ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ, ୨୭ା୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛିି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି। ଏହି କାମରେ ୧୦ ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତିି। ସୂଚନା ମୁତାବକ, ସକାଳ ୯ଟାରେ ଦର୍ପଦଳନ ରଥରେ ଭୋଇ ସେବକମାନେ ଲଡୁ ମାହାର୍ଦ୍ଦ ଓ ନଡ଼ିଆ ଆଣି ରଖିଥିଲେ। ଭୋଇ ସର୍ଦ୍ଦାର ରଥରେ ନଡ଼ିଆ ବାଡେଇବା ପରେ ଆରମ୍ଭ ହୋଇଥିଲା ରଥଭଙ୍ଗା କାମ। ଉପର ଆଡୁ ରଥ ଭଙ୍ଗା ଯାଉଛିି। ପ୍ରଥମ ଦିନରେ ରଥର କଳସ, ଖପୁରି, ପାରାଭାଡ଼ି, ପୋଟଳ, ପୋଟଳ ପାରେଣି, ଖମ୍ବି ଏବଂ ଓରା, ତୃତୀୟ ଭୂଇଁ, ଦ୍ୱିତୀୟ ଭୂଇଁ, ଅନ୍ଧାରୀ ତାଗ, କଇଞ୍ଚତ୍, ମୂଳ ଭୂଇଁ, ସିଂହାସନ, ପ୍ରଭା ଓ ଚାରିଦ୍ୱାର ଭଙ୍ଗାଯାଇଛିି। ରଥ ଭଙ୍ଗାଯାଇ ବାହାରୁଥିବା କାଠକୁ ଦୋଳବେଦି ପରିସରରେ ରଖାଯାଇଛିି। ଏହାକୁ ଠାକୁରଙ୍କ କୋଠଭୋଗ ଜାଳେଣି ପାଇଁ ବ୍ୟବହାର କରାଯିବ। ରଥର ପ୍ରଭା, ଚକ, ଗୁଜ, ଅସୁଆରୀ ପ୍ରଭୃତି ବିକ୍ରି କରାଯିବ। ଦର୍ପଦଳନ ରଥ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ଆହୁରି ପ୍ରାୟ ୩ ଦିନ ସମୟ ଲାଗିବ ବୋଲି ଭୋଇ ସର୍ଦ୍ଦାର ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତିପ୍ରେମୀ ମହାବୀର ବାବାଙ୍କ ପରଲୋକ

ବୋଲଗଡ,୧୪ା୧୨(ଡି.ଏନ.ଏ.): ବୋଲଗଡ ବ୍ଲକ ଜଖଲା ପାହାଡ ଉପରେ ଥିବା ମହାବୀର ମନ୍ଦିରର ପ୍ରତିଷ୍ଠାତା ବାବା ରାମନାରାୟଣ ଦାସ ମହାରାଜ (୬୦)ଙ୍କର ଶୁକ୍ରବାର ପରଲୋକ ହୋଇଛି ।...

୧୧ ଏଏସ୍‌ପିଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟ ସରକାର ୧୧ ଜଣ ଓଡ଼ିଶା ପୋଲିସ ସେବା (ଓପିଏସ୍‌) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ସେହି ଅଧିକାରୀମାନଙ୍କୁ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ(ଏଏସ୍‌ପି)ରୁ ଏସ୍‌ପି(ସୁପରଟାଇମ...

ଶିକ୍ଷା ପାଇଁ ଶୋଇବା ସମୟ କମୁଛି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ଓଡ଼ିଶା ଅଭିବାଭକ ମହାସଂଘ ପକ୍ଷରୁ ‘ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଶିଶୁ ସ୍ବାସ୍ଥ୍ୟ’ ଶୀର୍ଷକ କର୍ମଶାଳା ଶୁକ୍ରବାର ଇମେଜ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି।...

ଖୋଲିପାରୁନି ୟୁନିଟ୍‌-୨ ଫଳ ବଜାର

ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାସ୍ତାରେ ଠେଲାଗାଡ଼ିର ଲମ୍ବା ଧାଡ଼ି। ବିଶେଷକରି ୟୁନିଟ-୧, ଯୁନିଟ-୨, ରାଜମହଲ ଛକ ଆଦି ସ୍ଥାନରେ ବ୍ୟବସାୟୀମାନେ ଠେଲାଗାଡ଼ିରେ ବେପାର ଜମାଉଛନ୍ତି। ସେମାନଙ୍କ ମଧ୍ୟରେ...

ଇଞ୍ଜିନିୟରିଂ କଲେଜରେ ଚାକିରି ଦେବାକୁ କହି ମହିଳାଙ୍କୁ ବଳାତ୍କାର

ବାରଙ୍ଗ,୯ା୭(ଡି.ଏନ.ଏ)-ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ମେଣ୍ଡାଶାଳ ଫାଣ୍ଡିରେ ଗୁରୁବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଚନ୍ଦକା ଥାନାରେ ନଂ.୧୨୦/୨୦ରେ ଏକ...

ଚାନ୍ଦିପୁରରୁ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌,୩୦।୯: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ରୁଷିଆ ମିଳିତ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ କ୍ରୁଜ୍‌...

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ମାସରେ ୯ ଦିନ ଉଡ଼ିବ ବିମାନ

ଭୁବନେଶ୍ୱର,୩ା୪(ବ୍ୟୁରୋ):  ଭୁବନେଶ୍ୱରରୁ-ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହକୁ ୨ଦିନ ଏବଂ ମାସକୁ...

ଲାଭ ଦେବନି ଆର୍‌ବିଆଇ ଘୋଷଣା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କରୋନା ପ୍ରଭାବରେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଫଳରେ ଏବେ ସରକାରୀ, ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭକରି ଛୋଟ, ବଡ଼ ଦୋକାନ ବଜାର...

Advertisement
Archives

Model This Week