ଆରମ୍ଭ ହେଲା ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା

ବଡ଼ସାହି,୧୦ା୨(ସ୍ବ.ପ୍ର)- ଉତ୍ତର ଓଡିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାରଠାରୁ ଆରମ୍ଭ ହୋଇଛି। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜା ୧୧ତାରିଖରେ ଉଦ୍‌ଯାପିତ ହେବ ା ପ୍ରତିକୂଳ ପାଗ ସତ୍ତ୍ୱେ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।
ବଡ଼ସାହି ମୁଖ୍ୟାଳୟରୁ ୫କିମି ଦୂର ବଡ଼ସାହି-ଉଦଳା ରାସ୍ତା ସୁହାଗପୁର ପଞ୍ଚାୟତ ଛକଠାରୁ ଚାନ୍ଦଡିହା ରାସ୍ତାର ମଧ୍ୟଭାଗରେ ଏହି ପୀଠ ଅବସ୍ଥିତ। ବିଗତ ୫୦ବର୍ଷରୁ ଊର୍ଦ୍ଧ୍ୱ ପ୍ରଚଳିତ ଜନଶ୍ରୁତି ଅନୁଯାୟୀ ମା’ଙ୍କ ଆର୍ବିଭାବ ଅତୀବ ଆଶ୍ଚର୍ଯ୍ୟଜନକ ଓ ଅଲୌକିକ ା ଅଞ୍ଚଳଟି ଘଞ୍ଚ ଶାଳ ଜଙ୍ଗଲ ପରିପୂର୍ଣ୍ଣ ଥିବାବେଳେ ହିଂସ୍ର ଜୀବଜନ୍ତୁ ରହୁଥିଲେ। ଫଳରେ ଲୋକମାନେ ଭୟରେ ସେ ସ୍ଥାନକୁ ଯାଉ ନ ଥିଲେ। ପୂର୍ବରୁ ଆଖପାଖ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବହୁ ଧନଜୀବନ ହାନି ହେଉଥିଲା ା ଲୋକମାନେ ତ୍ରାହି ତ୍ରାହି ଡାକ ଦେଉଥିବା ବେଳେ ମା’ଙ୍କ ସ୍ବପ୍ନାଦେଶ ହୋଇଥିଲା ା ପରେ ଗ୍ରାମବାସୀମାନେ ମା’ଙ୍କ ଶରଣାପନ୍ନ ହୋଇ ପୂଜାପାଠ ଆରମ୍ଭ କରିଥିଲେ ା ମା’ଙ୍କଠାରେ ଲାଗି ହେଉଥିବା ଭୋଗରାଗ ଯଜ୍ଞକୁଣ୍ଡରେ ସମର୍ପିବା ପରେ ଅଗ୍ନି ସଂଯୋଗ କରାଯାଇଥାଏ ା ବାର୍ଷିକ ପୂଜା ଦିନ ଭକ୍ତ ଆଣିଥିବା ଭୋଗରାଗ ଅଗ୍ନିକୁଣ୍ଡରେ ଦେଲେ ଘରପୋଡ଼ି ହୁଏ ନାହିଁ ବୋଲି ଭକ୍ତ ରନତ୍ମଣି ବିଶ୍ୱାଳ(୭୫) କହିଛନ୍ତି ା ଭକ୍ତମାନଙ୍କ ହୃଦୟରେ ଏହି ଦୃଢ ବିଶ୍ୱାସ କେଉଁ ଆବହମାନ କାଳରୁ ରହି ଆସିଛି ା କେହି ବିପଦରେ ପଡ଼ିିଥିଲେ ଯଦି ମା’ଙ୍କୁ ସୁମରଣା କରନ୍ତି, ତେବେ ମା’ ତତ୍‌କ୍ଷଣାତ ତାଙ୍କୁ ସହାୟ ହୁଅନ୍ତି ା ସେହିପରି ମାଡ଼ି ଆସୁଥିବା ବଡ଼ ବିପତ୍ତି ଦୂର ହେବା ସହିତ ଦୂରାରୋଗ୍ୟ ଓ ମନସ୍କାମନା ପୂରଣ ହୋଇଥାଏ ବୋଲି ବାଲେଶ୍ୱର ଜିଲା ବର୍ଦ୍ଧନପୁର ଗ୍ରାମରୁ ଆସିଥିବା ଭକ୍ତ ରବୀନ୍ଦ୍ର ସାହୁ(୫୭)ପ୍ରକାଶ କରିଛନ୍ତି ା ମା’ଙ୍କୁ ଭୋଗ ରୂପରେ ନଡିଆ, କଦଳୀ, ନାଲି ଉଖୁଡା, ବିଭିନ୍ନ ପ୍ରକାରର ଫଳ ଇତ୍ୟାଦି ଲାଗି କରାଯାଇଥାଏ ା ଅଗ୍ନି ପୂର୍ଣ୍ଣିମା ପରବର୍ତ୍ତୀ ଶନିବାର କିମ୍ବା ମଙ୍ଗଳବାର ଲକ୍ଷ ଲକ୍ଷ ଭକ୍ତଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥିବା ଭୋଗ ସୂର୍ଯ୍ୟାସ୍ତ ପୂର୍ବରୁ ଏହି କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥାଏ ବୋଲି ପୂଜକ ବୈଦ୍ୟନାଥ ମିଶ୍ର କୁହନ୍ତି। ଏହି ଦିନରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଜିଲା ସହିତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ା ଏହି ଦିନ ଭକ୍ତମାନେ ମା’ଙ୍କ ନିକଟରେ ନିଜର ମନସ୍କାମନା ଜଣାଇ ତାହା ପୂରଣ ହେଲେ ଯୋଡ଼ି ଘୋଡ଼ା ଦେବାକୁ ମାନସିକ କରିଥାନ୍ତି ା କେହି କେହି ମାଟି ଘୋଡ଼ା, ଅଳଙ୍କାର, ପାଟଶାଢୀ ଦେଇ ଗୁହାରି କରିଥାନ୍ତି ା କାହିଁ କେଉଁ କାଳରୁ ମା’ ହିଙ୍ଗୁଳା ଏଠାରେ ପୂଜା ପାଇ ଆସୁଛନ୍ତି ବୋଲି ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାଶ ପ୍ରକାଶ କରିଛନ୍ତି ା
ମା’ଙ୍କ ପୀଠ କହିଲେ ମୁଖ୍ୟତଃ ବେଢା ମଧ୍ୟରେ ସମ୍ପୂର୍ଣ୍ଣ ଯୋଡି ହୋଇ ରହିଥିବା ଦୁଇଟି ବଟ ଓ ସାହାଡା ବୃକ୍ଷ ମୂଳରେ ମା’ ହିଙ୍ଗୁଳା ଆବିର୍ଭୂତା ା ଏହି ବୃକ୍ଷମାନଙ୍କରେ ବନ୍ଧା ହୋଇଥିବା ନାଲି କପଡା, ରଙ୍ଗବେରଙ୍ଗି ଶାଢୀ ଦ୍ୱାରା ଆବୃତ, ଫୁଲମାଳ, ଧୁପ, ଓ ବୋଳାଯାଇଥିବା ସିନ୍ଦୂରର ଦୃଶ୍ୟ ସମ୍ପୃକ୍ତ ଅଞ୍ଚଳର ଧାର୍ମିକ ଚେତନା ଓ ବିଶ୍ୱାସରେ ‘ଜିଅନ୍ତା ଠାକୁରାଣୀ’ ଭାବେ ଜନାଦୃତ ା ବୃକ୍ଷର ଦୁଇ ପାଶର୍‌ବରେ ଦୁଇଟି ବଡ଼ ବଡ଼ ମାଟି ଘୋଡା ଶୋଭା ପାଉଥିବା ବେଳେ ବେଢା ଭିତରେ ପଡି ରହିଛି ହଜାର ହଜାର ଭକ୍ତଙ୍କ ମାନସିକ ଘୋଡ଼ା ା


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri