ଆରମ୍ଭ ହେଲା ‘ପୁରୀ ପଢ଼େ, ପୁରୀ ବଢ଼େ’ କାର୍ଯ୍ୟକ୍ରମ ବହି ହେଉଛି ବନ୍ଧୁ: ଚିତ୍ରା ଅରୁମୁଗମ୍‌

ପୁରୀ ଅଫିସ, ୮ା୧୨:

ଆଗକୁ ଯିବାର ଏକମାତ୍ର ରାସ୍ତା ହେଉଛି ଶିକ୍ଷା। ଯାହା ପାଖରେ ଶିକ୍ଷା ଅଛି ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ସ୍କୁଲ ଶିକ୍ଷା ଜଣଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ। ସ୍କୁଲରେ ଯାହା ପଢା ହେଉଛି ତାହାକୁ ଭଲ ଭାବେ ପ୍ରତ୍ୟେକ ପିଲା ଗ୍ରହଣ କରନ୍ତୁ। ଏଥିସହିତ ଅନ୍ୟ ବହି ପଢିବା ଅଭ୍ୟାସ କରିବା ଦରକାର। କାରଣ ଗୋଟିଏ ଗୋଟିଏ ବହି ହେଉଛି ଜଣେ ଜଣେ ବନ୍ଧୁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ୍‌। ବାତ୍ୟା ପରବର୍ତ୍ତୀ ଛାତ୍ରୀଛାତ୍ରଙ୍କୁ ବହି ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ୟୁନିସେଫ୍‌ ଏବଂ ବକୁଳ ଫାଉଣ୍ଡେଶନର ମିଳିତ ଉଦ୍ୟମରେ ଶନିବାର ବେଳାଭୂମିସ୍ଥିତ ହୃଦୟ ପାର୍କ ଆମ୍ପିଥିଏଟରରେ ସ୍ନେହ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ‘ପୁରୀ ପଢେ, ପୁରୀ ବଢେ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଅରୁମୁଗମ୍‌ ଛାତ୍ରୀଛାତ୍ରମାନଙ୍କୁ ପୁସ୍ତକମନସ୍କ ହେବାକୁ ପରାମର୍ଶ ଦେଇଥିଲେ। ବଜାରରୁ କେବଳ ଅଧିକ ବହି କିଣି ଆଣିଲେ ହେବ ନାହିଁ, ଏହାକୁ ପଢିବା ପାଇଁ ଆଗ୍ରହ ଥିବା ଦରକାର। ଜଣେ ଶିକ୍ଷିତ ହେଲେ ତାଙ୍କ ଜୀବନ ଅମୃତମୟ ହୋଇଯିବ। ତୁମର ଜ୍ଞାନ ଅନ୍ୟମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେବ ବୋଲି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସେ କହିଥିଲେ। ଏହି ଅବସରରେ ଅରୁମୁଗମ୍‌ ନିଜ ପିଲାଦିନର ସ୍ମୃତିଚାରଣ କରି କହିଥିଲେ, ତାଙ୍କ ବାପା ମଧ୍ୟାହ୍ନ ଭୋଜନ ନ ଖାଇ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୋଟିଏ ଲେଖାଏ ବହି କିଣି ଆଣୁଥିଲେ। ସେହି ବହି ପଢିବା ଆଗ୍ରହ ଯୋଗୁ ସେ ଏବଂ ତାଙ୍କ ଭଉଣୀ (ଜଣେ ଚକ୍ଷୁ ଡାକ୍ତର) ଆଜି ଏତେ ବାଟରେ ପହଞ୍ଚତ୍ ପାରିଛନ୍ତି। ସେହିପରି ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନିଲ୍‌ସନ କହିଥିଲେ, ବହି ହେଉଛି ଏକ ଝରକା। ଏହା ମାଧ୍ୟମରେ ଦୁନିଆକୁ ଦେଖିହେବ। ସମସ୍ତେ ବଡ଼ ବଡ଼ ସ୍ବପ୍ନ ଦେଖିବା ଭଲ। କିନ୍ତୁ ସ୍ବପ୍ନ ପୂରଣ ହେବା ଦରକାର। ଆଉ ଏହି ସ୍ବପ୍ନ ପୂରା କରିବାର ମାଧ୍ୟମ ହେଉଛି ପୁସ୍ତକ। ଜିଲାପାଳ ବଲୱନ୍ତ ସିଂ କହିଥିଲେ, ହୃଦୟ ଯୋଜନାରେ ନିର୍ମିତ ଏହି ପାର୍କ ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ପୁନରୁଦ୍ଧାର ପରେ ଏହି କାର୍ଯ୍ୟକ୍ରମ ପିଲାଙ୍କ ଗହଣରେ ସବୁଠୁ ଭଲ ଉଦ୍‌ଘାଟନ ବୋଲି କହିବି। ହସଖୁସିରେ ପିଲାଙ୍କ ମଧ୍ୟରେ ବହି ପଢିବାର ଆଗ୍ରହ ବୃଦ୍ଧି କରିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପିଲାଦିନେ ତାଙ୍କର ବି ବହି ପଢିବାରେ ବିଶେଷ ରୁଚି ଥିଲା। ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବ୍‌ଦୁଲ କଲାମଙ୍କ ଆତ୍ମଜୀବନୀ ତାଙ୍କର ପ୍ରିୟ ପୁସ୍ତକ ବୋଲି ସେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ୟୁନିସେଫ୍‌ର ଲଳିତା ପଟ୍ଟନାୟକ, ଅଭିନେତା କୁନା ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ। ବକୁଳ ଫାଉଣ୍ଡେଶନର ସୁଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଦର୍ଶନଙ୍କ ବାଲୁକାକଳା ବେଶ୍‌ ଆକର୍ଷଣ ପାଲଟି ଥିଲା। କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ, ଜିଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨ମାସ ଧରି ପ୍ରତି ଶନିବାର ଅପରାହ୍ନ ୩ଟାରୁ ୫ଟା ଏହି କାର୍ଯ୍ୟକ୍ରମ ହେବ ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଯୋଗଦେଇଥିଲେ। ପିଲାମାନଙ୍କୁ ବିଭିନ୍ନ ପୁସ୍ତକ ପଢିବାକୁ ଦିଆଯାଇଥିଲା। କିଏ କ’ଣ ପଢିଲେ ତାକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ସୁନ୍ଦର ଭାବେ ସେମାନେ ଉତ୍ତର ରଖିଥିଲେ। କେହି ଗଳ୍ପ ତ ଆଉ କେହି ଚମତ୍କାର ଢଙ୍ଗରେ କବିତା ଆବୃତ୍ତି କରିଥିଲେ। ଅଭିନେତା କୁନା ତ୍ରିପାଠୀ ପିଲାମାନଙ୍କୁ ପାଠ ପଢିବାର ଗୁରୁତ୍ୱ ସମ୍ପର୍କରେ କହିବା ସହ ଯେତେ ପଢିବ ସେତେ ବଢିବ ବୋଲି ପ୍ରେରଣା ଦେଇଥିଲେ। ଆର୍ଯ୍ୟଶ୍ୱେତା ମିଶ୍ର, ଶାଶ୍ୱତ ମିଶ୍ର, ପ୍ରିୟାଲି ପ୍ରିୟଦର୍ଶିନୀ, ସଂଘମିତ୍ରା ବେହେରା ପ୍ରମୁଖ ଛାତ୍ରୀଛାତ୍ର ଗଳ୍ପ, କବିତା ଓ ଅଧିକାର ସମ୍ପର୍କରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କଲେ ତହସିଲଦାର

ମାଲକାନଗିରି, ୪।୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କରିଛନ୍ତି ତହସିଲଦାର। ଏହି ନୂତନ ଗ୍ରାମ ହେଲା ଖଇରପୁଟ ବ୍ଲକ ରାସବେଡ଼ା...

ରାସ୍ତା ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ବଚ୍ଛ ପରିବେଶ ବିକାଶ ପାଇଁ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟର ଉପଯୁକ୍ତ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମୁଖ୍ୟ...

ସରକାରୀ ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ: କର୍ମଚାରୀ ମହଲ ପ୍ରତିକ୍ରିୟା ଉପରେ ସରକାରଙ୍କ ନଜର

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡିକ ସହ ସଂପୃକ୍ତ ନିର୍ଦ୍ଦେଶାଳୟ ମିଶ୍ରଣ ନେଇ ଗତ ୨୧ତାରିଖରେ ଜିଏ ଏଣ୍ଡ ପିଜି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

ଟଙ୍କା ୨ ଶହ ପାଇଁ ମାମୁଙ୍କ ମୃତ୍ୟୁର କାରଣ ସାଜିଲା ଭଣଜା

ଉମରକୋଟ, ୧୭।୧୧(ସ୍ବ.ପ୍ର.): ମାତ୍ର ୨ଶହ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କରିଛି ଭଣଜା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ...

୧୦ ସନ୍ଧ୍ୟାରୁ ଏସବୁ ଜିଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୮।୫(ବ୍ୟୁରୋ): ଗଭୀର ଅବପାତ ପରେ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।...

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରୁହ: ଡିଜିପି

ଭୁବନେଶ୍ୱର,୨୪।୫(ବ୍ୟୁରୋ):ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ମୁକାବିଲା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଓଡ଼ିଶା ପୋଲିସ ପ୍ରସ୍ତୁତ...

ଏମାର ମଠରେ ପୁଣି ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୭।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର...

କଥାରେ ସୀମିତ ସ୍ବଚ୍ଛତା

ସ୍ବଚ୍ଛ ସୁନ୍ଦର ସହର ହେବ ଢେଙ୍କାନାଳ। ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌, ପଲିଥିନ ସାମଗ୍ରୀ ଉପରେ ଜାରି କରାଯିବ କଟକଣା। ଏହାକୁ କାର୍ଯ୍ୟକାରୀ କରିବାକୁ...

Advertisement
Archives

Model This Week