ଆରମ୍ଭ ହେଲା ‘ସ୍ବଚ୍ଛ ସବାରୀ’

କେନ୍ଦୁଝର, ୨୫ା୫(ଡି.ଏନ୍‌.ଏ.)-କେନ୍ଦୁଝରଗଡ ପୌରପାଳିକାରେ ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଦିଆଯାଇଥିବା ୧୪ଟି ସ୍ବଚ୍ଛ ସବାରୀ ସୋମବାର ଲୋକାର୍ପିତ ହୋଇଛି। ଜିଲାପାଳ ଆଶିଷ ଠାକରେ ସବୁଜ ପତାକା ଦେଖାଇ ଏହି ସ୍ବଚ୍ଛ ସବାରୀ ଗୁଡିକର ଶୁଭାରମ୍ଭ କରିଥିଲେ। କେନ୍ଦୁଝରଗଡ ପୌରପାଳିକାର ୨୧ଟି ୱାର୍ଡରେ ଥିବା ୧୩, ୭୦୦ ଘରକୁ ବୁଲି ମଙ୍ଗଳବାରଠାରୁ ଏହି ସ୍ବଚ୍ଛ ସବାରୀଗୁଡିକ ଉଭୟ ଓଦା ଓ ଶୁଖିଲା ମଇଳା ସଂଗ୍ରହ କରିବ ବୋଲି ଜଣାପଡିଛି। ପ୍ରଥମ ପଯର୍‌ୟାୟରେ ଡିଏମଏଫ ଅର୍ଥରେ ଏହା କ୍ରୟ କରାଯାଇଥିବାବେଳେ ସ୍ବଚ୍ଛ ଭାରତ ମିଶନ ଅର୍ଥରେ ଏହାର ଆନୁସଙ୍ଗିକ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି ା ଲୋକାର୍ପଣ ଉତ୍ସବରେ ଜିଲା ସହାରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମାଝୀ, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ, କେନ୍ଦୁଝରଗଡ ପୌରପାଳିକାର ପରିମଳ ନିରୀକ୍ଷକ ବାଲ୍ୟମୁକୁନ୍ଦ ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଢ଼ିଲା ବେଳେ ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ: ତାତିଲେ ଲୋକେ

ଯାଜପୁର ଅଫିସ,୧୯।୧୧: ଯାଜପୁର ଜିଲା ଦୁଲାଖପାଟଣା ରେଳ ଷ୍ଟେଶନରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରେନ୍‌ରେ ଅତ୍ୟାଧିକ ଯାତ୍ରୀଭିଡ଼ ଯୋଗୁ ଚଢ଼ିଲା ସମୟରେ ୨ ଯାତ୍ରୀ...

ବିଭିନ୍ନ ଦାବିରେ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ବଅଁରପାଳ,୨୪ା୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡାଙ୍ଗ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଗୁରୁବାର ରେଳରୋକୋ ଆନ୍ଦୋଳନ କରିଛନ୍ତି। ଗ୍ରାମବାସୀ ନାଲ୍‌କୋ-ଭରତପୁର...

ନ୍ୟାୟ ମାଗିଲେ ଛେଳିଆ କ୍ଷତିଗ୍ରସ୍ତ

କଣିହାଁ, ୮।୫(ଡି.ଏନ୍‌.ଏ.): ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଦ୍ୱାରା କ୍ଷତିଗ୍ରସ୍ତ ଅନୁଗୋଳ ଜିଲା କଣିହାଁ ବ୍ଲକର ଛେଳିଆ ଗ୍ରାମବାସୀ ହକ୍‌ର ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ନ୍ୟାଯ୍ୟ ଦାବିରେ...

ପୋଲିସ, ଆର୍‌ଟିଓଙ୍କ ସହଯୋଗରେ ଚାଲିଛି ଗ୍ରାନାଇଟ୍‌ ଚାଲାଣ

ମାଲକାନଗିରି,୧୯।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନାଧିକାରୀ ଏବଂ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ ମିଳିତ ସହଯୋଗରେ ମୋଟୁ ତହସିଲ ଅଧୀନ ପେଟା ଗ୍ରାମରୁ ଭିଜି ଗ୍ରାନାଇଟ୍‌ ବେଆଇନ ପରିବହନ...

ଦିଗପହଣ୍ଡିରେ ପାଳିତ ହେଲା ସ୍ବାଧୀନତା ଦିବସ

ଦିଗପହଣ୍ଡି,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି କୋର୍ଟରେ ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ...

ଦାରିଙ୍ଗବାଡିରେ ବଢିଲା ଶୀତ: ଖସିଲା ପାରଦ, ସର୍ବନିମ୍ନ ୭ଡିଗ୍ରୀ

ଦାରିଙ୍ଗବାଡି,୬।୧୨(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ଶୁକ୍ରବାର ଶୀତ ବଢିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ହ୍ରାସ ପାଇ ୭ଡିଗ୍ରୀରେ ପହଞ୍ଚିଛି ।...

ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ...

ଦୁଇ ଗୋରୁ ବୋଝେଇ କଣ୍ଟେନର ଜବତ, ୧୦୭ ଗୋରୁ ଉଦ୍ଧାର, ୩ ଗିରଫ

ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ପୋଲିସ ପକ୍ଷରୁ ରବିବାର ବେଆଇନ ଗୋରୁ ବୋଝେଇ ଗାଡ଼ି ଉପରେ ଚଢ଼ାଉ କରାଯାଇ ଦୁଇଟି କଣ୍ଟେନର ଜବତ ସହ ୧୦୭...

Advertisement
Archives

Model This Week