ଆମ୍ବୁଲାନ୍ସରୁ ସରିଗଲା ତେଲ: ଡାକ୍ତରଖାନା ଯିବା ରାସ୍ତାରେ ଆଖିବୁଜିଲେ ମା’, ଗର୍ଭସ୍ଥ ଶିଶୁ

ବାରିପଦା ଅଫିସ,୫।୧୦: ଡାକ୍ତରଖାନା ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମରେ ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ତୁଳସୀଙ୍କର ପ୍ରସବ ବେଦନା ହେବାରୁ ପରିବାରଲୋକେ ତାଙ୍କୁ ପ୍ରଥମେ ବାଙ୍ଗିରିପୋଷିସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଦର୍ଶାଇ ଡାକ୍ତର ତୁଳସୀଙ୍କୁ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ହେଲେ ସେହି ସମୟରେ ଡାକ୍ତରଖାନାରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ନ ଥିବାରୁ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ପଠାଯାଇଥିଲା। ଦୁର୍ଭାଗ୍ୟବଶତଃ ଅଧାରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା। ଫଳରେ ତୁଳସୀ ସେଠାରେ ପାଖାପାଖି ଦୁଇଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଖବର ଦିଆଯିବା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତୁଳସୀଙ୍କୁ ନେଇ ବାରିପଦା ଆସିଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାରପଡ଼ା ଛକ ନିକଟରେ ଆକ୍ଟିଭା-କାର୍‌ ଧକ୍କା: ଜଣେ ମୃତ, ଚାଳକ ଗିରଫ

ନରାଜ,୫।୧୧(ଡି.ଏନ୍‌.ଏ.)- କଟକ-ବାଙ୍କୀ ମୁଖ୍ୟରାସ୍ତାର ବେଣ୍ଟକାରପଡ଼ା ଛକ ନିକଟରେ ମଙ୍ଗଳବାର ଏକ କାର୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ଚାଳକଙ୍କୁ ଗିରଫ କରିଛି। ସେ ହେଲେ...

ପୂଜାଛୁଟି ପରେ ଖୋଲିପାରେ ସ୍କୁଲ୍‌: ବିଦ୍ୟାଳୟ ପରିସର ସଫା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮ା୧୦(ବ୍ୟୁରୋ)-  ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍‌ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସ୍କୁଲ ପରିସର ସଫେଇ ସହ ସ୍କୁଲ୍‌ ଭିତ୍ତିଭୂମି ସଜାଡ଼ିବା, ଶିକ୍ଷକଙ୍କୁ...

ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌

ପୁରୀ ଅଫିସ,୩୧।୫: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏକ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଏଏସ୍‌ଆଇ ସୁପରିଟେଣ୍ଡଣ୍ଟଙ୍କୁ...

୩ ପଞ୍ଚାୟତର ୧୫ ଗାଁ ପାଣି ଘେରରେ

ଖୋର୍ଦ୍ଧା ଅଫିସ,୨୭ା୮: ଲଗାଣ ବର୍ଷା ସହ ହୀରାକୁଦ ଜଳ ରାଜୁଆ ନଦୀରେ ପ୍ରବେଶ କରିବା ପରେ ବନ୍ୟା ଆସିଛି। ଫଳରେ ଖୋର୍ଦ୍ଧା ବ୍ଲକ୍‌ର ୩ ପଞ୍ଚାୟତରେ...

ଏସିଏଫ୍‌ ସୌମ୍ୟରଞ୍ଜନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଖଇରା ବନ୍ଦ

ବାଲେଶ୍ୱର ଅଫିସ,୯ା୯: ବାଲେଶ୍ୱର ଜିଲା ଖଇରା ମାଟିର ପୁଅ ତଥା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ...

ସୁଯୋଗ ଦେଲେ ପିଲା ଇତିହାସ ସୃଷ୍ଟି କରିିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଶେରଗଡ଼ ବ୍ଲକର ୫...

ବିଏମ୍‌ସିରେ ମିଶିବ ସହରତଳି ୪ ଗାଁ

ବ୍ରହ୍ମପୁର ଅଫିସ,୨୯।୧୦: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ରେ ସହର ଉପକଣ୍ଠସ୍ଥ ୪ଟି ଗ୍ରାମ ମିଶ୍ରଣ ନେଇ ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ...

ଆର୍‌ଡି ରାସ୍ତାରୁ ହଟିବ ଟୋଲଗେଟ୍‌

ବରଗଡ଼ ଅଫିସ,୨୭।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ନନ୍ଦଟିକ୍ରା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ରାସ୍ତାରେ ଅଶୋକା ବିଲ୍ଡକନ ବସାଇଥିବା ବେଆଇନ ଟୋଲଗେଟ୍‌ ହଟିବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଟୋଲଗେଟ୍‌କୁ...

Advertisement
Archives

Model This Week