ଆରମ୍ଭ ହେଲା ଟ୍ରେନ୍‌ ଟିକେଟ୍‌ ବୁକିଂ: ପ୍ରଥମ ଦିନରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍‌ ବୁକ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆସନ୍ତା ଜୁନ୍‌ ପହିଲାରୁ ଟ୍ରେନ୍‌ ସେବା ଆରମ୍ଭ ହେବ। ଏଥିପାଇଁ ଗୁରୁବାରଠାରୁ ୨ଶହ ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୧ଟି ଟ୍ରେନ୍‌ରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍‌ ପାଇଁ ବୁକିଂ ହୋଇଛି। ଆଇଆର୍‌ସିଟିସି ୱେବ୍‌ସାଇଟ୍‌ ଏବଂ ଆପ୍‌ ଜରିଆରେ ପ୍ରଥମ ୩ ଘଣ୍ଟାରେ ୧.୭୯ ଲକ୍ଷ ଯାତ୍ରୀ ଟିକେଟ୍‌ କ୍ରୟ କରିଛନ୍ତି। ତେବେ କରୋନା ସଂକ୍ରମଣ ରୋକିବା ଓ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।
ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, କେବଳ ସୁନିଶ୍ଚିତ ସଂରକ୍ଷିତ ଟିକେଟ ଥିଲେ ଯାତ୍ରୀଙ୍କୁ ରେଳ ଷ୍ଟେଶନରେ ପ୍ରବେଶ ଲାଗି ଅନୁମତି ମିଳିବ। ପ୍ରବେଶ ଏବଂ ଯାତ୍ରା ସମୟରେ ମୁହଁ ଘୋଡ଼ାଇବା ଓ ମାସ୍କ ପିନ୍ଧିବା ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନେ ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ ଷ୍ଟେଶନରେ ପହଞ୍ଚତ୍ବେ। ଉଭୟ ଷ୍ଟେଶନ ଏବଂ ଟ୍ରେନରେ ଯାତ୍ରୀମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପରେ ସେଠାକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଅନୁମୋଦିତ ସ୍ବାସ୍ଥ୍ୟ ନିରାପତ୍ତା ନିୟମ ଯାତ୍ରୀଙ୍କୁ ପାଳନ କରିବା ବାଧ୍ୟତାମୂଳକ। ତେବେ ସ୍କ୍ରିନିଂ ସମୟରେ ଯାତ୍ରୀଙ୍କ ଶରୀରରେ ଅଧିକ ତାପମାତ୍ରା ଥିଲେ କିମ୍ବା କୋଭିଡ୍‌-୧୯ ଲକ୍ଷଣ ଦେଖାଦେଲେ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଯାତ୍ରୀଙ୍କ ଟିକେଟ ବାତିଲ କରାଯିବା ସହ ଅର୍ଥ ଫେରସ୍ତ କରାଯିବ। ଟ୍ରେନ ଭିତରେ ଚଦର, କମ୍ବଳ ଓ ପରଦା ଦିଆଯିବ ନାହିଁ। ଯାତ୍ରୀମାନେ ସାଙ୍ଗରେ ଚଦର ଆଣିବାକୁ କୁହାଯାଇଛି। ଏସି ବଗି ଭିତରେ ତାପମାତ୍ରାକୁ ନିୟନ୍ତ୍ରିତ କରି ରଖାଯିବ। ଭିଡ଼ କମ୍‌ କରିବା ପାଇଁ ପୃଥକ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ପ୍ରସ୍ତୁତ ଲାଗି ଆଞ୍ଚଳିକ ରେଳ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଷ୍ଟେଶନରେ ସାମାଜିକ ଦୂରତ୍ୱ ସହ ନିରାପତ୍ତା ଓ ସ୍ବଚ୍ଛତା ନିୟମ ପାଳନ କରାଯିବ।
ନିୟମିତ ଟ୍ରେନ ଢାଞ୍ଚାରେ ଏହି ସ୍ବତନ୍ତ୍ର ଟ୍ରେନ ଚାଲିବ ଏବଂ ଏଥିରେ ଉଭୟ ଏସି ଓ ନନ୍‌-ଏସି ବର୍ଗ ରହିବ। ସାଧାରଣ ବଗିରେ ବସିବା ପାଇଁ ମଧ୍ୟ ସଂରକ୍ଷିତ ସିଟ୍‌ ରହିବ। ଟ୍ରେନରେ କୌଣସି ଅସଂରକ୍ଷିତ ବଗି ରହିବ ନାହିଁ। ସାଧାରଣ ବଗି ଭଳି ଟିକେଟ ଦର ମଧ୍ୟ ସାଧାରଣ ରହିବ। ସଂରକ୍ଷିତ, ଦ୍ବିତୀୟ ଶ୍ରେଣୀ ସିଟ୍‌ ପାଇଁ ଭଡ଼ା ଆଦାୟ କରାଯିବ। କୌଣସି ରେଳ ଷ୍ଟେଶନ କାଉଣ୍ଟର କିମ୍ବା ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକିଂ ହେବ ନାହିଁ। କେବଳ ଆଇଆର୍‌ସିଟିସି ୱେବ୍‌ସାଇଟ ଓ ମୋବାଇଲ ଆପ୍‌ ଜରିଆରେ ଇ-ଟିକେଟ ବୁକିଂ କରାଯିବ। ତେଣୁ ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବା ଏବଂ ବ୍ୟବହାର କରିବା ବାଧ୍ୟତାମୂଳକ। ଅଗ୍ରିମ ସଂରକ୍ଷିତ ଟିକେଟ(ଏଆରପି)ର ଅବଧି ସର୍ବାଧିକ ୩୦ ଦିନ ରହିବ। ୱେଟିଂ ଲିଷ୍ଟ ଟିକେଟ ଧାରୀ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା ନିମନ୍ତେ ଅନୁମତି ମିଳିବ ନାହିଁ। କୌଣସି ତତ୍କାଳ କିମ୍ବା ପ୍ରିମିୟମ ତତ୍କାଳ ଟିକେଟ ସୁବିଧା ମଧ୍ୟ ମିଳିବ ନାହିଁ। ଷ୍ଟେଶନଗୁଡ଼ିକରେ ଥିବା ଫୁଡ୍‌ ପ୍ଲାଜାଗୁଡ଼ିକ ଖୋଲିବ। ସେଠାରେ ଯାତ୍ରୀଙ୍କୁ କେବଳ ପାର୍ସଲ ଯୋଗାଣ ହେବ। ଆଗୁଆ ମିଲ୍‌ ବୁକିଂ ଏବଂ ଇ-କ୍ୟାଟରିଂ ପାଇଁ ଥିବା ବିକଳ୍ପକୁ ହଟାଇ ଦିଆଯିବ। ପ୍ୟାଣ୍ଟ୍ରି କାର ସଂଯୁକ୍ତ ଥିବା ସୀମିତ ସଂଖ୍ୟକ ଟ୍ରେନରେ ଏହି ସେବା ମିଳିବ। ତେଣୁ ଯାତ୍ରୀଙ୍କୁ ସାଥୀରେ ଖାଦ୍ୟ ଓ ପାନୀୟ ଜଳ ନେଇ ଆସିବା ଲାଗି କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri