ଆମେ ଘରକୁ ଫେରିବାକୁ ଚାହୁଁଛୁ

ଘଣ୍ଟାପଡା,୧୬।୫ (ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ଶୂଳିଆ, ନୂଆପାଲି ସମେତ ଆଖପାଖ ଗାଁ ଗୁଡିକର ଅନେକ ଲୋକ ତାମିଲନାଡୁରେ କାମ କରୁଛନ୍ତି। ହେଲେ ଲକଡାଉନ୍‌ ଯୋଗୁ କାମ ବନ୍ଦ ହୋଇଯିବାରୁ ଏମାନେ କାମ କାମରୁଥିବା କମ୍ପାନୀରେ ଫସି ରହଛନ୍ତି। ଓଡିଶାକୁ ଫେରିବା ପାଇଁ ଏମାନଙ୍କ ପରିବାର ପକ୍ଷରୁ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରାଯାଇଛି। ହେଲେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନି। ଅନ୍ୟପଟେ କମ୍ପାନୀ ମାଲିକ ଏମାନଙ୍କୁ ବାହାର କରି ଦେଇଥିଲେ। ଏମାନେ ଚାଲି ଚାଲି ରାସ୍ତାରେ ଆସୁଥିବା ବେଳେ ପୋଲିସ ଡାକି ନେଇ ପୁଣି ସେହି କମ୍ପାନୀରେ ଥଇଥାନ କରିଛି। ଦିନ ମଜୁରିଆ ଭାବେ କାମ କରୁଥିବା ଏହି ଶ୍ରମିକଙ୍କ ପାଖରେ ଚଳିବାକୁ ଟଙ୍କା ନାହିଁ। ଏମାନଙ୍କ ସହ ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର ଆଦି ଜଲାର ମିଶି ପ୍ରାୟ ୩୦ଜଣ ଶ୍ରମିକ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଫେରି ପାରୁନାହାନ୍ତି। ସେମାନଙ୍କୁ ଫେରାଇନେବା ପାଇଁ ଶ୍ରମିକମାନେ ଏକ ଭିଡିଓ ଜରିଆରେ ନିବେଦନ କରିଛନ୍ତି। ସେମାନେ ସେଠାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି। ଅବଶ୍ୟ ଜିଲା ପ୍ରଶାସନର କାନରେ ଏହି ଖବର ପଡ଼ିଛି। ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏମାନଙ୍କୁ ଫେରାଇ ଅଣାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ବିଜୟ, ତଥାପି ମନଉଣା

ବଇଣ୍ଡା, ୨୫ା୫(ଡି.ଏନ.ଏ.)- ବିଜୟ ବାସ୍ନା ପାଉ ପାଉ ଅନେକ ପ୍ରାର୍ଥୀ ଉତ୍ସବ ଆୟୋଜନରେ ଲାଗିପଡ଼ନ୍ତି। ଫୁଲ, ତେଲ, ବାଜା, ବାଣ ଆଦି ପାଇଁ ଆଗୁଆ ବରାଦ...

ମହିଳାଙ୍କୁ ଧକ୍କାଦେଲା ଜନନୀ ଏକ୍ସପ୍ରେସ: ସିଡିଏମ୍‌ଓ କହିଲେ ତଦନ୍ତ କରି ନେବେ ପଦକ୍ଷେପ

ନୟାଗଡ ଅଫିସ/ଖଣ୍ଡପଡ଼ା,୨୧ା୨(ସ୍ବ.ପ୍ର.): ନୟାଗଡ଼ ଜିଲାର କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ଗୁରୁବାର ଭୋର ୫ଟାରେ ଜଣେ ଅପରିଚିତା ମହିଳାଙ୍କୁ ୧୦୨ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ)...

ଶିକ୍ଷକ ଯୋଗାଇବା ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପଟ୍ଟାମୁଣ୍ଡାଇ,୯।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ୧୫ ନଂ. ଓ୍ବାର୍ଡର ଅଳଭା ୟୁଜିୟୁପି ସ୍କୁଲର ପରିଚାଳନା କମିଟିର ସଭାପତି ଅଭୟ ପାତ୍ରଙ୍କ ସମେତ ସଦସ୍ୟ...

ଅଂଶୁଘାତ ମୃତ୍ୟୁ ଅଭିଯୋଗ ହେଲେ ଜଣାଇବାକୁ ନିର୍ଦ୍ଦେଶ

ଛତ୍ରପୁର,୧୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।...

ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ...

ଆନ୍ତର୍ଜାତିକ ମହିଳା ଦିବସ ଆଜି: ସୁପର ମଡେଲ ଆଶାରେ ସ୍ବୀକୃତି

ଖଇରା, ୮।୩(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ଗଁ। ମାଟିର ଝିଅ ସ୍ବୀକୃତି ମଡେଲିଂ ଦୁନିଆର ଆକର୍ଷଣରେ ଏବେ ବାନ୍ଧି ହୋଇପଡିଛନ୍ତି। ର଼୍ୟାମ୍ପ ଓ୍ବାକ ଓ...

ବାଲେଶ୍ୱର-ବାଙ୍ଗିରିପୋଷି ଡିଏମ୍‌ୟୁରେ ନିଆଁ

ବାରିପଦା ଅଫିସ,୪ା୧୨- ବାଲେଶ୍ୱର -ବାଙ୍ଗିରିପୋଷି ଡିଏମ୍‌ୟୁ ଟ୍ରେନ୍‌ର ବ୍ୟାଟେରି ବକ୍ସରେ ମଙ୍ଗଳବାର ନିଆଁ ଲାଗିଛି। ଶର୍ଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଏଥିଯୋଗୁ...

ମିଳୁନି ରୋଜଗାରର ଆଶା ଭରସା

ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *