ଆମେରିକାରେ ଭାରତୀୟଙ୍କ ଦେବଦୂତ ସାଜିଛନ୍ତି ପ୍ରମିତ

ଓ୍ବାଶିଂଟନ,୨୪।୩: ଆମେରିକାର ଇଣ୍ଡୋୟୁଏସ୍‌ ହେଲ୍‌ଥ ଇନିସିଏଟିଭର କୋ-ଫାଉଣ୍ଡର ଭାରତୀୟ ମୂଳ ବାସିନ୍ଦା ପ୍ରମିତ ମାକୋଡେ ଆମେରିକାର କରୋନା ସହ ଲଢୁଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଇନ୍ଦୋରର ଏହି ମୂଳ ବାସିନ୍ଦା ଆମେରିକାର ବୋଷ୍ଟନରେ କିଛି ବର୍ଷ ହେବ ରହି ଆସୁଛନ୍ତି। ସେଠାରେ ଥିବା କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ସେ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ(ସିଏସ୍‌ଆଇ) ଉତ୍ତର ଆମେରିକାରେ ଥିବା ଭାରତୀୟଙ୍କୁ ସାହାଯ୍ୟର ହାତ ବଢାଉଛି। ବିଶେଷକରି ଆଇଟି ସେକଟରରେ କାମ କରୁଥିବା ଲୋକଙ୍କ ପାଇଁ ଏବେ ସିଏସ୍‌ଆଇ ଦେବଦୂତ ସାଜିଛି ବୋଲି କୁହାଯାଉଛି। ସିଏସ୍‌ଆଇ ଦ୍ୱାରା ଉତ୍ତର ଆମେରିକାରେ ଥିବା ଭାରତୀୟ ହୋଟେଲ ଗୁଡିକର ମାଲିକଙ୍କୁ ସହାୟତା ମାଗିଛି। ଉତ୍ତର ଆମେରିକାରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ହୋଟେଲ ମାଲିକମାନେ ନିଜ ନିଜ ହୋଟେଲରେ ଭାରତୀୟଙ୍କୁ ରହିବାକୁ ସୁଯୋଗ ଦେବା ସହ ସେମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା କରିଥିବା ଜଣାପଡିଛି। ଏଠାରେ ରହୁଥିବା ଭାରତୀୟ ସେମାନଙ୍କ ପରିଜନଙ୍କ ସହ ସମ୍ପର୍କ କରିବା ପାଇଁ ଏକ ହେଲ୍‌ପ ଲାଇନ୍‌ ନମ୍ବର ଓ ମେଲ୍‌ ଆଇଡି ମଧ୍ୟ ଜାରି କରାଯାଇଛି। ଏ କ୍ଷେତ୍ରରେ ସହଯୋଗ କରିଥିବାରୁ ହୋଟେଲ ମାଲିକ, ଭାରତୀୟ ଦୂତାବାସକୁ ସିଏସ୍‌ଆଇ ଧନ୍ୟବାଦ ଜଣାଇଛି। ବିଶେଷ କରି ଏଥିରେ କାମ କରୁଥିବା ପ୍ରମିତ ମାକୋଡେକ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri