଲେ। ସେମାନେ ସଂରକ୍ଷିତ ଯାତ୍ରୀଙ୍କ ସିଟ୍‌ରେ ଜବରଦସ୍ତି ବସିବା ସହ ତଳେ ଶୋଇଥିଲେ। ଏପରି କି ଯୁବତୀ ଓ ମହିଳା ଥିଲେ ମଧ୍ୟ ସେମାନଙ୍କ ଅସଭ୍ୟ କଥାବାର୍ତ୍ତା ଓ ବ୍ୟବହାର ସୀମା ଟପିଯାଇଥିଲା। ବିଶ୍ୱନାଥ ଓ ସଂଗ୍ରାମ ଏହାର ପ୍ରତିବାଦ କରିବାରୁ ସେମାନେ ଗଣ୍ଡଗୋଳ କରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନେ ଏପରି ଅବସ୍ଥାରେ ବସିଥିଲେ ଯେ ମହିଳାମାନେ ଶୌଚ କିମ୍ବା ଖାଇବାକୁ ଯାଇପାରି ନ ଥିଲେ। ମୋଗଲସରାଇରେ ବିଶ୍ୱନାଥ ପରିବାର ଓହ୍ଲାଇ ଆର୍‌ପିଏଫ୍‌ରେ ଅଭିଯୋଗ କରିଥିଲେ ମଧ୍ୟ କେହି କିଛି ପଦକ୍ଷେପ ନେଇ ନ ଥିଲେ। ଫଳରେ ଭୁବନେଶ୍ୱର ପର୍ଯ୍ୟନ୍ତ ଟ୍ରେନ୍‌ ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ହରାଇ ଦୁର୍ଦ୍ଦିନରେ କଳାକାର

କଟକ ଅଫିସ, ୨୭ା୬- କରୋନା ମହାମାରୀ ପ୍ରଭାବରେ ସମାଜର ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି କଳାକାର। କଳାକାରଟିଏ ଯେତେ ଦୁଃଖକଷ୍ଟରେ...

ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ମିଳୁନି

ଜଗତ୍‌ସିଂହପୁର ଅଫିସ, ୨୧ା୧୧: କେନ୍ଦ୍ର ହେଉ କି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କିନ୍ତୁ ଏସବୁ ଯୋଜନା ବାଟବଣା ହେଉଛି। ପ୍ରକୃତ...

ସବୁ କରୋନା ଆକ୍ରାନ୍ତ ସୁସ୍ଥ ହେବେ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର, ୭।୪( ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ପାଇଁ ରାଜ୍ୟ ସରକାର ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିିଟାଲ ପ୍ରସ୍ତୁତ କରିଛନ୍ତି। ଏହି ହସ୍ପିଟାଲଗଡ଼ିକରେ କେବଳ କରୋନା...

ମହଙ୍ଗା ପଡ଼ିଲା ତୃତୀୟ ବିବାହ : ବାହାବେଦିରୁ ବରକୁ ଉଠାଇନେଲା ପୋଲିସ

ବାଳକାଟୀ,୧ା୭(ଡି.ଏନ୍‌.ଏ.) : ରାଜଧାନୀ ଉପକଣ୍ଠ ବାଳକାଟୀ ଅଞ୍ଚଳରେ ରବିବାର ତୃତୀୟ ବିବାହ ପାଇଁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ହିନସ୍ତା ହେବାକୁ ପଡ଼ିଛି। ମନ୍ଦିରରେ ବିବାହ...

ଗଞ୍ଜାମ ଜିଲାରେ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର ଅଫିସ,୨୫।୯:ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗଞ୍ଜାମ ଜିଲାରେ ମଧ୍ୟ ଗତ ତିନିଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି।...

ମାଟ୍ରିକ ଫଳକୁ ନେଇ ଅଭିଭାବକ ଅସନ୍ତୁଷ୍ଟ

କଟକ ଅଫିସ,୮।୭: ଚଳିତବର୍ଷ ମାଟ୍ରିକ ଫଳକୁ ନେଇ ଝାରସୁଗୁଡାର ଜଣେ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ପୁତ୍ରଙ୍କ ସାନି ମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ...

କଠୋର ହେଲା ବିଏମ୍‌ସି

ଭୁବନେଶ୍ୱର,୪।୧୦: ଆଗକୁ ଆସୁଛି ଶୀତ ଋତୁ। ଶୀତରେ କରୋନା ସଂକ୍ରମଣ ବଢିବା ଆଶଙ୍କା କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପୁଣି କୋଭିଡ୍‌ କଟକଣାକୁ କଠୋର କରିଛିି।...

ସବୁ ଜିଲାପାଳମାନଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର,୧୯।୮(ବ୍ୟୁରୋ)-ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ବୁଧବାର ୧୦ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ପଦକ୍ଷେପ ନେବାକୁ ସମସ୍ତ ଜିଲାପାଳମାନଙ୍କୁ ଆଲର୍ଟ କରାଯାଇଛି।...

Advertisement
Archives

Model This Week